ETV Bharat / bharat

Amarnath Yatra 2022: ଅମରନାଥ ଯାତ୍ରା ପାଇଁ ଏପ୍ରିଲ 11ରୁ ପଞ୍ଜିକରଣ - ଅମରନାଥ ଯାତ୍ରା 2022

ଅମରନାଥ ଯାତ୍ରା 2022 ପାଇଁ ଏପ୍ରିଲ 11ରୁ ଆରମ୍ଭ ହେବ ପଞ୍ଜିକରଣ । ଏନେଇ ଶ୍ରୀ ଅମରନାଥଜୀ ଶ୍ରୀନ ବୋର୍ଡ (Shri Amarnathji Shrine Board ) ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Amarnath Yatra 2022: ଅମରନାଥ ଯାତ୍ରା ପାଇଁ ଏପ୍ରିଲ 11ରୁ ଆରମ୍ଭ ହେବ ପଞ୍ଜୀକରଣ

author img

By

Published : Apr 8, 2022, 9:19 AM IST

ଶ୍ରୀନଗର: ଅମରନାଥ ଯାତ୍ରା 2022 ପାଇଁ ଏପ୍ରିଲ 11ରୁ ଆରମ୍ଭ ହେବ ପଞ୍ଜିକରଣ । ଏନେଇ ଶ୍ରୀ ଅମରନାଥଜୀ ଶ୍ରୀନ ବୋର୍ଡ (Shri Amarnathji Shrine Board ) ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀ ଅମରନାଥଜୀ ଶ୍ରୀନ ବୋର୍ଡର ସିଇଓ ନୀତିଶ୍ବର କୁମାର କହିଛନ୍ତି ଯେ, ଦକ୍ଷିଣ କାଶ୍ମୀରର 3,880 ମିଟର ଉଚ୍ଚରେ ଅବସ୍ଥିତ ହିମାଳୟ ଗୁମ୍ଫା ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ତୀର୍ଥଯାତ୍ରୀ ଶ୍ରୀନ ବୋର୍ଡ ୱେବସାଇଟ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନରେ ପଞ୍ଜିକୃତ କରିପାରିବେ ।

ଚଳିତ ବର୍ଷ ତିନି ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଯାତ୍ରା କରିପାରନ୍ତି ବୋଲି ସେ ଆଶା ରଖିଛନ୍ତି । ଅମରନାଥ ଯାତ୍ରା ଜୁନ 30ରୁ ଆରମ୍ଭ ହୋଇ ଅଗଷ୍ଟ 11 ରେ ଶେଷ ହେବ । ଏଥିପାଇଁ ଜମ୍ମୁ କାଶ୍ମୀର ବ୍ୟାଙ୍କର 446ଟି ଶାଖା, ପିଏନବି ବ୍ୟାଙ୍କ, ୟେସ ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କର 100 ଟି ଶାଖାରେ ପଞ୍ଜୀକରଣ ଆରମ୍ଭ ହେବ ।

ଚଳିତ ଥର 3 ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ସାମିଲ ହେବେ ବୋଲି ଆମେ ଆଶା କରୁଛୁ । ଏନେଇ ରାମବନରେ ଏକ ଯାତ୍ରୀ ନିବାସ କରାଯାଇଛି । ଯେଉଁଥିରେ 3000 ତୀର୍ଥଯାତ୍ରୀ ରହିପାରିବେ ବୋଲି ନୀତୀଶର କୁମାର କହିଛନ୍ତି । କେବଳ ସେତିକି ନୁହେଁ ତୀର୍ଥଯାତ୍ରୀଙ୍କ ପାଇଁ ବୀମାରାଶିକୁ ମଧ୍ୟ ଚଳିତ ଥର ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି ।

ତୀର୍ଥଯାତ୍ରୀମାନଙ୍କୁ RFID(Radio Frequency Identification) ଦିଆଯିବ । ଯାହା ଦ୍ବାରା ଶ୍ରୀନ ବୋର୍ଡ ତୀର୍ଥଯାତ୍ରୀମାନଙ୍କୁ ଟ୍ରାକ କରିପାରିବ । ପନି ହ୍ୟାଣ୍ଡେଲର୍ସମାନଙ୍କ(pony handlers) ପାଇଁ ବୀମା ଅବଧି ଏକ ବର୍ଷକୁ ବୃଦ୍ଧି ପାଇଲା । ତୀର୍ଥଯାତ୍ରୀଙ୍କ ପାଇଁ ବୀମା ଚଳିତ ବର୍ଷ 3 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଅଗଷ୍ଟରେ ଧାରା 370 ଉଠିବା ହେବା ପୂର୍ବରୁ ଅମରନାଥ ଯାତ୍ରାକୁ ମଧ୍ୟଭାଗରେ ବାତିଲ କରାଯାଇଥିଲା । କୋରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ଧରି ଏକ ପ୍ରତିକାତ୍ମକ ଯାତ୍ରୀ ପାଳନ କରାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.