ETV Bharat / bharat

Tomatoes crisis: କନ୍ଦାଉଛି ଟମାଟୋ, ଆଶ୍ବସ୍ତି ଦେବାକୁ ଅଣ୍ଟା ଭିଡିଲା କେନ୍ଦ୍ର

author img

By

Published : Jul 12, 2023, 4:59 PM IST

ଟମାଟୋ ସଙ୍କଟ ମଧ୍ୟରେ ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି । ଏକାଧିକ ରାଜ୍ୟରୁ ଟମାଟୋ କିଣି ସବସିଡ ଦରରେ ଯୋଗାଇବା ପାଇଁ NAFED, NCCF ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Tomatoes crisis: ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି, ଏକାଧିକ ରାଜ୍ୟରୁ ଟମାଟୋ କିଣିବେ ସରକାର

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଟମାଟୋ ସଙ୍କଟ ମଧ୍ୟରେ ଗ୍ରାହକଙ୍କୁ ଆଶ୍ବସ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ (NAFED) ଓ ଜାତୀୟ ସମବାୟ ଖାଉଟି ସଂଘ ଇଣ୍ଡିଆ ଲିମିଟେଡ (NCCF)କୁ ଅଗ୍ରଣୀ ଟମାଟୋ ଉତ୍ପାଦନକାରୀ ରାଜ୍ୟରୁ ଟମାଟୋ କିଣି ନିର୍ଦ୍ଧାରିତ ସରକାରୀ ସବସିଡଯୁକ୍ତ ମୂଲ୍ୟରେ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ରରୁ ଏହି ରାଷ୍ଟ୍ରାୟତ ମାର୍କେଟିଂ ସଂସ୍ଥା ଟମାଟୋ କିଣି ଦେଶର ବିଭିନ୍ନ ରାଜ୍ଯର ପ୍ରମୁଖ ବିତରଣ କେନ୍ଦ୍ରକୁ ରିହାତି ଦରରେ ରପ୍ତାନୀ କରିବେ ।

ଗତ ମାସରୁ ସମଗ୍ର ଦେଶରେ ଟମାଟୋ ଦର କ୍ରମାଗତ ବଢିବାରେ ଲାଗିଛି । କିଛି ରାଜ୍ୟରେ ଟମାଟୋ କେଜି 2ଶହ ପାର କଲାଣି । ମୌସୁମୀ ଜନିତ ଲଗାଣ ବର୍ଷାରେ ଫସଲ ନଷ୍ଟ ହେବା ସହ ଯୋଗାଯୋଗ ବାଧାପ୍ରାପ୍ତ ହେବା କାରଣରୁ ଯୋଗାଣ ଶୃଙ୍ଖଳା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଏହି ସମସ୍ୟା କାରଣରୁ ବଜାରରେ ଟମାଟୋର ଉପଲବ୍ଧତାରେ ଅସ୍ଥିରତା ସୃଷ୍ଟି ହୋଇଛି । ଫଳରେ ପ୍ରାୟ ସମସ୍ତ ରାଜ୍ୟରେ ବହୁଳ ଭାବେ ବ୍ୟବହାର ହେଉଥିବା ଟମାଟୋର ମୂଲ୍ୟ ଆକାଶଛୁଆଁ ହୋଇଛି ।

ଦୈନଦିନ ରୋଷେଇରେ ବ୍ୟବହାର କରାଯାଉଥିବା ଟମାଟୋକୁ ନେଇ ଖାଉଟି ଏବେ ଚିନ୍ତାରେ । ପୂର୍ବରୁ ତାମିଲନାଡୁ ପରି ରାଜ୍ୟରେ ସରକାର ସବସିଡ ଦରରେ ଟମାଟୋ ବିକ୍ରି ମଧ୍ଯ ଆରମ୍ଭ କରିସାରିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ଏବେ ରିହାତି ମୂଲ୍ୟରେ ଟମାଟୋ ଯୋଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି, ଶୁକ୍ରବାର ଠାରୁ ଦିଲ୍ଲୀ ଓ ଏନସିଆରରେ ସରକାରୀ ସବସିଡ ମୂଲ୍ୟରେ ଟମାଟୋ ବିକ୍ରି ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ:-ଟମାଟୋ ସଙ୍କଟ ! ଚେନ୍ନାଇରେ 82ଟି ଦୋକାନରେ ସବସିଡ ଦରରେ ଟମାଟୋ ବିକିବେ ସରକାର

ଆକଳନରୁ ଏହା ଜଣାପଡିଛି ଯେ, ଆସନ୍ତାମାସ (ଅଗଷ୍ଟ) ଆରମ୍ଭ ସୁଦ୍ଧା ଏହି ସଙ୍କଟରେ ସୁଧାର ଆସିପାରେ । ମହାରାଷ୍ଟ୍ରରେ ନାସିକ ଜିଲ୍ଲା, ଔରଙ୍ଗାବାଦ ଓ ଏହାର ଆଖାପାଖ ବେଲ୍ଟରେ ଅମଳ ଟମାଟୋ ଅମଳ ହେବା ଆରମ୍ଭ ହେବ । ସେହିପରି ମଧ୍ୟ ପ୍ରଦେଶ ବେଲ୍ଟରେ ମଧ୍ୟ ନୂଆ ଟମାଟୋ ଅମଳ ଖୁବଶିଘ୍ର ଆରମ୍ଭ ହେବ । ତେଣୁ ସୃଷ୍ଟି ହୋଇଥିବା ସଙ୍କଟ କିଛି ମାତ୍ରାରେ ହ୍ରାସ ପାଇବା ସହ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଟମାଟୋ ଅମଳ ହୋଇ ବଜାରରେ ପହଞ୍ଚିବା ପରେ ଉପଲବ୍ଧତା ବଢିବା ସହ ଦରରେ ନିୟନ୍ତ୍ରଣ ଆସିବ । ପ୍ରାୟ ଅଗଷ୍ଟ ଆରମ୍ଭ ସୁଦ୍ଧା ଦେଶରେ ଟମାଟୋ ଦର ନିୟନ୍ତ୍ରଣକୁ ଆସିବା ନେଇ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.