ଜୟପୁର : ରାଜସ୍ଥାନ ବନଶ୍ବର ଜିଲ୍ଲା ଉଦୟପୁରବାଦ ପଞ୍ଚାୟତର ପିଟାପୁରା ଗ୍ରାମରେ ଅଭାବନୀୟ ଘଟଣା । ଏହି ଗାଁରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛି । ଫଳରେ ତାଙ୍କର ପୁରା ପରିବାର ଶେଷ ହୋଇଯାଇଛି ।
ସୂଚନାନୁସାରେ, ଗୁଜୁରାଟ କୋର୍ଟରେ 40 ବର୍ଷୀୟ ମୋହନ ଦାମୋରଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ଚାଲିଥିଲା । ଯେଉଁଥିରେ ସେ 3 ମାସ ଜେଲରେ ମଧ୍ୟ ରହିଥିଲେ । ଏହି କାରଣରୁ ସେ ଉଦାସୀନ ଥିଲେ । ଶେଷରେ ଆଜି ଘରେ ଏଭଳି ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
ବୁଧବାର ଭୋର ପ୍ରାୟ 4 ଟାରେ ପିଥାପୁର ନିବାସୀ ମୋହନ ଦାମୋର (40)ଙ୍କ ଘରୁ ଚାରିଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ଶାରଦା ଦାମୋର(୩୬), ପୁଅ ହରିଶ(୧୪) ଏବଂ ସାନ ପୁଅ ରାହୁଲ(୫) । ସମସ୍ତଙ୍କ ମୃତଦେହ ଘର ଭିତରେ ଥିବା ଖଟ ଉପରେ ପଡ଼ିଥିବା ବେଳେ ମୋହନ ଦାମୋର ଏକ ଖୁଣ୍ଟରେ ମୃତ ଅବସ୍ଥାରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।
ଦୁଷ୍କର୍ମ ବିଷୟରେ କହିଛନ୍ତି ଗ୍ରାମବାସୀ : ଗ୍ରାମବାସୀ କହିଛନ୍ତି ଯେ ଗୁଜୁରାଟର ରାଜକୋଟରେ ମୋହନ କାମ କରୁଥିଲେ । ସେଠାରେ ସେ ଜଣେ ମହିଳାଙ୍କ ସହିତ ବନ୍ଧୁତା କରିଥିଲେ । ଉକ୍ତ ମହିଳା ମୋହନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିଥିଲେ । ଏହି ଘଟଣାକୁ ନେଇ ସେ ତିନି ମାସ ଜେଲ ଯାଇଥିଲେ । ବୁଧବାର ସନ୍ଧ୍ୟାରେ ମୋହନଙ୍କ ପିତା ନାଥୁ ତାଙ୍କ ସମ୍ପର୍କୀୟଙ୍କ ଠାରୁ ଫେରି ଘରକୁ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ଦେଖି ସେ ଚେତା ହରାଇ ବସିଥିଲେ ।
ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ