ETV Bharat / bharat

ଆଣ୍ଟିଲିଆ ମାମଲାରେ ଅନ୍ୟ ଦୁଇ ପୋଲିସ ଅଧିକାରୀଙ୍କୁ ପୁଣି ଏନଆଇଏର ଜେରା

author img

By

Published : Mar 27, 2021, 7:30 PM IST

ଆଣ୍ଟିଲିଆ ମାମଲାରେ ଅନ୍ୟ ଦୁଇ ପୋଲିସ ଅଧିକାରୀଙ୍କୁ ଏନଆଇଏର ଜେରା ଜାରି । ଅଧିକ ପଢନ୍ତୁ....

ଆଣ୍ଟିଲିଆ ମାମଲାରେ ଅନ୍ୟ ଦୁଇ ପୋଲିସ ଅଧିକାରୀଙ୍କୁ ପୁଣି ଏନଆଇଏର ଜେରା
ଆଣ୍ଟିଲିଆ ମାମଲାରେ ଅନ୍ୟ ଦୁଇ ପୋଲିସ ଅଧିକାରୀଙ୍କୁ ପୁଣି ଏନଆଇଏର ଜେରା

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରେ ବିସ୍ଫୋରକ ବୋଝେଇ ଗାଡି ରଖିବା ଓ ଉକ୍ତ ଗାଡିର ମାଲିକ ମନଶୁଖ ହିରେନ ହତ୍ୟାକାଣ୍ଡ ଘଟଣାରେ ତଦନ୍ତର ପରିସରକୁ ଆସିବାରେ ଲାଗିଛନ୍ତି ଜଣେ ପରେ ଜଣେ ମହାରାଷ୍ଟ୍ର ପୋଲିସର ଅଧିକାରୀ । ଆଜି( ଶନିବାର ) ମହାରାଷ୍ଟ୍ର ପୋଲିସରେ କାର୍ଯ୍ୟରତଥିବା ଦୁଇ ଅଧିକାରୀଙ୍କୁ ପୁନର୍ବାର ଜେରା କରିଛି ଏନଆଇଏ । ଅତିରିକ୍ତ ପୋଲିସ ଇନ୍ସିପେକ୍ଟର ପ୍ରକାଶ ହାଓ୍ବଲ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ରିଆଜ କାଜିଙ୍କୁ ଜେରା କରିଛି ଏନଆଇଏ । ଏନେଇ ଗଣମାଧ୍ୟମକୁ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏହି ଦୁଇ ଅଧିକାରୀଙ୍କୁ ଜେରା କରିଥିଲା ଏନଆଇଏ ।

ଉକ୍ତ ଦିନ ଘଟଣାରେ ବ୍ୟବହୃତ ହୋଇଥିବା ଦୁଇଟି କାର ଜବତ ହୋଇଥିଲା । ଗୋଟିଏ ମହିନ୍ଦ୍ରା ସ୍କର୍ପିଓ ହୋଇଥିବାବେଳେ ଅନ୍ୟଟି ମର୍ସିଡିଜ କାର ଉକ୍ତ ଘଟଣାରେ ବ୍ୟବହୃତ ହୋଇଥିବା ଏନଆଇଏ କହିଛି । ତେବେ ଜବତ ମର୍ସିଡିଜ କାରରୁ 5 ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା କହିଛି ଏନଆଇଏ । ଉକ୍ତ ମାମଲାରେ ଦୁଇ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗରେ ଜେରା ଚାଲିଛି ।

ଗତ 25 ଫେବୃଆରୀରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ ବୋଝେଇ ଏକ ମହିନ୍ଦ୍ରା ସର୍ପିଓ ଠାବ ହୋଇଥିଲା । ପରେ ଏହି ଘଟଣାରେ ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କ ପ୍ରତ୍ୟକ୍ଷ ହାତ ଥିବା ଜାଣିବାକୁ ପାଇଥିଲା ଏନଆଇଏ । ତାଙ୍କୁ ପ୍ରଥମେ ପଚରା ଉଚରା କରାଯିବା ପରେ ଗିରଫ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ତାଙ୍କ ଗିରଫଦାରୀ ପରେ ସଚିନଙ୍କୁ ମହାରାଷ୍ଟ୍ର ପୋଲିସ ସେବାରୁ ମଧ୍ୟ ନିଲମ୍ବିତ କରାଯାଉଛି । ଉକ୍ତ ଘଟଣାରେ ସଚିନଙ୍କୁ ସହାୟତା କରିଥିବା ଅନ୍ୟ ସହଯୋଗୀ ପୋଲିସ ଅଧିକାରୀମାନେ ଏନଆଇଏ ସ୍କାନରକୁ ଆସିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.