ETV Bharat / bharat

ଉଦୟାନିଧିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ପାଇଁ ମନାକଲେ ସର୍ବୋଚ୍ଚ କୋର୍ଟ - ଉଦୟାନିଧି ଷ୍ଟାଲିନ ମନ୍ତବ୍ୟ

ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି କରିବାକୁ ମନା କଲେ ସର୍ବୋଚ୍ଚ କୋର୍ଟ । ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ବନ୍ଦ ହେବା ଆବଶ୍ୟକ । ହେଲେ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ମାମଲାର ଏକକ ଶୁଣାଣି ସମ୍ଭବ ନୁହେଁ କହିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲା: ଉଦୟାନିଧିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି କଲେନି ସର୍ବୋଚ୍ଚ କୋର୍ଟ

author img

By ETV Bharat Odisha Team

Published : Nov 29, 2023, 10:48 PM IST

ନୂଆଦିଲ୍ଲୀ: ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି କରିବାକୁ ମନା କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ଅଭିଯୋଗ ସହ ଜଡିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଏକକ ଶୁଣାଣି କରାଯିବା ସମ୍ଭବ ନୁହେଁ ବୋଲି କୋର୍ଟ କହିଛନ୍ତି । ଯଦି ଏହି ମାମଲାରେ କୋର୍ଟ କୌଣସି ରାୟ ଦେଉଛନ୍ତି, ତେବେ କୋର୍ଟରେ ଅନେକ ମାମଲା ଦାଖଲ ହେବ ଓ କୋର୍ଟ ଏହି ସମ୍ପର୍କିତ ମାମଲାଗୁଡିକରେ ବୁଡିଯିବ ବୋଲି ଖଣ୍ଡପୀଠ କହିଛନ୍ତି ।

ଆଜି ଘୃଣା ସୃଷ୍ଟିକାରୀ ମାମଲା (ହେଟସ୍ପିଚ୍‌) ସହ ସମ୍ପର୍କିତ ମାମଲାର କୋର୍ଟ ଶୁଣାଣି କରିଛନ୍ତି । ଏହା ମଧ୍ୟରେ ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ବିରୋଧରେ ସନାତନ ଧର୍ମକୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଦାଏର ହୋଇଥିବା ଅଦାଲତ ଅବମାନନା ମାମଲା ମଧ୍ୟ ରହିଥିଲା । ମାମଲା ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ଭାରତ ଭଳି ବିଶାଳ ଦେଶରେ ସମସ୍ୟା ରହିବ । ହେଲେ ଏଠାରେ ପ୍ରଶ୍ନ ହେଉଛି, ଆମ ନିକଟରେ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଯ୍ୟାପ୍ତ ପ୍ରଶାସନିକ ତନ୍ତ୍ରର ଉପଲବ୍ଧତା ଅଛି ତ ? ସମାଜ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ, କେହି ଯଦି ଏପରି କରେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।

ଏହା ମଧ୍ୟ ପଢନ୍ତୁ:- ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଲା ଉଗ୍ରବାଦୀ ସଂଗଠନ UNLF

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସ.ବି.ଏନ ଭଟ୍ଟିଙ୍କ ଖଣ୍ଡପୀଠ ଏହି ମାମଲା ଶୁଣାଣି କରି କହିଥିଲେ, କୋର୍ଟ ଯଦି ବ୍ୟକ୍ତିବିଶେଷଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ସମ୍ପର୍କିତ ମାମଲାର ଏକକ ଶୁଣାଣି କରିବା ଆରମ୍ଭ କରିବେ । ତେବେ କୋର୍ଟ ଏହି ମୁଖ୍ୟ ତଥା ସାମଗ୍ରିକ ପ୍ରସଙ୍ଗ (ହେଟସ୍ପିଚ)ର ଶୁଣାଣି କରିବାକୁ ମଧ୍ୟ ଅସମର୍ଥ ହେବ । ଜଷ୍ଟିସ ଖାନ୍ନା କହିଥିଲେ, ଏହି ଅଭିଯୋଗ ସହ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦାଏର ହୋଇଥିବା ଏକକ ମାମଲାର ଶୁଣାଣି କରିବା ସମ୍ଭବ ନୁହେଁ । ଖଣ୍ଡପୀଠ ଏହାକୁ ରୋକିବା ଦିଗରେ ଏକ ପ୍ରଶାସନ ତନ୍ତ୍ର ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । କେଉଁଠାରେ ଏହି ପ୍ରକ୍ରିୟା ଉଲ୍ଲଙ୍ଘନ ହେଲେ, ସେମାନେ ଆବଶ୍ୟସ୍ଥଳେ ନିଜର ହାଇକୋର୍ଟରେ ସେମାନେ ଦ୍ବାରସ୍ଥ ହେବେ । ଷ୍ଟାଲିନଙ୍କ ବିରୋଧରେ ଧାର୍ମିକ ମନ୍ତବ୍ୟ ମାମଲାରେ ଅଦାଲତ ଅବମାନନା ମାମଲା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଦ୍ବାରା ଦାଏର କରାଯାଇଥିଲା । କୋର୍ଟ କହିଥିଲେ, ଏଠାରେ ଏହି ମାମଲା ବିଚାର କରାଯାଇ ପାରିବନାହିଁ । ଦୟାକରି ହାଇକୋର୍ଟକୁ ଯାଆନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.