ହାଇଦ୍ରାବାଦ: ଭଡା ରହୁଥିବା ଛାତ୍ର ଠାରୁ 60ଲକ୍ଷ ଟଙ୍କା ଉଧାର ନେଇଥିଲା ଘର ମାଲିକ । ଟଙ୍କା ନଫେରାଇବା ପାଇଁ ସମ୍ପୃକ୍ତ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କଲା (Research scholar murdered by landlord in Ghaziabad)। କେବଳ ହତ୍ୟା ନୁହେଁ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ 4ଖଣ୍ଡ କରି କାଟି କେନାଲରେ ଫିଙ୍ଗି ମଧ୍ୟ ଦେଲା । ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ ଗାଜିଆବାଦ ସହରର ମୋଦି ନଗର ଥାନା ଅଞ୍ଚଳରେ ଘଟିଛି । ହତ୍ୟାର ଶିକାର ହୋଇଥବା ବ୍ୟକ୍ତିଙ୍କ ନାମ ଅଙ୍କିତ ଖୋକର ଓ ସେ ପିଏଚଡି ସ୍କଲାର ବୋଲି ମଧ୍ୟ ପୋଲିସ କହିଛି ।
ଗାଜିଆବାଦ ପୋଲିସର ସୂଚନାନୁସାରେ, ଅକ୍ଟୋବର 6ରେ ମୋଦୀନଗର ନିବାସୀ ଅଙ୍କିତ ଖୋକରଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଏହି ମାମଲାରେ ପୋଲିସ ଅଙ୍କିତ ରହୁଥିବା ଘରର ମାଲିକ ଉମେଶ ଶର୍ମା ଏବଂ ତାଙ୍କର 5ଜଣ ସହଯୋଗୀଙ୍କୁ ଅଟକ ରଖି ଜେରା କରିଥିଲା । ଉମେଶ ହିଁ ଅଙ୍କିତକୁ ଉଧାର ଟଙ୍କା ପାଇଁ ହତ୍ୟା କରିଛି ବୋଲି ପୋଲିସ ଜାଣିବାକୁ ପାଇଥିଲା ।
ହତ୍ୟାର ଶିକାର ହୋଇଥିବା ଅଙ୍କିତ ଲକ୍ଷ୍ନୌର ବି.ଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ । କିଛି ମାସ ପୂର୍ବରୁ ସେ ରହିବା ପାଇଁ ମୋଦୀନଗରରେ ଆସିଥିଲେ । ସେଠାରେ ସେ ଉମେଶ ଶର୍ମାଙ୍କ ଭଡା ଘରେ ରହୁଥିଲେ । ଅଙ୍କିତଙ୍କ ପରିବାର ମୋଦି ନଗରରେ ଏକ ଜମି ବିକ୍ରି କରିଥିଲେ । କିଛି ଲକ୍ଷ ଟଙ୍କା ଅଙ୍କିତଙ୍କ ଆକାଉଣ୍ଟକୁ ଆସିଥିଲା । ମାଲିକ ଉମେଶ କୌଣସି ପ୍ରକାରେ ଏକଥା ଜାଣିପାରି ତାଙ୍କ ଠାରୁ 60 ଲକ୍ଷ ଟଙ୍କା ଉଦ୍ଧାର ନେଇଥିଲେ ।
ହେଲେ ଅଙ୍କିତକୁ ହତ୍ୟା କଲେ ସେ ଉଧାର ଟଙ୍କା ସମ୍ପର୍କରେ କେହି ଜାଣିପାରିବେ ନାହିଁ ବୋଲି ଯୋଜନା କରିଥିଲା ଘର ମାଲିକ ଉମେଶ । ଶେଷରେ ଅଙ୍କିତକୁ ହତ୍ୟା କରି ମୃତଦେହକୁ 4 ଖଣ୍ଡ କରି କାଟି କେନାଲରେ ଫିଙ୍ଗି ଦେଇଥିଲା । ପୋଲିସ ଅଙ୍କିତ ନିଖୋଜ ମାମଲାର ତଦନ୍ତ କରିବାକୁ ଯାଇ ଏହି ହତ୍ୟାକାଣ୍ଡର ଖୁଲାସା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ