ETV Bharat / bharat

ଧର୍ମ ସାଜିଲାନି ବାଧକ: ଅଙ୍ଗଦାନ କରି 4 ଜୀବନ ବଞ୍ଚାଇଲେ ହିନ୍ଦୁ ନାବାଳିକା, ମୁସଲିମ ଯୁବକଙ୍କ ଶରୀରରେ ପ୍ରତିରୋପଣ ହୃତପିଣ୍ଡ - ମୃତ୍ୟୁ ପରେ ମୁସଲିମ ଯୁବକକୁ ହୃତପିଣ୍ଡ ଦାନ କଲେ ହିନ୍ଦୁ ଯୁବତୀ

ଦୁର୍ଘଟଣାରେ ବ୍ରେନଡେଡ ହେବା ପରେ ଅଙ୍ଗଦାନ କଲେ ମୃତ ହିନ୍ଦୁ ନାବାଳିକାଙ୍କ ପରିବାର । ହୃତପିଣ୍ଡ, ଦୁଇ କିଡ୍‌ନୀ ଓ ଲିଭର ଦେଇ ବଞ୍ଚାଇଲେ 4 ରୋଗୀଙ୍କ ଜୀବନ । ମୁସଲିମ ଯୁବକଙ୍କ ଶରୀରରେ ପ୍ରତିରୋପଣ ହେଲା ହିନ୍ଦୁ ନାବାଳିକାଙ୍କ ହୃତପିଣ୍ଡ । ଅଧିକ ପଢନ୍ତୁ

ଧର୍ମ ସାଜିଲାନି ବାଧକ: ଅଙ୍ଗଦାନ କରି 4 ଜୀବନ ବଞ୍ଚାଇଲେ ହିନ୍ଦୁ ନାବାଳିକା, ମୁସଲିମ ଯୁବକଙ୍କ ଶରୀରରେ ପ୍ରତିରୋପଣ ହୃତପିଣ୍ଡ

author img

By

Published : Jul 12, 2022, 12:05 PM IST

ବେଙ୍ଗାଲୁରୁ: ଧର୍ମଠାରୁ ମାନବତା ଊର୍ଦ୍ଧ୍ବରେ । ଯିଏ ଏହାକୁ ସଠିକ ଢଙ୍ଗରେ ବୁଝିଛି ସେ ହିଁ ସମାଜରେ ଗୌଣ ହୋଇ ପାରିଛି । କର୍ଣ୍ଣାଟକରେ ଏପରି କିଛି ଉଦାହରଣ ଦେଖିବାକୁ ମିଳିଛି । ବ୍ରେନ୍‌ଡେଡ୍‌ ଘୋଷିତ ଜଣେ ହିନ୍ଦୁ ନାବାଳିକାଙ୍କ ପରିବାର ମୃତ ନାବାଳିକାଙ୍କ ହୃତପିଣ୍ଡ ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଦାନ କରି ଜଣେ ମୁସଲିମ ଯୁବକଙ୍କ ସମେତ 4 ରୋଗୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି । କର୍ଣ୍ଣାଟକର ବାଲାଗାଭି ଜିଲ୍ଲାର ଧରଓ୍ବାଦ ଏକ ହସ୍ପିଟାଲରେ ସଫଳତାର ସହ ଏହି ଅଙ୍ଗ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଛି ।

ଏହି ପ୍ରକ୍ରିୟା ପାଇଁ ମେଡିକାଲ ଟିମ ଓ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରିବା ସହ ଗ୍ରୀନ କରିଡର ମାଧ୍ୟମରେ ହୃତପିଣ୍ଡକୁ ଗୋଟିଏ ହସ୍ପିଟାଲରୁ ଆଉ ଏକ ହସ୍ପିଟାଲରେ ପହଞ୍ଚାଯାଇଥିଲା । ଏକ ଅଭିଜ୍ଞ ଡାକ୍ତରଙ୍କ ଦଳ ଦ୍ବାରା ପ୍ରାୟ 6 ଘଣ୍ଟାରୁ ଅଧିକ ସମୟରେ ଆହ୍ବାନପୂର୍ଣ୍ଣ ଅପରେସନ ପରେ ଯୁବକଙ୍କ ଦେହରେ ସଫଳତାର ସହ ଏହି ହୃତପିଣ୍ଡକୁ ପ୍ରତିରୋପଣ କରିବାରେ ସଫଳ ହୋଇଛି । ବର୍ତ୍ତମାନ ଉକ୍ତ ଯୁବକଙ୍କ ସ୍ବାସ୍ଥ୍ୟବସ୍ତା ମଧ୍ୟ ସାମାନ୍ୟ ରହିଛି ।

ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ, ଉତ୍ତର କାନାଡା ଜିଲ୍ଲାର ଜଣେ 15 ବର୍ଷୀୟା ହିନ୍ଦୁ ନାବାଳିକା ଏକ ଦୁର୍ଘଟଣାର ଶିକାର ହୋଇ ଧାରଓ୍ବାଦ ଏସଡିଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ତାଙ୍କୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର । ତେବେ ମୃତ ନାବାଳିକାଙ୍କ ପିତାମାତା ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମୃତ ନାବାଳାକାଙ୍କ ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବାରୁ ଦୁଇଟି କିଡିନି, ହୃତପିଣ୍ଡ ଓ ଲିଭର ଦାନ କରିବା ନେଇ ପରିବାର ଲୋକେ ମେଡିକାଲ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ ।

ପରେ ଏଥିପାଇଁ ଡକ୍ତରୀ ଟିମ ଓ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା । ବେଲାଗାଭିର କେଏଲଇ ହସ୍ପିଟାଲ (KLE Hospital)ରେ ଚିକିତ୍ସାଧୀନ 22 ବର୍ଷୀୟ ମୁସଲିମ ଯୁବକଙ୍କୁ ଠାରେ ହୃତପିଣ୍ଡ ପ୍ରତିରୋପଣ କରାଯିବା ପାଇଁ ନାବାଳିକାଙ୍କ ହୃତପିଣ୍ଡକୁ ହସ୍ପିଟାଲକୁ ଆଣାଯାଇଥିଲା । ଏହି ସ୍ଥାନାନ୍ତରଣ ପାଇଁ ସ୍ଥାନୀୟ ପ୍ରଶାସନ ଗ୍ରୀନ କରିଡର ବ୍ୟବସ୍ଥା କରିଥିଲା । ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଏହାକୁ ପୋଲିସ ଏସକର୍ଟ ମଧ୍ୟରେ ଯୁଦ୍ଧକାଳୀନ ଭିତରେ ମାତ୍ର 50 ମିନିଟ ମଧ୍ୟରେ ହସ୍ପିଟାଲରେ ପହଞ୍ଚାଯାଇଥିଲା । ସେଠାରେ ପୂର୍ବ ପ୍ରସ୍ତୁତି ମୁତାବକ ଅବିଳମ୍ବେ ଯୁବକଙ୍କ ଅସ୍ତ୍ରୋପଚାର କରାଯିବା ସହ ହୃତପିଣ୍ଡ ପ୍ରତିରୋପଣ କରାଯାଇଥିଲା । ଅପରେସନ ସଫଳ ହୋଇଛି ଓ ସମ୍ପୃକ୍ତ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ବାଭାବିକ ଥିବା ମଧ୍ୟ ସୂଚନା ମିଳିଛି ।

ଏହି ଜଟିଳ ତଥା ଆହ୍ବନପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ 6 ଘଣ୍ଟା ସମୟ ଲାଗିଥିବା ବେଳେ ଏହି ଅଭିଜ୍ଞ ଡାକ୍ତରୀ ଟିମର ନେତୃତ୍ବ ନେଇଥିଲେ ଡାକ୍ତର ରିଚାର୍ଡ ସାଲଡେନା । ସେହପରି ନାବାଳିକାଙ୍କ ଲିଭର ମଧ୍ୟ ହୁବୁଳି ବିମାନ ବନ୍ଦରରୁ ବିମାନ ଯୋଗେ ବେଙ୍ଗାଲୁରୁର ଆପୋଲୋ ହସ୍ପିଟାଲକୁ ପଠାଯାଇଛି । ସେଠାରେ ଚିକିତ୍ସାଧୀନ ଜଣେ ଗୁରୁତର ରୋଗୀଙ୍କ ଦେହେରେ ଏହାକୁ ପ୍ରତିରୋପଣ କରାଯିବା ନେଇ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି ।

ସେହିପରି ଦୁଇ କିଡ୍‌ନୀ ମଧ୍ୟ ହୁବଳିରେ ଦୁଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କଠାରେ ପ୍ରତିରୋପଣ ହେବ । ଶରୀର 4 ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଦାନ ଓ ପ୍ରତିରୋପଣ ଫଳରେ 4 ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଛନ୍ତି ଦୁର୍ଘଟଣାରେ ଅକାଳ ପ୍ରାଣ ହରାଇଥିବା ହିନ୍ଦୁ ନାବାଳିକା । ଏଭଳି ଏକ ମହତ ଦାନ କରି ମୃତ୍ୟୁ ପରେ ଅମର ରହିବେ ନାବାଳିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.