ETV Bharat / bharat

କେରଳରେ ଆଞ୍ଚଳିକ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା - Regional Malayalam OTT platforms

କୋଭିଡ କଟକଣା ଯୋଗୁଁ ସିନେମାହଲର ଅଭାବ ପୂରଣ କରିପାରିଥିଲେ କେରଳର ଆଞ୍ଚଳିକ ଓଟିଟି ପ୍ଲାଟଫର୍ମ । ଏଗୁଡିକର ଲୋକପ୍ରିୟତା ଏବେ ବଢିବାରେ ଲାଗିଛି । ସିନେମା ହଲ୍‌ ଗୁଡିକ ପୁଣି ଖୋଲିଲେ ମଧ୍ୟ ଛୋଟଛୋଟ ବ୍ୟାନର ସେମାନଙ୍କର ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ପସନ୍ଦ କରିବେ ।

ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା
ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା
author img

By

Published : Jan 29, 2021, 7:36 PM IST

କେ. ପ୍ରବୀଣ କୁମାର, ଇଟିଭି ଭାରତ

ଆକିରୋ କୁରୋସାୱା, ଲୁଇଲ ବନେଲ, ଇଙ୍ଗମାର ବର୍ଗମ୍ୟାନ, କିସ୍ଲୋଭସ୍କି, ଜିନ ଲୁକ ଗୋଡାର୍ଡଙ୍କ ଭଳି ବିଶ୍ବ ସିନେମାର କିମ୍ବଦନ୍ତୀ ପୁରୁଷ କେରଳର ସିନେପ୍ରେମୀଙ୍କ ମଧ୍ୟରେ ଅଜଣା ନୁହନ୍ତି । ରାଜ୍ୟର ସିନେପ୍ରେମୀ ଏମାନଙ୍କ ଫିଲ୍ମକୁ ଭଲ ପାଆନ୍ତି। ପୂର୍ବରୁ କେରଳର ଦୂରଦୂରାନ୍ତ ଅଞ୍ଚଳରେ ସକ୍ରିୟ ଥିବା ଛୋଟଛୋଟ ଫିଲ୍ମ ସୋସାଇଟି ଗୁଡିକ ମଧ ଆନ୍ତର୍ଜାତିକ ସମାନ୍ତରାଳ ସିନେମା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଉଥିଲେ ।

ଟେଲିଭିଜନ ଓ ଭିଡିଓ ଲାଇବ୍ରେରୀର ଯୁଗ ଆରମ୍ଭ ହେଲା ପରେ ମଧ୍ୟ ଫିଲ୍ମ ସୋସାଇଟି ଗୁଡିକ ଧୀରେଧୀରେ ବନ୍ଦ ହୋଇଗଲା । ତେବେ, ନିକଟରେ ଆରମ୍ଭ ହୋଇଥିବା କିଛି ଆଞ୍ଚଳିକ ଓଟିଟି ପ୍ଲାଟଫର୍ମ ଏବେ ସେହି କାମ କରୁଛନ୍ତି, ଯାହା କି ଅତୀତରେ କେରଳର ଫିଲ୍ମ ସୋସାଇଟି ଗୁଡିକ କରୁଥିଲେ । ଏସବୁ ପ୍ଲାଟଫର୍ମ ଜରିଆରେ ସିନେପ୍ରେମୀ ଦର୍ଶକ ଛୋଟଛୋଟ ବ୍ୟାନରରେ ନିର୍ମିତ ଗୁଣାତ୍ମକ ସମାନ୍ତରାଳ ସିନେମାର ମଜା ନେଇପାରୁଛନ୍ତି । କୋଭିଡ କଟକଣା ଯୋଗୁଁ ସିନେମାହଲର ଅଭାବ ପୂରଣ କରିପାରିଥିଲେ କେରଳର ଆଞ୍ଚଳିକ ଓଟିଟି ପ୍ଲାଟଫର୍ମ ।

ଏଗୁଡିକର ଲୋକପ୍ରିୟତା ଏବେ ବଢିବାରେ ଲାଗିଛି । ସିନେମା ହଲ୍‌ ଗୁଡିକ ପୁଣି ଖୋଲିଲେ ମଧ୍ୟ ଛୋଟଛୋଟ ବ୍ୟାନର ସେମାନଙ୍କର ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ପସନ୍ଦ କରିବେ । ତେଣୁ ସିନେମାହଲ୍ ପୁଣି ଖୋଲିଲେ ମଧ୍ୟ ଓଟିଟି ପ୍ଲାଟଫର୍ମର ସିନେମାର ଲୋକପ୍ରିୟତା କମ୍ ହେବ ନାହିଁ, ବୋଲି ଇଣ୍ଡଷ୍ଟ୍ରି ବିଶେଷଜ୍ଞମାନେ କହନ୍ତି ।

ନିକଟରେ ନିଷ୍ଟ୍ରିମ ଓ ପ୍ରାଇମ ରିଲ୍ସ ନାମକ ଦୁଇଟି ଏକ୍ସକ୍ଲୁସିଭ ମାଲୟଲମ କଣ୍ଟେଣ୍ଟ ଓଟିଟି ଆରମ୍ଭ ହୋଇଛି । ଏହି ଦୁଇ ଓଟିଟି ପ୍ଲାଟଫର୍ମ ତାରକା ଖଚିତ ବିଗ ବ୍ୟାନର ଫିଲ୍ମ ପରିବର୍ତ୍ତେ ଗୁଣାତ୍ମକ ବିଷୟବସ୍ତୁ ଥିବା ସିନେମା ଓ ପ୍ରୋଗ୍ରାମ ଉପରେ ଗୁରୁତ୍ବ ଦେଉଛନ୍ତି । ଉଦାହରଣ ସ୍ବରୂପ ‘ଦି ଗ୍ରେଟ୍ ଇଣ୍ଡିଆନ କିଚେନ’ ନାମକ ଏକ ମାଲୟଲମ ଫିଲ୍ମର ପ୍ରସାରଣ ପାଇଁ ଉଭୟ ଆମାଜନ ଓ ନେଟଫ୍ଲିକ୍ସ ମନା କରିଦେଇଥିଲେ । କିନ୍ତୁ ଏହା ଏକ ଗୁଣାତ୍ମକମାନର ଫିଲ୍ମ ବୋଲି ଆମେ ହୃଦୟଙ୍ଗମ କରି ଗ୍ରହଣ କରିଥିଲୁ ବୋଲି ନିଷ୍ଟ୍ରିମ କେରଳର ମୁଖ୍ୟ ଚାର୍ଲସ ଜର୍ଜ କହିଛନ୍ତି ।

ଦି ଗ୍ରେଟ ଇଣ୍ଡିଆନ କିଚେନରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ସୁରଜ ଭେଞ୍ଜାରମୁଜୁ ଓ କେରଳ ରାଜ୍ୟ ପୁରସ୍କାର ବିଜୟିନୀ ନିମିଷା ସାଜୟନ ଅଭିନୟ କରିଛନ୍ତି । ଏହି ଫିଲ୍ମ କେରଳର ପିତୃକୈନ୍ଦ୍ରିକ ସମାଜରେ ମହିଳାଙ୍କ ସ୍ଥାନ ନେଇ ଏକ ବିତର୍କ ସୃଷ୍ଟି କରିଛି । ଏହି ଫିଲ୍ମର ବିଷୟବସ୍ତୁକୁ ନେଇ ଯେତେବେଳେ ଆଲୋଚନା,ସମାଲୋଚନା ଓ ବିତର୍କର ସୂତ୍ରପାତ ହୋଇଛି, ସେତେବେଳେ ନିଷ୍ଟ୍ରିମ ମଧ୍ୟ ଏହି ଫିଲ୍ମକୁ ଦେଖାଇ ଫାଇଦା ହାସଲ କରିଛି । କାରଣ ନିଷ୍ଟ୍ରିମର ସବସ୍କ୍ରାଇବର ସଂଖ୍ୟା ବଢିଛି । ଅଧିକାଂଶ ସବସ୍କ୍ରାଇବର କେରଳ ବାହାରର ବୋଲି ଏହାର କେରଳ ଆଞ୍ଚଳିକ ମୁଖ୍ୟ ଚାର୍ଲସ ଜର୍ଜ କହନ୍ତି । ସେମାନେ ନୂଆ ମାଲୟଲମ ଫିଲ୍ମ ଦେଖିବାର ସୁଯୋଗ ପାଆନ୍ତି ନାହିଁ । ତେଣୁ ଓଟିଟି ପ୍ଲାଟଫର୍ମ ସେମାନଙ୍କ ପାଇଁ ଏକ ଭଲ ମାଧ୍ୟମ ବୋଲି ଜର୍ଜ କହନ୍ତି ।

କୋଚି ସ୍ଥିତ ଓଟିଟି ପ୍ଲାଟଫର୍ମ ପ୍ରାଇମ ରିଲ୍ସ ମଧ୍ୟ ଉନ୍ନତ ସାମାଜିକ ଦୃଷ୍ଟିରୁ ପ୍ରାସଙ୍ଗିକ ଓ ବାସ୍ତବବାଦୀ ଫିଲ୍ମକୁ ପ୍ରାଧାନ୍ୟ ଦେଉଛି । ‘ଦି କନଫେସନ୍‌ସ ଅଫ ଏ କୁକୁ’ ହେଉଛି ଏକ ବାସ୍ତବବାଦୀ ଫିଲ୍ମ । ଶିଶୁ ଯୈାନ ନିର୍ଯାତନା ଉପରେ ଫିଲ୍ମର ବିଷୟବସ୍ତୁ ଆଧାରିତ । ନିର୍ଦ୍ଦେଶକ ଭାବେ ଜିତିନ ପ୍ରକାଶଙ୍କ ଏହା ପ୍ରଥମ ଫିଲ୍ମ ହେଲେ ମଧ୍ୟ ଏହାକୁ ଓଟିଟି ପ୍ଲାଟଫର୍ମ ସାଦରେ ଗ୍ରହଣ କରିଥିଲା ।

କେରଳରେ ସର୍ବଦା କଳାତ୍ମକ ଫିଲ୍ମର ସଂସ୍କୃତି ରହିଆସିଛି। ଜରୁରୀ ନୁହେଁ ଯେ, ସବୁ କଳାତ୍ମକ ଫିଲ୍ମ ବ୍ୟବସାୟିକ ସଫଳତା ହାସଲ କରିବ । ଶକ୍ତିଶାଳୀ ଡିଷ୍ଟ୍ରିବ୍ୟୁସନ ନେଟୱାର୍କ ଏଭଳି ଅଧିକାଂଶ ଛୋଟ କିନ୍ତୁ ଉନ୍ନତ ଫିଲ୍ମଗୁଡିକୁ ସିନେମାହଲରେ ପ୍ରଦର୍ଶିତ ହେବାକୁ ଦିଏ ନାହିଁ । କାରଣ ଏଗୁଡିକର ବ୍ୟବସାୟିକ ସଫଳତା ପ୍ରତି ସେମାନେ ସନ୍ଦେହ ପ୍ରକାଶ କରିଥାନ୍ତି । ଏବେ ମଧ୍ୟ ସିନେମାହଲରେ ଏଭଳି ଫିଲ୍ମ ବେଶୀ ହେଲେ ସପ୍ତାହେ ବା ଦୁଇ ସପ୍ତାହ ଚାଲେ ।

ଆଞ୍ଚଳିକ ଓଟିଟି ପ୍ଲାଟଫର୍ମରେ କିନ୍ତୁ ଏଭଳି ଫିଲ୍ମକୁ ଗୁରୁତ୍ବ ଦିଆଯାଇଛି । ଦୀର୍ଘକାଳୀନ ପ୍ରାଇମ ସ୍ପେଶ ଦିଆଯାଉଛି । କିନ୍ତୁ ଇଣ୍ଡଷ୍ଟ୍ରି ବିଶେଷଜ୍ଞଙ୍କ ମତରେ ଭଲ କଳାତ୍ମକ ଫିଲ୍ମ ମଧ୍ୟ ବର୍ତ୍ତମାନ ଭଲ ବ୍ୟବସାୟ କରୁଛନ୍ତି। ଦି ଗ୍ରେଟ ଇଣ୍ଡିଆନ କିଚେନର ରିଲିଜ ପରେ ଓଟିଟି ପ୍ଲାଟଫର୍ମ ନିଷ୍ଟ୍ରିମର ଗ୍ରାହକ ସଂଖ୍ୟାରେ ଅହେତୁକ ବୃଦ୍ଧି ହୋଇଛି ।

ପ୍ରାଇମ ରିଲ୍ ପାଖରେ ବି ଭଲ ଭଲ ଗୁଣାତ୍ମକ ସିନେମା ରହିଛି । ଭଲ ଷ୍ଟାର ନଥିଲେ ବି ଉନ୍ନତ ବିଷୟବସ୍ତୁ ଯୋଗୁଁ ଛୋଟ ଛୋଟ ଫିଲ୍ମଗୁଡିକୁ ଓଟିଟି ପ୍ଲାଟଫର୍ମରେ ଦର୍ଶକ ଗ୍ରହଣ କରୁଛନ୍ତି । ଏହା ସଂପୃକ୍ତ ଓଟିଟି ପ୍ଲାଟଫର୍ମଗୁଡିକୁ କଂଟେଟ୍ ସିଲେକସନରେ ସହାୟକ କରୁଛି । ବଡବଡ ଓଟିଟି ପ୍ଲାଟଫର୍ମଗୁଡିକ ପାଖରେ ବଡ ବଡ ବ୍ୟାନରର ତାରକା ଖଚିତ ଫିଲ୍ମ ଥିବା ବେଳେ ଆଞ୍ଚଳିକ ଓଟିଟି ପ୍ଲାଟଫର୍ମଗୁଡିକ ଭିନ୍ନ ରାସ୍ତ ବାଛିନେଇଛନ୍ତି।

ନିଷ୍ଟ୍ରିମ ପ୍ଲାଟଫର୍ମ ଯୋଗୁଁ ତାଙ୍କ ଫିଲ୍ମ ଅଧିକ ଦର୍ଶକମାନଙ୍କ ପାଖରେ ପହଞ୍ଚାଇପାରିଲା ବୋଲି ‘ଦି ଗ୍ରେଟ୍ ଇଣ୍ଡିଆନ କିଚେନ’ ନିର୍ଦ୍ଦେଶକ ଜିଓ ବେବି କହନ୍ତି । ନେଟଫ୍ଲିକ୍ସ ଓ ଆମାଜନ ଭଳି ଓଟିଟି ପ୍ଲାଟଫର୍ମ, ତାଙ୍କ ଫିଲ୍ମକୁ ପ୍ରତ୍ୟାଖ୍ୟାନ କଲା ପରେ ସେ ବ୍ୟସ୍ତ ହୋଇ ପଡିଥିଲେ । କେବଳ ନିଷ୍ଟ୍ରିମ ହିଁ ତାଙ୍କ ଫିଲ୍ମକୁ ସମର୍ଥନ କରିଥିଲା ବୋଲି ବେବି କହନ୍ତି ।

କିନ୍ତୁ ପ୍ରତ୍ୟାଖ୍ୟାନ କରିଥିବାରୁ ସେ ନେଟଫ୍ଲିକ୍ସ ଓ ଆମାଜନକୁ ଦୋଷ ଦେବାକୁ ଚାହାନ୍ତି ନାହିଁ ବୋଲି ବେବି କହିଛନ୍ତି । ଟେଲିଗ୍ରାମ ଓ ଅନ୍ୟ ପାଇରେଟେଡ୍ ଫିଲ୍ମ ସେୟାରିଂ ମିଡିଆର ଉପସ୍ଥିତି ସେମାନଙ୍କୁ ଚିନ୍ତାରେ ପକାଇ

ଥାଇପାରେ ବୋଲି ବେବି କହନ୍ତି । ଏହାଛଡା ତାଙ୍କ ଫିଲ୍ମର ବ୍ୟବସାୟିକ ସମ୍ଭାବନା ପ୍ରତି ବଡ ବଡ ଓଟିଟି ପ୍ଲାଟଫର୍ମଗୁଡକ ବୋଧହୁଏ ସନ୍ଦିହାନ ଥିବେ ବୋଲି ବେବି କହନ୍ତି ।

ସେ କହନ୍ତି ଯେ, ନିଷ୍ଟ୍ରିମ କେବଳ କଂଟେଟ୍ ସଂପର୍କରେ ଆଲୋଚନା କରିଥିଲା । ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ବଡ ଧରଣର ବିତର୍କର ସୂତ୍ରପାତ କରିବ ବୋଲି ସେ ଆଶା କରି ନଥିଲେ ବୋଲି ବେବି କହନ୍ତି । କିନ୍ତୁ ଫିଲ୍ମରବିଷୟବସ୍ତୁ ନେଇ ସେ ବେଶ ଆଶାବାଦୀ ଥିଲେ ବୋଲି ବେବି କହନ୍ତି । ଓଟିଟି ପ୍ଲାଟଫର୍ମ ଦ୍ବାରା ଦି ଗ୍ରେଟ ଇଣ୍ଡିଆନ କିଚେନକୁ ଦେଶ ବିଦେଶର ଅନେକ ଲୋକ ଦେଖିଛନ୍ତି ।

ଆଞ୍ଚଳିକ ଓଟିଟିଗୁଡିକ ଭଲ ଭଲ ଫିଲ୍ମ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ଉନ୍ନତମାନର ୱେବ ସିରିଜକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ଦୁର୍ବଳ ବିଷୟବସ୍ତୁ ପାଇଁ କେରଳର ଟିଭି ସିରିଏଲଗୁଡିକୁ ସମାଲୋଚନା କରାଯାଏ। କିନ୍ତୁ ଏ ଦିଗରେ ଓଟିଟି ପ୍ଲାଟଫର୍ମଗୁଡିକ ନୂଆ ଆଶା ସଞ୍ଚାର କରିଛନ୍ତି । ସେମାନେ ଭଲ ବିଷୟବସ୍ତୁ ଉପରେ ଗୁରୁତ୍ବ ଦେଉଛନ୍ତି ।

କୌଣସି ୱେବ ସିରିଜକୁ ଅନୁମତି ଦେବା ଆଗରୁ ଆମେ ଏହାର ୧୮ଟି ଏପିସୋଡ ପୂରା ଦେଖିଥାଉ ବୋଲି ନିଷ୍ଟ୍ରିମର ଚାର୍ଲସ ଜର୍ଜ କହିଛନ୍ତି । କେରଳରେ କୁଡେ ଭଳି କିଛି ଓଟିଟି ପ୍ଲାଟଫର୍ମ ଅଛି, ଯେଉଁଠି କ୍ଷୁଦ୍ର ଚଳଚ୍ଚିତ୍ର, ମ୍ୟୁଜିକ ଆଲବନ ଓ ୱେବସିରିଜକୁ ଗୁରୁତ୍ବ ଦିଆଯାଏ । ମାନେ ଓଟିଟି ପ୍ଲାଟଫର୍ମରେ ଦର୍ଶକଙ୍କୁ ଭିନ୍ନ ସ୍ବାଦର ମନୋରଞ୍ଜନ ଯୋଗାଇ ଦିଆଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.