ଜୟପୁର: ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ନାମରେ ଦୁଷ୍କର୍ମ ଅଭିଯୋଗ । ରାଜସ୍ଥାନର ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ରୋହିତ ଜୋଷୀଙ୍କ ନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ରାଜସ୍ଥାନରେ ଜଣେ ମହିଳା ଏହି ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ରାଜସ୍ଥାନକୁ ସ୍ଥାନାନ୍ତର କରିଛି । ସୂଚନା ଅନୁସାରେ, ଅଭିଯୋଗ ଆଣିଥିବା ୨୪ ବର୍ଷୀୟା ଯୁବତୀ ହେଉଛନ୍ତି ରାଜସ୍ଥାନର ବାସିନ୍ଦା ।
ପୀଡିତା ଅଭିଯୋଗ କରିଛନ୍ତି ଯେ, "ମନ୍ତ୍ରୀଙ୍କ ପୁଅ ରୋହିତ ଯୋଶୀ ମଦ୍ୟପାନ କରିବା ପରେ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି । ପ୍ରଥମେ ଜୟପୁରର ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିଥିଲେ, ପରେ ଅଶ୍ଲିଳ ଭିଡିଓ ବନାଇ ଅନୈତିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ । ଏହାପରେ ଡେରାଡୁନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ ।"
ପୀଡିତାଙ୍କ ବୟାନକୁ ଆଧାରକରି ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିବା ସହ ପୀଡିତାକୁ ଜୟପୁର ପୋଲିସ ନିକଟକୁ ପଠାଇଦେଇଛି । ଫଳରେ ଦେଶରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପୁଅଙ୍କ ନାମରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ଘଟଣା ରାଜନୈତିକ ରଙ୍ଗ ନେବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ