ETV Bharat / bharat

ଦୀର୍ଘ 2 ବର୍ଷ ପରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

author img

By

Published : Mar 27, 2022, 7:22 AM IST

ଆଜିଠୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା । ଦେଶରେ କୋରୋନା ସଂକ୍ରମଣରେ ହ୍ରାସ ଘଟିଥିବା ଯୋଗୁଁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ପୁଣି ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢ଼ନ୍ତୁ

regular international flights will resume from sunday
ଦୀର୍ଘ 2 ବର୍ଷ ପରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା । ଦେଶରେ କୋରୋନା ସଂକ୍ରମଣରେ ହ୍ରାସ ଘଟିଥିବା ଯୋଗୁଁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ପୁଣି ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । କୋରୋନା ମହାମାରୀ କାରଣରୁ ପ୍ରାୟ 2 ବର୍ଷ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗା ଯାଇଥିଲା । ପ୍ରଥମେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିୟମିତ ବିମାନ ଚଳାଚଳ ଆରମ୍ଭ କରାଯିବ । ଏହାପରେ ଏପ୍ରିଲ ପ୍ରଥମ ସପ୍ତାହରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି ।

ଭାରତୀୟ ବିମାନ ଚଳାଚଳ ସଂସ୍ଥା ଗୁଡ଼ିକ ସ୍ବାଭାବିକ ଅନ୍ତର୍ଜାତୀୟ ସେବା ନିମନ୍ତେ ପ୍ରସ୍ତୁତ ଥିବାବେଳେ ଏମିରେଟସ, ଭର୍ଜିନ ଆଟଲାଣ୍ଟିକ ସମେତ ବିଭିନ୍ନ ଅନ୍ତର୍ଜାତୀୟ ବିମାନ ସେବା ସଂସ୍ଥାଗୁଡ଼ିକ ମଧ୍ୟ ପୁନଃ ଉଡ଼ାଣ ପାଇଁ ଉତ୍ସାହିତ ଅଛନ୍ତି । କେନ୍ଦ୍ର ସରକାର ବିମାନ ଉଡ଼ାଣ ନିମନ୍ତେ ନିୟମାବଳୀରେ ମଧ୍ୟ ସଂଶୋଧନ କରିଛନ୍ତି । ନିୟମାନୁସାରେ ବିଦେଶୀ ବିମାନ ଗୁଡ଼ିକରେ ଜରୁରୀ ଚିକିତ୍ସା ଆବଶ୍ୟକତା ପାଇଁ ତିନୋଟି ସିଟ ଖାଲି ରଖିବା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ସେହିଭଳି ବିମାନ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ପିପିଇ କିଟ୍ ପିନ୍ଧିବା ଆବଶ୍ୟକତା ପଡ଼ିବ ନାହିଁ । ସୂଚନା ଥାଉକି, 2020 ମାର୍ଚ୍ଚ 23ରୁ ନିୟମିତ ଅନ୍ତର୍ଜାତୀୟ ଉଡ଼ାଣକୁ ବନ୍ଦ ରଖା ଯାଇଥିବାବେଳେ ଏଯାଏ ଦ୍ବିପାକ୍ଷିକ ଏୟାର ବବଲ ବ୍ୟବସ୍ଥାରେ 37 ରାଷ୍ଟ୍ରକୁ ବିମାନ ଚଳାଚଳ ହେଉଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.