ETV Bharat / bharat

Ranjan Gogoiଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ମାମଲା: ଏମିତି କହିଲେ ପୂର୍ବତନ CJI - ରଞ୍ଜନ ଗୋଗୋଇ ଯୌନ ଉତ୍ପୀଡନ ମାମଲା

ନିଜ ବିରୁଦ୍ଧରେ ଥିବା ଯୌନ ଉତ୍ପୀଡନ ମାମଲାର ଶୁଣାଣି ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସୁପ୍ରିମକୋର୍ଟର ପୂର୍ବତନ CJI ରଞ୍ଜନ ଗୋଗୋଇ । ଏହି ମାମଲାର ଶୁଣାଣି କରିଥିବା ପୀଠର ମୁଁ ଅଂଶ ହେବାର ନଥିଲା କହିଲେ ଗୋଗୋଇ । ଅଧିକ ପଢନ୍ତୁ

ଗୋଗୋଇଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ମାମଲା: ଏମିତି କହିଲେ CJI

author img

By

Published : Dec 9, 2021, 12:24 PM IST

Updated : Dec 9, 2021, 12:50 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ରାଜ୍ୟସଭା ସଦସ୍ୟ ରଞ୍ଜନ ଗୋଗୋଇ 'Justice for the judge' ନାମକ ନିଜର ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଗୋଗୋଇ ଅଯୋଧ୍ୟା ରାୟ, ଯୌନ ଉତ୍ପୀଡନ ମାମଲା, କାଶ୍ମୀର ମାମଲା, ରାଜ୍ୟସଭାକୁ ମନୋନୟନ ଏବଂ ଏନଆରସି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ପ୍ରଥମେ ଐତିହାସିକ ଅଯୋଧ୍ୟା ରାୟ ସମ୍ପର୍କରେ ଗୋଗୋଇ କହିଛନ୍ତି, ମୁଁ ଆଯୋଧ୍ୟା ମାମଲାକୁ ପୁର୍ନଜୀବିତ କରିନାହିଁ । ମୋ ପୂର୍ବତନ ଜଷ୍ଟିସ ମୋତେ ଏକ ତାରିଖ ଦେଇଥିଲେ । ମୋ ପାଖରେ ଦୁଇଟି ବିକଳ୍ପ ଥିଲା, ମୁଁ ଦୌଡିପାରି ଥାଆନ୍ତି ନଚେତ୍ ଏଥିରୁ ଲୁଚି ପାରିଥାଆନ୍ତି । ଯେମିତିକି ଜଷ୍ଟିସ ବୋବଡେ କହିଲେ, ମୁଁ ଗୋଟିଏ ଯୋଦ୍ଧା ପରିବାରରୁ ଆସିଛି ତେଣୁ ମୁଁ ଲଢେଇ କଲି । ସୁପ୍ରିମକୋର୍ଟର ବିଶ୍ବସନୀତା ଦୃଷ୍ଟିରୁ ମୁଁ ସମସ୍ତ ଭାର ନିଜେ ବୋହିଲି । ଯଦି ମୁଁ ଏହି ମାମଲାର ଶୁଣାଣି ପାଇଁ ଅସମର୍ଥ ଥିଲି ତେବେ ମୋତେ ଏହି ଚାକିରି ନେବାର ନଥିଲା ।

ସେହିପରି ସେ ନିଜ ବିରୁଦ୍ଧରେ ଥିବା ଯୌନ ଉତ୍ପୀଡନ ମାମଲା ସମ୍ପର୍କରେ ମଧ୍ୟ ବିବୃତ୍ତି ରଖିଛନ୍ତି । ଏହି ମାମଲାର ଶୁଣାଣି କରିଥିବା ବେଞ୍ଚର ମୁଁ ଏକ ଅଂଶ ହେବାର ନଥିଲା । କିନ୍ତୁ ଜଣେ କ'ଣ ବା କରିବ ଯେତେବେଳେ ସେ ୪୫ ବର୍ଷ ଧରି କମାଇଥିବା ସମ୍ମାନ ରାତାରାତି ନଷ୍ଟ କରିବାକୁ ଚେଷ୍ଟା କରାଯାଏ । ଏହି ସମୟରେ ସେହି ବ୍ୟକ୍ତି ଜଣକଙ୍କ ଠାରୁ ଯୁକ୍ତିଯୁକ୍ତ କାର୍ଯ୍ୟ ଆଶା କରାଯାଇପାରିବ କି ? ଜଣେ ସିଜେଆଇ(CJI) କ'ଣ ମଣିଷ ନୁହଁନ୍ତି ବୋଲି ଗୋଗୋଇ ପ୍ରଶ୍ନ କରିଛନ୍ତି । ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ ବାସ ଏତିକି କହିଥିଲେ ଯେ ଆମେ ଆଶା କରୁଛି କି ପ୍ରେସ୍ ସଜାଗ ରହିବ । ହେଲେ ଜଷ୍ଟିସ ଗୋଗୋଇ ଖଣ୍ଡପୀଠର ଅଂଶ ହୋଇ ନିଜକୁ କ୍ଲିନଚିଟ୍ ଦେଇଥିବା ମିଡିଆରେ ଚର୍ଚ୍ଚା ହେଲା । ମୁଁ ପୀଠରେ ସାମିଲ ହୋଇନଥିଲେ ଭଲ ହୋଇଥାଆନ୍ତା । ସମସ୍ତେ ଭୁଲ୍ କରିଥାନ୍ତି । ତେଣୁ ନିଜ ଭୁଲକୁ ସ୍ବୀକାର କରିବାରେ କୌଣସି ଖରାପ ନାହିଁ ବୋଲି କହିଛନ୍ତି ଗୋଗୋଇ ।

କାଶ୍ମୀର ମାମଲାରେ ଗୋଗାଇ ପ୍ରକାଶ କରିଛନ୍ତି ଯେ, ଯେତେବେଳେ କାଶ୍ମୀର ମାମଲା ଆସିଲା, ସେହି ସମୟରେ ଆଯୋଧ୍ୟା ମାମଲାର ଶୁଣାଣି ଅଧାରେ ଥିଲା । ଶୁଣାଣିର ଦେଢ ମାସ ପରେ ୩୦ ସେପ୍ଟେମ୍ବରରେ ମୁଁ ଅନ୍ୟ ବରିଷ୍ଠ ବିଚାରପତିଙ୍କ ନେତୃତ୍ବାଧୀନ ପୀଠକୁ କାଶ୍ମୀର ମାମଲା ହସ୍ତାନ୍ତର କରିଥିଲି । ହେଲେ CJI କାଶ୍ମୀର ପ୍ରସଙ୍ଗକୁ ସମୟ ଦେଉନଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଲା । ମାତ୍ର ଅନ୍ୟ ଖଣ୍ଡପୀଠକୁ ମାମଲା ହସ୍ତାନ୍ତର ବିଷୟ ଆଲୋଚନା ହେଲାନାହିଁ ।

ଏହି କ୍ରମରେ ସେ ରାଜ୍ୟସଭାକୁ ମନୋନୀତ ହେବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ମୁଁ ରାଜ୍ୟସଭାର ସଦସ୍ୟ ଭାବେ ଦେଢ ବର୍ଷ ହେଲାଣି ଟଙ୍କାଟିଏ ବି ରାଜ୍ୟସଭାରୁ ନେଇନାହିଁ ଏବଂ ନିଜ ପକେଟରୁ ମୁଁ ସାହାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ଏହାବ୍ୟତୀତ ଗୋଗୋଇ NRC ମୁଦ୍ଦା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

Last Updated : Dec 9, 2021, 12:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.