ଅମରାବତୀ: ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମଠାରେ ରେଡକ୍ରସର ସ୍ବେଚ୍ଛାସେବୀମାନେ ଅନ୍ତିମ ସଂସ୍କାର କରୁଛନ୍ତି । ତେବେ ସେମାନେ ସ୍ଥାନୀୟ ଅଞ୍ଚଳର କୋଭିଡ ଆକ୍ରାନ୍ତ ଓ ଅନାଥ ପିଲାଙ୍କର ଗୁରୁବାର ଅନ୍ତିମ ସଂସ୍କାର କରିଥିବା ଦେଖିବାକୁ ମିଳିଛି ।
ଶ୍ରୀକାକୁଲମ ଅଞ୍ଚଳରେ ରେଡକ୍ରସର ସ୍ବେଚ୍ଛାସେବୀମାନେ ଗତ କିଛି ଦିନ ଧରି ଜଣେ 70 ବର୍ଷୀୟା ବୃଦ୍ଧଙ୍କ ଯତ୍ନ ନେଉଥିଲେ । ତେବେ ତାଙ୍କର ମୃତ୍ୟୁ ସୂଚନା ପୋଲିସଠାରୁ ପାଇବା ପରେ ସେମାନେ ତାଙ୍କ ଅନ୍ତିମ ସଂସ୍କାର କରିଥିଲେ । ଏହାସହିତ ଶୁକ୍ରବାର ରାଜ୍ୟରେ ଥିବା RIMS ହସ୍ପିଟାଲରେ ଡ଼ି ସତ୍ୟଭାତି(82), ଆର ସରୋଜିନୀ(70) ଓ ଆର ରମନ ମୁର୍ଥୀଙ୍କ ମୃତ୍ୟୁ ପରେ ସ୍ବେଚ୍ଛାସେବୀମାନେ ସେମାନଙ୍କ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି ।
ଦେଶରେ କୋଭିଡ ମହାମାରୀର ଦ୍ବିତୀୟ ଲହରରେ ରେଡକ୍ରସ ସୋସାଇଟିର ସଦସ୍ୟମାନେ ଅନେକ ସହାୟତାମୂଳକ କାର୍ଯ୍ୟ କରୁଛନ୍ତି । କୋଭିଡ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ପ୍ରାୟ 40ଟି ଦେଶରୁ ଭାରତକୁ ଆସୁଛି । ଏହି ସାମଗ୍ରୀଗୁଡିକ ଭାରତୀୟ ରେଡକ୍ରସ ସୋସାଇଟି ଦ୍ବାରା ପଠାଯାଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି।
ଗତ 24 ଘଣ୍ଟାରେ ଦେଶରେ ନୂଆ 2 ଲକ୍ଷ 11 ହଜାର 298 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3847 ଜଣଙ୍କର ମୃତ୍ୟୁ ଘଟିଛି । ସେପେଟେ ବର୍ତ୍ତମାନ ଦେଶରେ ପ୍ରତିଦିନ 9.79 ପ୍ରତିଶତ କୋରୋନା ପଜିଟିଭ ଚିହ୍ନଟ ହେଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳୁଛି ।
@ANI