ନୂଆଦିଲ୍ଲୀ: ଦୂରଦର୍ଶନର ଖ୍ୟାତିନାମା ଉପସ୍ଥାପିକା/ଆଙ୍କର ଗୀତାଞ୍ଜଳି ଆୟାରଙ୍କ ପରଲୋକ । ସେ ଦୂରଦର୍ଶନର ପ୍ରଥମ ଇଂରାଜୀ ଖବର ଉପସ୍ଥାପିକା ଥିଲେ ଏବଂ ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ କରିଥିଲେ । ୪ ଥର ଶ୍ରେଷ୍ଠ ଖବର ଉପସ୍ଥାପିକା ଭାବେ ପୁରସ୍କାର ପ୍ରାପ୍ତ ଗୀତାଞ୍ଜଳିଙ୍କ ଗତକାଲି (ବୁଧବାର) ଦେହାନ୍ତ ହୋଇଛି । ତାଙ୍କର ନିଧନ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଲୋକପ୍ରିୟ ଟିଭି ଉପସ୍ଥାପିକାଙ୍କ ବିୟୋଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୂରଦର୍ଶନର ପ୍ରଥମ ଓ ପ୍ରଖ୍ୟାତ ଇଂରାଜୀ ଖବର ଆଙ୍କରଙ୍କ ବିୟୋଗ ଖବର ଶୁଣି ଖୁବ୍ ଦୁଃଖତ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରିଛନ୍ତି ।
-
Deeply saddened to hear about the passing of Gitanjali Aiyar, one of the first and finest English news anchors on Doordarshan and All India Radio.
— Anurag Thakur (@ianuragthakur) June 7, 2023 " class="align-text-top noRightClick twitterSection" data="
A trailblazer & pioneer, she brought credibility, professionalism, and a distinct voice to every news report, leaving an indelible… pic.twitter.com/MvaR7kgLmB
">Deeply saddened to hear about the passing of Gitanjali Aiyar, one of the first and finest English news anchors on Doordarshan and All India Radio.
— Anurag Thakur (@ianuragthakur) June 7, 2023
A trailblazer & pioneer, she brought credibility, professionalism, and a distinct voice to every news report, leaving an indelible… pic.twitter.com/MvaR7kgLmBDeeply saddened to hear about the passing of Gitanjali Aiyar, one of the first and finest English news anchors on Doordarshan and All India Radio.
— Anurag Thakur (@ianuragthakur) June 7, 2023
A trailblazer & pioneer, she brought credibility, professionalism, and a distinct voice to every news report, leaving an indelible… pic.twitter.com/MvaR7kgLmB
ଯାହା ସୂଚନା ମିଳିଛି, ଗୀତାଞ୍ଜଳି ଆୟାର ପାରକିନସନ ରୋଗରେ ପୀଡିତ ଥିଲେ । ଗତକାଲି ସେ ବାହାରେ ବୁଲାବୁଲି କରି ଘରକୁ ଫେରିବା ସମୟରେ ହଠାତ୍ ଅଚେତ ହୋଇଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ତାଙ୍କ ପରିବାରର ଜଣେ ଘନିଷ୍ଠ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଆୟାର କୋଲକାତା ଲୋରେଟୋ କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ୧୯୭୧ ମସିହାରରେ ଦୂରଦର୍ଶନରେ ଯୋଗ ଦେଇଥିଲେ । ଶ୍ରେଷ୍ଠ ଉପସ୍ଥାପିକା ଭାବେ ତାଙ୍କୁ ୪ ଥର ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟ କ୍ଷେତ୍ରରେ ଉତ୍କର୍ଷତା, ଅଦ୍ଭୁତପୂର୍ବ ସଫଳତା ପାଇଁ ୧୯୮୯ରେ ସେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: କେଜ୍ରିଓ୍ବାଲଙ୍କ ଆଖିରେ ଲୁହ, ସିସୋଦିଆଙ୍କ କଥା ମନେ ପକାଇ ହେଲେ ଭାବପ୍ରବଣ
ଖବର ଉପସ୍ଥାପନା ବ୍ୟତୀତ ସେ କେତେକ ବିଜ୍ଞାପନର ଲୋକପ୍ରିୟ ଚେହେରା ବି ଥିଲେ । ଆୟାର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଡିପ୍ଲୋମା ହାସଲ କରିବା ସହ ଶ୍ରୀଧର କ୍ଷୀରସାଗରଙ୍କ ଟେଲିଭିଜନ ଧାରବାହିକ 'ଖାନଦାନ'ରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କର ନିଧନରେ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଦୁଃଖ ବ୍ୟକ୍ତ କରିଛନ୍ତି । ସାମ୍ବାଦିକ ଶୀତଲ ଭଟ୍ଟ ଟ୍ବିଟ୍ କରିଛନ୍ତି, ଦେଶର ଜଣେ ସୁନାମଧନ୍ୟ ଓ ଶ୍ରେଷ୍ଠ ଖବର ଉପସ୍ଥାପିକା ଥିବ ଗୀତାଞ୍ଜଳି ଆୟାରଙ୍କ ପରଲୋକ ହୋଇଛି । ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଦୂରଦର୍ଶନର ପ୍ରଥମ ଓ ପ୍ରଖ୍ୟାତ ଇଂରାଜୀ ଖବର ଆଙ୍କରଙ୍କ ବିୟୋଗ ଖବର ଶୁଣି ଖୁବ୍ ଦୁଃଖତ ବୋଲି ଅନୁରାଗ ଠାକୁର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ