ETV Bharat / bharat

Bihar Politics: RJD ବିଧାୟକ ଦଳ ବୈଠକ, ରାବଡି ନିବାସରେ ବଢିଲା ହଲ୍‌ଚଲ୍‌ - ବିହାର ଖବର

ବିହାର ରାଜନୈତିକ ସଙ୍କଟ ମଧ୍ୟରେ ବିଧାୟକ ଦଳ ବୈଠକ ଡାକିଲା RJD । ନୀତିଶଙ୍କ ସହ ସରକାର ଗଠନ କରିବା ନେଇ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ

Bihar Politics: ବିଧାୟକ ଦଳ ବୈଠକ ଡାକିଲା RJD, ନୀତିଶ ସହ ସରକାର ଗଢିବା ନେଇ ହେବ ଚର୍ଚ୍ଚା

author img

By

Published : Aug 9, 2022, 10:45 AM IST

Updated : Aug 9, 2022, 11:17 AM IST

ପାଟନା: ସରଗରମ ରହିଛି ବିହାର ରାଜନୀତି । ଏଠାକାର ବିଜେପି-ଜେଡିୟୁ ମେଣ୍ଟରେ ସୃଷ୍ଟି ଫାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । କୌଣସି ମୂହୁର୍ତ୍ତରେ ବିହାରରେ ଭାଙ୍ଗିପାରେ ମେଣ୍ଟ ସରକାର । ଆଜି ଜେଡିୟୁ ସୁପ୍ରିମ ନୀତିଶ କୁମାର ବିଜେପି ସହ ମେଣ୍ଟରୁ ଅଲଗା ହେବା ନେଇ ବଡ ନିଷ୍ପତ୍ତି ନେଇପାରନ୍ତି । ରାଜ୍ୟ ରାଜନୀତିରେ ଏପରି ସଙ୍କଟ ମଧ୍ୟରେ ବିରୋଧି ଦଳ ନେତା ତଥା ରାଷ୍ଟ୍ରୀୟ ଜନତା ଦଳ(RJD) ବିଧାୟକ ତେଜସ୍ବୀ ଯାଦବ ଆଜି ବିଧାୟକ ଦଳ ବୈଠକ ଡାକିଛନ୍ତି ।

ଆଜି ଦିନ ୧୧ଟା ସମୟରେ ପାଟନା ସ୍ଥିତ ପାର୍ଟି ମୁଖିଆ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ଜେଡିୟୁ ସହ ସରକାର ଗଠନ କରିବାକୁ ତେଜସ୍ବୀ ନିଜର ବିଧାୟକମାନଙ୍କ ସହ ବିଚାର ବିମର୍ଷ କରିବେ ବୋଲି କୁହାଯାଉଛି । ଏହି ବୈଠକରେ ସାମିଲ ହେବା ପାଇଁ ଆରଜେଡି ବିଧାୟକ ଏବଂ ନେତାମାନେ ଲାଲୁଙ୍କ ବାସଭବନରେ ପହଞ୍ଚିବା ଆରମ୍ଭ କରିଛନ୍ତି । ତେବେ ବୈଠକରେ ସାମିଲ ହେବାକୁ ଥିବା ସମସ୍ତ ବିଧାୟକଙ୍କ ମୋବାଇଲ ବୈଠକ ଗୃହ ବାହାର ରଖାଯିବ ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ:Bihar Politics: ପାୱାର ଫାଇଟ ପାଇଁ ଫାଇନାଲ ରାଉଣ୍ଡ, ଆଗାମୀ 48 ଘଣ୍ଟାରେ ନୂଆ ସରକାର !

ଚର୍ଚ୍ଚା ହେଉଛି ଯେ, ତେଜସ୍ବୀ ନୀତିଶଙ୍କ ନେତୃତ୍ବାଧୀନରେ ସରକାର ଗଢିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ତାଙ୍କର ଅନେକ ବିଧାୟକ ଏବଂ ଲାଲୁ ପରିବାରର କିଛି ସଦସ୍ୟ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନାହାନ୍ତି । ଅନ୍ୟପଟେ ନୀତିଶ କୁମାର ଆଜି ଦଳୀୟ ବିଧାୟକ, ସାଂସଦ ଓ ବିଧାନ ପରିଷଦ ସଦସ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ ନୀତିଶ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି । ଏଣୁ ଏବେ ସମସ୍ତଙ୍କ ନଜର ନୀତିଶଙ୍କ ନିଷ୍ପତ୍ତି ଉପରେ ରହିଛି ।

Last Updated : Aug 9, 2022, 11:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.