ETV Bharat / bharat

ସରଗରମ ଥିଲା ନିର୍ବାଚନ, ଶିମଲାରେ ପିକ୍‌ନିକ୍‌ କରୁଥିଲେ ରାହୁଲ! - ବିହାର ନିର୍ବାଚନ

ନିକଟରେ ବିହାର ବିଧାନସଭାରେ ମହାମେଣ୍ଟର ପରାଜୟ ପରେ ସହଯୋଗୀ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀଙ୍କୁ ଘେରିବାରେ ଲାଗିଛି ଆରଜେଡି । ନିର୍ବାଚନରେ ପରାଜୟ ପାଇଁ ରାହୁଲଙ୍କୁ ଦାୟୀ କରିଛନ୍ତି ଆରଜେଡି ବରିଷ୍ଠ ନେତା ଶିବାନନ୍ଦ ତିୱାରୀ । ଅଧିକ ପଢନ୍ତୁ...

ସରଗରମ ଥିଲା ନିର୍ବାଚନ, ଶିମଲାରେ ପିକ୍‌ନିକ୍‌ କରୁଥିଲେ ରାହୁଲ!

author img

By

Published : Nov 16, 2020, 4:22 AM IST

Updated : Nov 16, 2020, 4:34 AM IST

ପାଟନା: ସମାଲୋଚନା ସହ୍ୟ କରିବାରେ ଅଭ୍ୟାସଗତ ହୋଇପଡିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସଫଳତାର ସ୍ବାଦ ଚାଖିବାତ ଦୂରର କଥା, ସମାଲୋଚନାର ଜାଲରେ ରାହୁଲ ଏପରି ଛନ୍ଦି ହୋଇପଡିଛନ୍ତି ଯେ ଏଥିରୁ ମୁକୁଳିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଏମିତି ମନେ ହେଉଛନ୍ତି ଯେପରି ପରାଜୟକୁ ବାରମ୍ବାର ସାମ୍ନା କରିବାକୁ ପଣ କରିନେଇଛନ୍ତି ରାହୁଲ ।

ନିକଟରେ ବିହାର ବିଧାନସଭାରେ ମହାମେଣ୍ଟର ପରାଜୟ ପରେ ସହଯୋଗୀ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀଙ୍କୁ ଘେରିବାରେ ଲାଗିଛି ଆରଜେଡି । ନିର୍ବାଚନରେ ପରାଜୟ ପାଇଁ ରାହୁଲଙ୍କୁ ଦାୟୀ କରିଛନ୍ତି ଆରଜେଡି ବରିଷ୍ଠ ନେତା ଶିବାନନ୍ଦ ତିୱାରୀ । ଆରଜେଡି ନେତା ଶିବାନନ୍ଦ ତିୱାରୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟ ଶୈଳୀ ବିଜେପିକୁ ସାହାଯ୍ୟ କରୁଛି ।

ଶିବାନନ୍ଦ ତିୱାରୀ କହିଛନ୍ତି ଯେ କଂଗ୍ରେସ ମହାମେଣ୍ଟ ପାଇଁ ପ୍ରତିବନ୍ଧକ ସାଜିଛି । କଂଗ୍ରେସ 70 ଜଣ ପ୍ରାର୍ଥୀ ଦେଇଥିଲା, କିନ୍ତୁ 70ଟି ରାଲି କରିନଥିଲେ । ରାହୁଲ ଗାନ୍ଧୀ ବିହାରକୁ ମାତ୍ର ତିନି ଦିନ ଆସିଥିଲେ । ଅନ୍ୟପକ୍ଷେ ବିହାର ସହିତ ଏତେ ପରିଚିତ ନ ଥିବାରୁ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇନଥିଲେ ପ୍ରିୟଙ୍କା ଗାନ୍ଧୀ ।

ଶିବାନନ୍ଦ କହିଛନ୍ତି ଯେ ବିହାରରେ ନିର୍ବାଚନ ସରଗରମ ଥିବା ବେଳେ ରାହୁଲ ଗାନ୍ଧୀ ଶିମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ପିକ୍‌ନିକ୍‌ କରୁଥିଲେ । ଦଳ ଏହିପରି ଚାଲେ କି? କଂଗ୍ରେସ ଯେଭଳି ଭାବରେ ଚାଲିଛି ସେଥିରୁ ବିଜେପି ଉପକୃତ ହେଉଛି ବୋଲି ଅଭିଯୋଗ କରିଛନ୍ତି ଶିବାନନ୍ଦ ।

ରାହୁଲ ଗାନ୍ଧୀଙ୍କ ଘରେ ଏକ ସଭା ହୋଇଥିଲା ବୋଲି ଶିବାନନ୍ଦ ତିୱାରୀ କହିଛନ୍ତି । ଏହି ସଭାରେ କପିଲ ସିବଲ, ଶଶି ଥରୁର, ମୁକୁଲ ୱାସନିକ, ମନୀଷ ତିୱାରୀ ସମସ୍ତେ ଉପସ୍ଥିତ ଥିଲେ । ସମସ୍ତେ ଏକ ଚିଠି ଲେଖିଥିଲେ ଆଉ ସେମାନେ ସାରା ଜୀବନ କଂଗ୍ରେସ ପ୍ରତି ବିଶ୍ବସ୍ତ ଥିଲେ। ଏହି ଉପାୟରେ ଆପଣ ଏକ ଦଳ ଚଳାଇ ପାରିବେ ନାହିଁ | ଦଳ ଏପରି ଚାଲେ କି ବୋଲି ପ୍ରଶ୍ନ କରିଛନ୍ତି ଶିବାନନ୍ଦ ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଇସ୍ତଫା ପରେ ଯେବେ ରାହୁଲ କଂଗ୍ରେସର ମଙ୍ଗ ଧରିଥିଲେ, ସେତେବେଳେ ତାଙ୍କୁ କ୍ରମାଗତ ପରାଜୟର ସାମ୍ନା କରିବାକୁ ପଡିଥିଲା । 2019 ସାଧାରଣ ନିର୍ବାଚନରେ କଂଗ୍ରେସର ସୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ପଦରୁ ବାଧ୍ୟ ହୋଇ ଇସ୍ତଫା ଦେଇଦେଇଥିଲେ ରାହୁଲ । ରାହୁଲ ରାଜନୀତିରେ ସକ୍ରିୟ ହେବା ଦିନ ଠାରୁ ବିଜେପିକୁ ଏକ ସୁଯୋଗ ମିଳିଛି । ରାହୁଲଙ୍କ କାର୍ଯ୍ୟଶୈଳୀ କେଉଁଠି ନା କେଉଁଠି ବିଜେପିକୁ ଲାଭ ପହଞ୍ଚାଉଛି । ଏପରିକି ରାହୁଲ କଂଗ୍ରେସର ନୁହେଁ ବରଂ ବିଜେପିର ଷ୍ଟାର ପ୍ରଚାରକ ବୋଲି ଲୋକେ କଟାକ୍ଷ କରୁଛନ୍ତି ।

Last Updated : Nov 16, 2020, 4:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.