ETV Bharat / bharat

Check Bounce Case: ଅଭିନେତ୍ରୀ ଅମିଷା ପଟେଲଙ୍କୁ 500 ଟଙ୍କା ଫାଇନ କଲେ କୋର୍ଟ

author img

By

Published : Jul 26, 2023, 10:48 PM IST

ଚେକ ବାଉନ୍ସ ମାମଲାରେ ଅଭିନେତ୍ରୀ ଅମିଷା ପଟେଲଙ୍କୁ ଫାଇନ କଲେ କୋର୍ଟ । 500 ଟଙ୍କା ଫାଇନ ସହ ଆସନ୍ତା 7 ତାରିଖକୁ ଶୁଣାଣି ଧାର୍ଯ୍ୟ କଲେ ରାଞ୍ଚି କୋର୍ଟ । ଅଧିକ ପଢନ୍ତୁ

Check bounce case: ଅଭିନେତ୍ରୀ ଅମିଶା ପଟେଲଙ୍କୁ ଫାଇନ କଲେ କୋର୍ଟ

ରାଞ୍ଚି: ଚେକ୍‌ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କୁ 5 ଶହ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ । ତାଙ୍କ ବିରୋଧରେ ଆସିଥିବା ଏହି ମାମଲାରେ ପକ୍ଷ ନରଖିବା କାରଣରୁ ରାଞ୍ଚିର ସିଭିଲ କୋର୍ଟ 500 ଟଙ୍କା ଜୋରିମାନା ଲଗାଇଛନ୍ତି । ସେହିପରି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ (ଅଗଷ୍ଟ) 7 ତାରିଖରେ ହେବା ନେଇ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । 2018ରେ ଝାଡଖଣ୍ଡର ଚଳଚ୍ଚିତ୍ର ନିର୍ମାତା ଅଜୟ କୁମାର ସିଂ ଅଭିନେତ୍ରୀ ପଟେଲଙ୍କ ଚେକ୍ ବାଉନ୍ସ ହେବା ପରେ ତାଙ୍କ ବିରୋଧରେ ଏହି ମାମଲା ଦାଖଲ କରିଥିଲେ ।

ଏହି ମାମଲାରେ ଅଭିନେତ୍ରୀ ଅମିଷା କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ନହେବା ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କୁ ଏଥିରେ ନିରାଶ ହେବାକୁ ପଡିଥିଲା । ମେ’ ପହିଲାରେ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସହ ତଳକୋର୍ଟ ବା ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରି ସେ ଗତମାସ (ଜୁନ) 17 ତାରିଖରେ ରାଞ୍ଚିରେ ସିନିୟର ଡିଭିଜନ୍ ଜଜ୍ ଡି.ଏନ୍ ଶୁକ୍ଲାଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ 10,000 ଟଙ୍କା ମୂଲ୍ୟର ଦୁଇଟି ବଣ୍ଡରେ ଜାମିନ ପ୍ରଦାନ କରିଥିଲେ । ହେଲେ ସେ ପରବର୍ତ୍ତୀ ସମୟରେ କୋର୍ଟରେ ହାଜର ନହେବା ସହ ତାଙ୍କ ଓକିଲ ମଧ୍ୟ ପଠାଇନଥିଲେ । ଏହି କାରଣରୁ ତାଙ୍କୁ ଆଜି କୋର୍ଟ ଫାଇନ ଲାଗୁ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ପାରିବାରିକ କଳହରୁ ସ୍ବାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ !

ଆବେଦନକାରୀ ଫିଲ୍ମ ନିର୍ମାତା ଅଜୟ କୁମାର ସିଂଙ୍କ ଅଭିଯୋଗ ଅନୁଯାୟୀ, ଅଭିନେତ୍ରୀ ଅମିଷା ପଟେଲ ପ୍ରଥମେ ମ୍ୟୁଜିକ ଭିଡିଓ ଓ ପରେ ଏକ ଫିଲ୍ମ ନିର୍ମାଣ ପାଇଁ ତାଙ୍କଠାରୁ ଏକାଧିକ ପର୍ଯ୍ୟାୟରେ 2.5 କୋଟି ଟଙ୍କା ନେଇଥିଲେ । ହେଲେ ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟରେ ଫିଲ୍ମ କିମ୍ବା ଆଲବମ ରିଲିଜ କରିନଥିଲା ଅମିଷାଙ୍କ ପ୍ରଯୋଜନା ସଂସ୍ଥା । ସେ ଏନେଇ ଅଭିଯୋଗ କରିବା ସହ ଟଙ୍କା ଫେରାଇବା ପାଇଁ ଦାବି କରିଥିଲେ । ଅମିଷା ତାଙ୍କୁ ଦୁଇଟି ଭିନ୍ନଭିନ୍ନ ଚେକ୍‌ ଦେଇଥିଲେ ସୁଦ୍ଧା ତାହା ଅଭିନେତ୍ରୀଙ୍କ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ ଚେକ ବାଉନ୍ସ ହୋଇଯାଇଥିଲା । ଅଜୟ କୁମାର ସିଂ ଏନେଇ ଅଭିନେତ୍ରୀଙ୍କ ବିରୋଧରେ କୋର୍ଟର ଆଶ୍ରୟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.