ETV Bharat / bharat

ସ୍ମୃତିରେ ଅଟଳ; ୯୮ତମ ଜୟନ୍ତୀରେ ମନେ ପକାଉଛି ଦେଶ

author img

By

Published : Dec 25, 2021, 7:01 AM IST

Updated : Dec 25, 2021, 3:21 PM IST

ଅଟଳ ବିହାରୀ ବାଜପେୟୀ । ଜଣେ ଅଜୟ ରାଜନେତା । ଓଜସ୍ବୀନି ବକ୍ତା । ପ୍ରସିଦ୍ଧ ହିନ୍ଦୀ କବି ଓ ସର୍ବୋପରି ଭାରତର ପ୍ରଧାନମନ୍ତ୍ରୀ । ହିନ୍ଦୁସ୍ଥାନର ସଫଳ ପ୍ରଧାନମନ୍ତ୍ରୀ । ୧୯୯୬ ରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଅଧିକ ପଢନ୍ତୁ

ସ୍ମୃତିରେ ଅଟଳ
ସ୍ମୃତିରେ ଅଟଳ

ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀ । ଜଣେ ଅଜୟ ରାଜନେତା । ଓଜସ୍ବୀନି ବକ୍ତା । ପ୍ରସିଦ୍ଧ ହିନ୍ଦୀ କବି ଓ ସର୍ବୋପରି ଭାରତର ପ୍ରଧାନମନ୍ତ୍ରୀ । ହିନ୍ଦୁସ୍ଥାନର ସଫଳ ପ୍ରଧାନମନ୍ତ୍ରୀ । ୧୯୯୬ ରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ସ୍ମୃତିରେ ଅଟଳ; ୯୮ତମ ଜୟନ୍ତୀରେ ମନେ ପକାଉଛି ଦେଶ

୧୯୨୪ ମସିହା ଆଜିରେ ଦିନରେ ମଧ୍ୟ ପ୍ରଦେଶର ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଜପେୟୀ । ପିତା କୃଷ୍ଣବିହାରୀ ବାଜପେୟୀ ଥିଲେ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ବରର ମୂଳନିବାସୀ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ବାଜପେୟୀ ସ୍ନାତକ ଡିଗ୍ରୀ ଗ୍ବାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନର ଲକ୍ଷ୍ମୀବାଇ କଲେଜ) ରୁ ପ୍ରାପ୍ତ କରିଥିଲେ । ଏମଏ ପରେ ପରେ କାନପୁରରେ ଏଲଏଲବି ପଢିଥିଲେ । ଛାତ୍ର ଜୀବନରୁ ସେ (ଆରଏସଏସ) ରାଷ୍ଟ୍ରୀୟ ସ୍ବୟଂ ସେବକ ସହ ଜଡିତ ହୋଇଥିଲେ । 1955ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଥିଲେ ଅନ୍ୟତମ । ୧୯୬୮ ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ରାଜନୀତିର ପାଠ ପଢିଥିଲେ ।

ସେହିପରି ୧୯୫୭ ରୁ ୨୦୦୯ ପର୍ଯ୍ୟନ୍ତ ସେ ୯ ଥର ଲୋକସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ ରେ ଦୁଇଥର ନିର୍ବାଚିତ ହୋଇଥିଲେ । ସଂସଦରେ ୫୦ ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିଲେ ବାଜପେୟୀ । ବାଜପେୟୀଙ୍କ ଆଉ ଏକ ଦକ୍ଷତା ହେଉଛି ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ଭଳି 4 ଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ତେବେ ୧୯୫୫ ରେ ପ୍ରଥମଥର ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ।

ମୋରାରଜୀ ଦେଶାଇଙ୍କ ସରକାରରେ ବାଜପେୟୀ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ବାଜପେୟୀଙ୍କ ଗୋଟିଏ ଚର୍ଚ୍ଚିତ ବକ୍ତବ୍ୟ ଥିଲା ଯାହା ଆଜି ମଧ୍ୟ ବୈଦେଶିକ ମନ୍ତ୍ରଣାଳୟରେ ପ୍ରଚଳିତ ହେଉଛି । ତାହା ହେଉଛି ‘ଆପଣ ଆପଣଙ୍କ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ' । ଏହା ବ୍ୟତୀତ ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ ଯିଏ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବନ୍ବିତ କରିଥିଲେ ।

ସେହିଭଳି ୧୯୭୯ ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ମୂଳ ଜନସଂଘର ନେତା ଓ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏହି ଦ୍ବୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ବରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି(ବିଜେପି) ଗଠନ କଲେ । ୧୯୮୦ ଏପ୍ରିଲ ୬ ରେ ପ୍ରତିଷ୍ଠା ହୋଇଥିବା ବିଜେପିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ବାଜପେୟୀ ।

୧୯୯୮ ମେ’ ୧୩ ରେ ରାଜସ୍ଥାନ ପୋଖରାନଠାରେ କରାଯାଇଥିବା ‘ଅପରେସନ ଶକ୍ତି' ଥିଲା ବାଜପେୟୀଙ୍କ ବଡ ସଫଳତା । ଫଳରେ ବିଶ୍ବର ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତ ହୋଇଥିଲା ସାମିଲ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ ନୀତି ଦେଶର ଶିକ୍ଷା ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ, ଗ୍ରାମୀଣ ଭାରତର ବିକାଶ ପାଇଁ ବଡ ବଡ ନିଷ୍ପତ୍ତି ନେଇଥିଲେ ।

୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ‘ସାଇନିଂ ଇଣ୍ଡିଆ’ ସ୍ଲୋଗାନ ଦେଇ ଏନଡିଏ (National Democracy Alliance) ର ନେତୃତ୍ବ ନେଇଥିଲେ । କିନ୍ତୁ ଦଳ ନିର୍ବାଚନରେ ପରାଜୟ ବରଣ କରିଥିଲା । ଏହାପରେ ଭାରତୀୟ ରାଜନୀତି ଆକାଶରୁ ଏକ ଜାଜ୍ଜୁଲ୍ୟମାନ ତାରକାଙ୍କ ଖସିବା ଆରମ୍ଭ ହୋଇଥିଲା । ଶାରୀରିକ ଅସୁସ୍ଥତା ବୟସାଧିକ କାରଣ ପାଇଁ ଅଟଳଙ୍କ ରାଜନୀତି ଅସ୍ତଗାମୀ ହେବାରେ ଲାଗିଲା । ଫଳରେ ବାଜପେୟୀ ଧୀରେ ଧୀରେ ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରହିଥିଲେ ।

ଭାରତୀୟ ରାଜନୀତିର ଏହି କାଳଜୟୀ ଅଜାତଶତ୍ରୁ ରାଜନେତାଙ୍କ ଦେଶପ୍ରତି ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ୨୦୧୪ ରୁ ତାଙ୍କରି ଜନ୍ମ ଜୟନ୍ତୀକୁ ସୁ-ଶାସନ ଦିବସ(Good Governance Day) ଭାବେ ପାଳନ କରୁଛନ୍ତି । ଏହାସହ ତାଙ୍କ ଦେଶପ୍ରତି ସେବା ସମର୍ପଣ, ନିଷ୍ଠା ଦେଶ ନିର୍ମାଣରେ ଅତୁଳନୀୟ ଅବଦାନ ପାଇଁ କୃତଜ୍ଞ ରାଷ୍ଟ୍ର ତରଫରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରିଛନ୍ତି କେନ୍ଦ୍ର ସରକାର । ଆଜି ଅଟଳ ନାହାଁନ୍ତି ସତ । କିନ୍ତୁ ତାଙ୍କ ପ୍ରେରଣା, ପରାମର୍ଶ, ମାର୍ଗଦର୍ଶନ ଆର୍ଶିବାଦ ସବୁଦିନ ପାଇଁ ଦେଶର ସମ୍ପଦ ହୋଇ ରହିବ । ଆଜି ତାଙ୍କର ୯୮ ତମ ଜନ୍ମ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 25, 2021, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.