ETV Bharat / bharat

NHRC ନୂଆ ଅଧ୍ୟକ୍ଷ ପଦରେ ଦାୟିତ୍ବ ଗ୍ରହଣ କଲେ ଅରୁଣ ମିଶ୍ର

ଏନଏଚଆରସିର ଅଧ୍ୟକ୍ଷ ପଦରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର । ସେ ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । ଅଧିକ ପଢନ୍ତୁ...

NHRC ନୂଆ ଅଧ୍ୟକ୍ଷ ପଦରେ ଦାୟିତ୍ବ ଗ୍ରହଣ କଲେ ଅରୁଣ ମିଶ୍ର
NHRC ନୂଆ ଅଧ୍ୟକ୍ଷ ପଦରେ ଦାୟିତ୍ବ ଗ୍ରହଣ କଲେ ଅରୁଣ ମିଶ୍ର
author img

By

Published : Jun 2, 2021, 3:54 PM IST

ନୂଆଦିଲ୍ଲୀ: ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି)ର ଅଧ୍ୟକ୍ଷ ପଦରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର । ସେ ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ଅରୁଣ ମିଶ୍ରଙ୍କ ନିଯୁକ୍ତ ଉପରେ ମୋହର ମାରିଥିଲେ । ଚୟନ କମିଟିରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ସାମିଲ ଥିଲେ ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜାତୀୟ ମାନବାଧିକାର ଆୟୋଗର ନୂଆ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ପ୍ରକ୍ରିୟାରୁ ନିଜକୁ ଅଲଗା କରିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.