ETV Bharat / bharat

ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ: ହାଇଦ୍ରାବାଦରେ ଶପଥ ସମାରୋହ, ସାମିଲ ହେବେ ଖଡ଼ଗେ, ସୋନିଆ, ରାହୁଲ ଏବଂ ପ୍ରିୟଙ୍କା - ପ୍ରିୟଙ୍କା ଗାନ୍ଧି

Telangana Congress Govt: ତେଲେଙ୍ଗାନାରେ ଗଠନ ହେବ କଂଗ୍ରେସ ସରକାର। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପିସିସି ସଭାପତି ରେବନ୍ତ ରେଡ୍ଡି। ରେବନ୍ତଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ 12 ମନ୍ତ୍ରୀ ! ଶପଥ ସମାରୋହରେ ସାମିଲ ହେବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ, ସୋନିଆ ଗାନ୍ଧି, ରାହୁଲ ଏବଂ ପ୍ରିୟଙ୍କା। ଅଧିକ ପଢ଼ନ୍ତୁ,

ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ: ହାଇଦ୍ରାବାଦରେ ଶପଥ ସମାରୋହ, ସାମିଲ ହେବେ ଖଡ଼ଗେ, ସୋନିଆ, ରାହୁଲ ଏବଂ ପ୍ରିୟଙ୍କା

author img

By ETV Bharat Odisha Team

Published : Dec 7, 2023, 12:35 PM IST

ହାଇଦ୍ରାବାଦ (ତେଲେଙ୍ଗାନା): ପିସିସି ସଭାପତି ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ହେବ କଂଗ୍ରେସ ସରକାରର ଶପଥ ଗ୍ରହଣ ସମାରୋହ। ରେବନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ, ଜଣେ ଉପମୁଖ୍ୟମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ରେବନ୍ତଙ୍କ ସମେତ ଆଜି 12 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ଣ 1ଟା ସମୟରେ ହେବ।

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେଉଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା । ଖଡ଼ଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଆଜି ସକାଳେ ହାଇଦ୍ରାବାଦରେ ପହଞ୍ଚି ସାରିଛନ୍ତି। ରେବନ୍ତ ରେଡ୍ଡି, କଂଗ୍ରେସ ନେତାମାନଙ୍କୁ ଭେଟିବା ସହ ସ୍ବାଗତ କରିଛନ୍ତି। ସେ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି। ଗତକାଲି ରେବନ୍ତ ଦିଲ୍ଲୀ ଗସ୍ତ କରି କଂଗ୍ରେସର ଏହି ହେବିୱେଟ ନେତାମାନଙ୍କୁ ଶପଥ ସମାରୋହକୁ ନିମନ୍ତ୍ରଣ କରିଥିଲେ।

ସୂଚନା ଅନୁସାରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମଧ୍ଯ ରେବନ୍ତଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ କରାଯାଇଛି । 54 ବର୍ଷୀୟ ଅନୁମୁଲ ରେବନ୍ତ ରେଡ୍ଡି, ହେବେ ତେଲେଙ୍ଗାନାର ତୃତୀୟ ମୁଖ୍ୟମନ୍ତ୍ରୀ । 2012ରେ ତେଲେଙ୍ଗାନା ରାଜ୍ୟ ଗଠନ ହୋଇଥିବା ବେଳେ, 2014ରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା। 2014ରୁ 2023 ପର୍ଯ୍ଯନ୍ତ ରାଜ୍ୟରେ ଶାସନ କ୍ଷମତାରେ ଥିଲା ଭାରତ ରାଷ୍ଟ୍ର ସମିତି(ବିଆରଏସ)। ଗତ 9 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ କେସିଆର। 2023 ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି, ବିଆରଏସକୁ ପରାସ୍ତ କରି କ୍ଷମତାକୁ ଆସିଛି। କଂଗ୍ରେସ ବିଜୟରେ ମୁଖ୍ୟ ଭୂମିକା ନେଇଛନ୍ତି ପିସିସି ସଭାପତି ରେବନ୍ତ ରେଡ୍ଡି।

2023 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୋଟ 119 ଆସନ ମଧ୍ୟରୁ କଂଗ୍ରେସ ପାର୍ଟି 64 ଆସନରେ ବିଜୟୀ ହୋଇଥିବା ବେଳେ, ବିଆରଏସ 39ଟି ଆସନ ପାଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 60 ଥିବା ବେଳେ, କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.