ETV Bharat / bharat

ସୋସିଆଲ ମିଡିଆକୁ GOIର ନିର୍ଦ୍ଦେଶ, ହଟାଅ ‘ଭାରତୀୟ ଷ୍ଟ୍ରେନ’ ସମ୍ପର୍କିତ ଖବର - ଭାରତୀୟ ନୂଆ ଷ୍ଟ୍ରେନ

ଭାରତ ସରକାର କୋରୋନାର ଭାରତୀୟ ନୂଆ ଷ୍ଟ୍ରେନ ସମ୍ପର୍କିତ ଖବର ହଟାଇବାକୁ ସାମାଜିକ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନାର ଭାରତୀୟ ଷ୍ଟ୍ରେନ ସମ୍ପର୍କିତ ଖବର ହଟାଇବାକୁ GOIର ସାମାଜିକ ଗଣମାଧ୍ୟମକୁ ନିର୍ଦ୍ଦେଶ
କୋରୋନାର ଭାରତୀୟ ଷ୍ଟ୍ରେନ ସମ୍ପର୍କିତ ଖବର ହଟାଇବାକୁ GOIର ସାମାଜିକ ଗଣମାକୋରୋନାର ଭାରତୀୟ ଷ୍ଟ୍ରେନ ସମ୍ପର୍କିତ ଖବର ହଟାଇବାକୁ GOIର ସାମାଜିକ ଗଣମାଧ୍ୟମକୁ ନିର୍ଦ୍ଦେଶଧ୍ୟମକୁ ନିର୍ଦ୍ଦେଶ
author img

By

Published : May 22, 2021, 11:02 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀର ଭାରତର ଷ୍ଟ୍ରେନକୁ ନେଇ ରହିଥିବା ସମସ୍ତ ବିଷୟବସ୍ତୁକୁ ହଟାଇବା ପାଇଁ ଭାରତ ସରକାର ସାମାଜିକ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଖବର ସେୟାର ହେବା ଦ୍ବାରା ମହାମାରୀ ବିରୋଧରେ ଲୋକଙ୍କ ନିକଟକୁ ଭୁଲ ଖବର ଯାଉଛି ବୋଲି ସେ କହିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) କୋରୋନା ମହାମାରୀର B.1.617 ଷ୍ଟ୍ରେନକୁ ଭାରତୀୟ ଷ୍ଟ୍ରେନ ବୋଲି କୌଣସି ରିପୋର୍ଟ କହିନଥିବା ଭାରତୀୟ ସରକାର କହିଛନ୍ତି । ଏଥିଲାଗି ସମସ୍ତ ସାମାଜିକ ଗଣମାଧ୍ୟମରୁ ଭାରତୀୟ ଷ୍ଟ୍ରେନ ବିଷୟବସ୍ତୁକୁ ହଟାଇବା ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମେ 12 ତାରିଖରେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆସରିଛି ବୋଲି ମଧ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ସରକାରଙ୍କ ଆଇଟି ବିଭାଗ ପକ୍ଷରୁ କୋରୋନା ସମ୍ପର୍କିତ କୌଣସି ମିଥ୍ୟା ଖବର ପ୍ରସାରଣ କରିବାକୁ ଲୋକମାନଙ୍କୁ ବାରଣ କରାଯାଇଥିଲା ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.