ETV Bharat / bharat

ଘରଭଡା ଦେଉନାହାନ୍ତି ସୋନିଆ ଗାନ୍ଧୀ, ଲକ୍ଷ ଲକ୍ଷ ଟଙ୍କା ବାକି - ସୋନିଆଙ୍କ ଘରଭଡା ବାକି

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ନେତାଙ୍କ ଉପରେ ବାକି ରହିଛି ଘରଭଡା । ଆରଟିଆଇ ପକ୍ଷରୁ ପ୍ରାପ୍ତ ସୂଚନାରୁ ସ୍ପଷ୍ଟ । ଅଧିକ ପଢନ୍ତୁ

ଘରଭଡା ଦେଉନାହାନ୍ତି ସୋନିଆ ଗାନ୍ଧୀ, ଲକ୍ଷ ଲକ୍ଷ ଟଙ୍କା ବାକି

author img

By

Published : Feb 11, 2022, 7:59 AM IST

ନୂଆଦିଲ୍ଲୀ: ଘରଭଡା ଦେଉନାହାନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆଙ୍କ ସମେତ କିଛି କଂଗ୍ରେସ ନେତା ରହୁଥିବା ସରକାରୀ ବାସଭବନର ଭଡା ବାକି ରଖିଛନ୍ତି (Rent of Congress headquarters Sonia Gandhi's residence not paid) । ସାମାଜିକ କାର୍ଯ୍ୟକର୍ତ୍ତା ସୁଜିତ୍ ପଟେଲଙ୍କ ଦ୍ବାରା ଦାୟର ଏକ ଆରଟିଆଇ(RTI) ଜବାବରୁ ଏହା ଜଣାପଡିଛି । କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଘର ଭଡା ବାକି ପଡିଥିବା RTI ତଥ୍ୟରୁ ସୂଚନା ମିଳିଛି ।

ଆରଟିଆଇ(RTI) ସୂଚନା ଅନୁଯାୟୀ, ଅକବର ରୋଡ ସ୍ଥିତ କଂଗ୍ରେସ ମୁଖ୍ୟାଳୟର ୧୨,୬୯,୯୦୨ ଟଙ୍କା ଘରଭଡା ବକେୟା ପଡିଛି । ଶେଷଥର ପାଇଁ ୨୦୧୨ ଡିସେମ୍ବରରେ ଏହାର ଭଡା ଦିଆଯାଇଥିଲା । ଅନୁରୂପ ଭାବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜନପଥ ସ୍ଥିତ ବାସଭବନର ଭଡା ବାବଦକୁ ୪,୬୧୦ ଟଙ୍କା ବାକି ରଖିଛନ୍ତି । ୨୦୨୦ ସେପ୍ଟେମ୍ବରରେ ଶେଷଥର ପାଇଁ ସୋନିଆ ଭଡା ଦେଇଥିଲେ । ସୋନିଆଙ୍କ ବ୍ୟକ୍ତିଗତ ସଚିବ ଭିନସେଣ୍ଟ ଜର୍ଜ ମଧ୍ୟ ଘରଭଡା ବାକି ରଖିଛନ୍ତି । ଦିଲ୍ଲୀ ଚାଣକ୍ୟପୁରୀରେ ଥିବା ବଙ୍ଗଳା ନଂ C-ll/109ରେ ରହୁଥିବା ଭିନସେଣ୍ଟଙ୍କ ୫,୦୭,୯୧୧ ଟଙ୍କା ବାକି ରହିଛି । ୨୦୧୩ରେ ଶେଷଥର ପାଇଁ ଏହାର ଭଡା ଦିଆଯାଇଥିଲା ।

ହାଉସିଂ ନିୟମ ଅନୁଯାୟୀ, ରାଷ୍ଟ୍ରୀୟ ଏବଂ ରାଜ୍ୟ ରାଜନୈତିକ ଦଳ ନେତାଙ୍କୁ ସରକାରୀ ବାସଭବନରେ ରହିବାକୁ ଅନୁମତି ଦିଆଯାଏ ଏବଂ ନିଜସ୍ବ କାର୍ଯ୍ୟାଳୟ ନିର୍ମାଣ ପାଇଁ ତିନି ବର୍ଷର ମହଲତ ମିଳିଥାଏ । ଯାହାପରେ ସରକାରୀ ବଙ୍ଗଳଗୁଡିକୁ ଖାଲି କରିବାକୁ ପଡିଥାଏ । ୨୦୧୦ରେ ୯-ଏ ରାଉଜ ଏଭେନ୍ୟୁ ଉପରେ କାର୍ଯ୍ୟାଳୟ ନିର୍ମାଣ ପାଇଁ କଂଗ୍ରେସକୁ ଜମି ଦିଆଯାଇଥିଲା ।

ତିନି ବର୍ଷ ପରେ ଏହି ବଙ୍ଗଳାରେ ଅଧିକ ସମୟ ରହିବା ପାଇଁ ଅନୁମତି ଦେବାକୁ କଂଗ୍ରେସ କମିଟି ଅନୁରୋଧ କରିଥିଲା । ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର ଅନେକ ଥର ନୋଟିସ୍ ପଠାଇବା ପରେ ବି କଂଗ୍ରେସ ଏହାକୁ ଖାଲି କରିନାହିଁ । ୨୦୨୦ ଜୁଲାଇରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ଲୋଧି ରୋଡ୍ ସ୍ଥିତ ଘର ବଙ୍ଗଳା ମାସକ ମଧ୍ୟରେ ଖାଲି କରିବାକୁ ନୋଟିସ୍ ଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.