ETV Bharat / bharat

ତେଲ ଦର ହ୍ରାସ ପ୍ରହସନ, ଆଶ୍ବସ୍ତି ନୁହେଁ: ଲାଲୁ

author img

By

Published : Nov 4, 2021, 4:04 PM IST

ନିର୍ବାଚନ ସରିଗଲେ ପୁଣି ତେଲ ଦର ବୃଦ୍ଧି ପାଇବ ବୋଲି କଟାକ୍ଷ କରିଛନ୍ତି ଆରଜେଡି ନେତା ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଅଧିକ ପଢନ୍ତୁ...

ତେଲ ଦର ହ୍ରାସ ପ୍ରହସନ, ଆଶ୍ବସ୍ତି ନୁହେଁ: ଲାଲୁ
ତେଲ ଦର ହ୍ରାସ ପ୍ରହସନ, ଆଶ୍ବସ୍ତି ନୁହେଁ: ଲାଲୁ

ପାଟଣା: କେବଳ ନିର୍ବାଚନ ପାଇଁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମାଇଛନ୍ତି । ନିର୍ବାଚନ ସରିଗଲେ ପୁଣି ଦର ବୃଦ୍ଧି ପାଇବ ବୋଲି କଟାକ୍ଷ କରିଛନ୍ତି ଆରଜେଡି ନେତା ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ।

ଯାଦବ କହିଛନ୍ତି ଯେ, 'କେନ୍ଦ୍ର ସରକାର ଘୋଷଣା କରିଥିବା ପେଟ୍ରୋଲ ଡିଜେଲ ଉପରେ ଏକ୍ସାଇଜ ଶୁଳ୍କ ହ୍ରାସ ଲୋକଙ୍କୁ କୌଣସି ଆଶ୍ବସ୍ତି ଦେବ ନାହିଁ । ଉତ୍ତର ପ୍ରଦେଶ ନିର୍ବାଚନ ପରେ ପୁଣି ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇବ । ପେଟ୍ରୋଲ ଦର ହ୍ରାସ କରି ମୋଦି ସରକାର ଡ୍ରାମା କରୁଛନ୍ତି । ଯଦି ଲିଟର ପିଛା ୫୦ ଟଙ୍କା ହ୍ରାସ ପାଏ ତେବେ ଯାଇ ଲୋକଙ୍କୁ ଆଶ୍ବସ୍ତି ମିଳିବ ।'

ସୂଚନା ଅନୁଯାୟୀ ଗତକାଲି(ବୁଧବାର) କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ ପାଇବ ବୋଲି ଘୋଷଣା କରିଛନ୍ତି । ଗତ କିଛିଦିନ ହେବ ତେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଲାଗି ରହିଥିଲା । ପେଟ୍ରୋଲ ଓ ଡିଜେଲ ଦର ୧୦୦ ପାର କରିଥିବା ସମୟରେ ୫/୧୦ ଟଙ୍କା କମ୍ ପ୍ରହସନ ବୋଲି ଲାଲୁ ପ୍ରସାଦ କଟାକ୍ଷ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.