ETV Bharat / bharat

RJD ଘରେ ନିଆଁ, କ୍ଷମତା ଲଢେଇରେ ଭାଙ୍ଗିବ ଲାଲୁଙ୍କ ପରିବାର !

ରାଷ୍ଟ୍ରୀୟ ଜନତା ଦଳ(RJD) ଘରେ ଲାଗିଛି ନିଆଁ । ଆରଜେଡିରେ ଆରମ୍ଭ ହୋଇଥିବା ଏହି କଳହ ଏବେ ଲାଲୁଙ୍କ ପରିବାର ମଝିରେ ଛିଡା କରିବାକୁ ଯାଉଛି ପାଚେରୀ । ଅଧିକ ପଢନ୍ତୁ...

RJD ଘରେ ନିଆଁ,  କ୍ଷମତା ଲଢେଇରେ ଭାଙ୍ଗିବ ଲାଲୁଙ୍କ ପରିବାର !
RJD ଘରେ ନିଆଁ, କ୍ଷମତା ଲଢେଇରେ ଭାଙ୍ଗିବ ଲାଲୁଙ୍କ ପରିବାର !
author img

By

Published : Aug 20, 2021, 10:44 PM IST

ପାଟନା: ବିହାରରେ ମୁଣ୍ଡ ଟେକୁଛି ବଂଶବାଦର ରାଜନୀତି । ଭାଙ୍ଗିବାକୁ ଯାଉଛି ଦୀର୍ଘ ବର୍ଷ ଧରି ବିହାରରେ ଶାସନ କରିଥିବା ପରିବାର । କ୍ରମାଗତ ବୟାନବାଜି ମଧ୍ୟରେ ଜାରି ରହିଛି ଟଣାଓଟରା । ରାଷ୍ଟ୍ରୀୟ ଜନତା ଦଳ(RJD) ଘରେ ଲାଗିଛି ନିଆଁ ।

ବିହାର ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ ନିଜ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଥିବାବେଳେ ଲାଲୁପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଦେଖାଇଛନ୍ତି ନିଜର ରୁଦ୍ରରୂପ । ଆରଜେଡିରେ ଆରମ୍ଭ ହୋଇଥିବା ଏହି କଳହ ଏବେ ଲାଲୁଙ୍କ ପରିବାର ମଝିରେ ଛିଡା କରିବାକୁ ଯାଉଛି ପାଚେରୀ ।

ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଶୁକ୍ରବା ରାବଡୀ ନିବାସ ବାହାରେ ଦେଇଥିବା ବିବୃତ୍ତିରେ କ୍ରୋଧିତ ହୋଇଛନ୍ତି ସାନଭାଇ ତେଜସ୍ବୀ ଯାଦବ । ସାନଭାଇ ତେଜପ୍ରତାପଙ୍କ ବୟାନରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତେଜସ୍ବୀ । ତେଜପ୍ରତାପଙ୍କ କାର୍ଯ୍ୟକଳାପରେ ନାରାଜ ତେଜସ୍ବୀ ସାନଭାଇକୁ ଶିଖାଇଛନ୍ତି ବାପା ମା'ଙ୍କ ଅନୁଶାସନ ।

ତେଜ ପ୍ରତାପଙ୍କ ନିରନ୍ତର ବୟାନ ଏବଂ ଜଗଦାନନ୍ଦ ସିଂ ଛାତ୍ର ଆରଜେଡି ରାଜ୍ୟ ସଭାପତି ପଦ ଗଗନ କୁମାରଙ୍କୁ ହସ୍ତାନ୍ତର କରିବା ପରେ ଏହି ଦୁଇ ନେତାଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବିରୋଧୀଦଳର ଘରେ ନିଆଁ ଲାଗିଥିବାବେଳେ ଏହି ନିଆଁରେ ଘିଅ ଢାଳୁଛି କ୍ଷମତାସୀନ ନିତିଶ କୁମାରଙ୍କ ଦଳ ଜେଡିୟୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.