ETV Bharat / bharat

Farm laws Repealed: ଆଜି ଦେଶବ୍ୟାପୀ କିଷାନ ବିଜୟ ଦିବସ ପାଳିବ କଂଗ୍ରେସ

author img

By

Published : Nov 19, 2021, 10:12 PM IST

Updated : Nov 20, 2021, 12:33 PM IST

କୃଷି ଆଇନକୁ ନେଇ ସବୁଠୁ ଅଧିକ ଖୁସି ହୋଇଛି କଂଗ୍ରେସ। ସାରା ଦେଶରେ କଂଗ୍ରେସ କୃଷକଙ୍କ ଏକତାକୁ ସମ୍ମାନ ଦେବା ସହ ତାଙ୍କର ଏହି ବିଜୟକୁ କିଷାନ ବିଜୟ ଦିବସ ଭାବରେ ଆଜି ପାଳନ କରିବ କଂଗ୍ରେସ । ଅଧିକ ପଢନ୍ତୁ

Repeal of 3 farm laws
କାଲି ଦେଶବ୍ୟାପୀ କିଷାନ ବିଜୟ ଦିବସ ପାଳିବ କଂଗ୍ରେସ

ନୂଆଦିଲ୍ଲୀ: ପିଏମ ମୋଦି ତିନୋଟି ନୂତନ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି । କୃଷି ଆଇନକୁ ନେଇ ସବୁଠୁ ଅଧିକ ଖୁସି ହୋଇଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସ ଆଜି ଦେଶବ୍ୟାପି 'କିଷାନ ବିଜୟ ଦିବସ' ପାଳନ କରିବ । ସାରା ଦେଶରେ କଂଗ୍ରେସ କୃଷକଙ୍କ ଏକତାକୁ ସମ୍ମାନ ଦେବା ସହ ତାଙ୍କ ଏହି ବିଜୟକୁ କିଷାନ ବିଜୟ ଦିବସ ଭାବରେ ପାଳନ କରିବ ବୋଲି ଘୋଷଣା କିରିଛି ।

ଦୀର୍ଘ ୧୪ ମାସ ନିରନ୍ତର ଆନ୍ଦୋଳନ ପ୍ରତିବାଦ ପରେ ଶେଷରେ କୃଷକଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ନୂତନ ଭାବରେ ପ୍ରଣୟନ ହୋଇଥିବା କୃଷି ଆଇନକୁ ଗୁରୁ ନାନକଙ୍କ ପ୍ରକାଶ ପର୍ବ ଅବସରରେ ପ୍ରତ୍ୟାହାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର କୃଷକ ଚାଷୀ ମାନଙ୍କ ନିରନ୍ତର ଲଢେଇ ତାଙ୍କୁ ଶେଷରେ ବିଜୟ କଲା ବୋଲି କହିଛି କଂଗ୍ରେସ । ତେବେ ରାହୁଲ ଗାନ୍ଧୀ ମଧ୍ୟ ଏହି ଆଇନକୁ ନେଇ ପିଏମ ମୋଦିକୁ ଟାର୍ଗେଟ କରିଛନ୍ତି । ଦେଶରେ ଅନ୍ନଦାତାଙ୍କ ଆଗରେ ଅହଂକାରୀର ମୁଣ୍ଡ ନଇଁଗଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସରକାରଙ୍କ ଭୁଲ ନିଷ୍ପତ୍ତିକୁ ନେଇ ଦେଶର ଅନ୍ନଦାତାମାନେ ଏକତ୍ର ଭାବରେ ଲଢେଇ କରିଥିଲେ ଶେଷରେ ସଫଳ ହେଲେ ବୋଲି କହିଛନ୍ତି।

ଚାଷୀଙ୍କ ସମର୍ଥନରେ ସାରା ଦେଶରେ କଂଗ୍ରେସ ' କିଷାନ ବିଜୟ ଦିବସ' ପାଳନ କରିବ । ପ୍ରଦେଶ କଂଗ୍ରେସ କମିଟି ଠାରୁ ଆରମ୍ଭ କରି ଜିଲ୍ଲା କଂଗ୍ରେସ କମିଟି ଓ ବ୍ଲକ କଂଗ୍ରେସ କମିଟି ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ । କଂଗ୍ରେସ ସମସ୍ତ କର୍ମୀ ନେତା ସାମିଲ ହୋଇ କୃଷକଙ୍କ ବିଜୟ ଦିବସ ଆଜି ପାଳନ କରିବେ ବୋଲି କଂଗ୍ରେସ ଗତକାଲି ଘୋଷଣା କରିଥିଲା । କଂଗ୍ରେସ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦେଶରେ ଅରାଜକତା ସୃଷ୍ଟି କରୁଛି ବୋଲି ପୂର୍ବରୁ ବିଜେପି ଅଭିଯୋଗ କରିଥିଲା।

Last Updated : Nov 20, 2021, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.