ETV Bharat / bharat

ମୂଷା ଖାଇ ଦେଲା ମୃତଦେହର ଆଖି !

author img

By

Published : Jan 22, 2023, 4:58 PM IST

ଆଖି ଖାଇଦେଲା ମୂଷା । ମୃତଦେହ କୋଠରୀରୁ ଗାଏବ୍ ହେଉଛି ଆଖି । ଅଧିକ ପଢ଼ନ୍ତୁ

Rats ate the eyes
ଡାକ୍ତରଖାନାରୁ ଗାଏବ୍ ହେଉଛି ଆଖି

ଭୋପାଳ: ପୁଣିଥରେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ସ୍ଥିତ ସରକାରୀ ଡାକ୍ତରଖାନାରେ ଚରମ ଅବହେଳା ସାମ୍ନାକୁ ଆସିଛି । ଶନିବାର ଦିନ ଡାକ୍ତରଖାନାର ମୃତଦେହ ରଖାଯାଇଥିବା କୋଠରୀରୁ ଦୁଇଟି ମୃତଦେହ ମଧ୍ୟରୁ ଗୋଟିଏ ମୃତଦେହ ଆଖି ମୂଷା ଖାଇଦେଇଥିବା କୁହାଯାଇଛି । ଡାକ୍ତରଖାନାର ଅଧିକାରୀମାନେ ଏଭଳି ଅନୁମାନ କରିଛନ୍ତି । ତେବେ ଏହି ଘଟଣା ପରେ ସିଭିଲ ସର୍ଜନଙ୍କ ସମେତ ଚାରିଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାପୂର୍ବରୁ ଏହି ହସ୍ପିଟାଲରେ ହିଁ ଚଳିତ ମାସ ୪ ତାରିଖ ଏବଂ ୧୯ ତାରିଖରେ ୨ ମୃତ ଦେହର ଆଖି ମଧ୍ୟ ଏଭଳି କ୍ଷତିବିକ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା ।

ସୂଚନାନୁସାରେ ଗତ ୪ତାରିଖରେ ଜଣେ ୩୨ ବର୍ଷୀୟ ଯୁବକଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃତ୍ୟୁ ହୋଇଥିଲା । ହେଲେ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିନପାରିବାରୁ ମୃତଦେହକୁ ମୃତଦେହ କୋଠରୀରେ ରଖାଯାଇଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ପୁଅର ମୃତଦେହକୁ ସାଙ୍ଗରେ ନେବାପାଇଁ କହିଥିଲେ । ଏହାପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ମୃତଦେହ ହସ୍ତାନ୍ତର ପରେ ପୁଅର ଆଖି ଗୋଟେ ନଥିବା ପରିବାର ଲୋକେ ଦେଖି ଚମକି ପଡ଼ିଥିଲେ । ଏହାପରେ ଚିକିତ୍ସା କରିଥିବା ଡାକ୍ତରଙ୍କୁ କହିଥିଲେ । ବର୍ତ୍ତମାନ ପୁଣି ସମାନ ଘଟଣା ସାମ୍ନାକୁ ଆସିବାପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏପରିକି ଏହି ମୃତଦେହ କୋଠରୀର ଦାୟୀତ୍ବରେ ଥିବା କର୍ମଚାରୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

ସିଭିଲ ସର୍ଜନଙ୍କ ସମେତ ଚାରିଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ : ଏ ସମ୍ପର୍କରେ ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ (CMHO) ମମତା ତିମୋର କହିଛନ୍ତି ଯେ ଜାନୁଆରୀ 4 ତାରିଖରେ ମୃତଦେହ କୋଠରୀରେ ଥିବା ଡିପ ଫ୍ରିଜର କାମ କରୁନଥିଲା । ତେଣୁ ଏଠାକୁ ଆସିଥିବା ଏକ ୩୨ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହକୁ କୋଠରୀ ଭିତର ଥିବା ଟେବୁଲ ଉପରେ ରଖାଯାଇଥିଲା । ହେଲେ ପରଦିନ ମୃତଦେହର ୨ଟି ଆଖି ମଧ୍ୟରୁ ଗୋଟିଏ ଆଖି ଅତି କ୍ଷତିବିକ୍ଷତ ହୋଇଥିବା ବେଳେ ଗୋଟିଏ ଆଖି ନଥିଲା । ସେହିପରି ୧୯ ତାରିଖରେ ମଧ୍ୟ ଅନ୍ୟ ଏକ ମୃତଦେହର ଆଖି ଏଭଳି କ୍ଷତବିକ୍ଷତ ଅବସ୍ଥାରେ ତଳେ ପଡ଼ିଥିଲା । ଏହି ବ୍ୟକ୍ତିଙ୍କ ମୃତଦେହ ଡିପ ଫ୍ରିଜରରେ ଥିଲା । ତଥାପି କିଭଳି ଏଭଳି ଘଟିଲା ତାହାକୁ ଚାଲିଛି ତଦନ୍ତ ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ସମୟରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ବାରମ୍ବାର ଏଭଳି ଘଟୁଛି ବୋଲି CMHO କହିଛନ୍ତି। ଏହାସହ ଏହି ଘଟଣା ପରେ ଅର୍ଥାତ ୪ ତାରିଖରେ ସିଭିଲ ସର୍ଜନଙ୍କୁ ନୋଟିସ ଦିଆଯାଇଛି । ତେବେ ମୃତଦେହଙ୍କ ଆଖି ମୂଷା ନେଉଛି କି ଅନ୍ୟ କିଛି କଥା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ମୃତଦେହ ସୁରକ୍ଷିତ ରହିବା ପାଇଁ ପ୍ରତ୍ୟେକ ହସ୍ପିଟାଲରେ ମୃତଦେହ କୋଠରୀ ଥାଏ । ଏଠାରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥାଏ । ଯେପରି ମୃତଦେହର କୌଣସି କ୍ଷତି ନଘଟେ । ଏଥିପାଇଁ କିଛି କର୍ମଚାରୀଙ୍କୁ ଏଠାରେ ନିଯୁକ୍ତି ବି କରାଯାଏ । ହେଲେ ସାଗର ଜିଲ୍ଲା ଡାକ୍ତରଖାନାରେ ମୃତଦେହରୁ ଆଖି କିଭଳି ଗୋଟିଏ ପରେ ଗୋଟିଏ ମୃତଦେହରୁ ଆଖି ଗାଏବ ହେଉଛି ତାକୁ ନେଇ ଅନେକ ଆଲୋଚନା ହେଉଛି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.