ETV Bharat / bharat

ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ସାଇନ୍ସ ଓ କମ୍ପ୍ୟୁଟର ଲ୍ୟାବ, ରାମୋଜୀ ଫାଉଣ୍ଡେସନ ଦେଲା 10 ଲକ୍ଷ

author img

By

Published : Jun 17, 2023, 9:09 PM IST

ସରସ୍ବତୀ ଶିଶୁ ମନ୍ଦିରରେ ପ୍ରତିଷ୍ଠା ହେବ ସାଇନ୍ସ ଓ କମ୍ପ୍ୟୁଟର ଲ୍ୟାବ । 10 ଲକ୍ଷ ସହୟତା ସହ ସହଯୋଗର ହାତ ବଢାଇଲା ରାମୋଜୀ ଫାଉଣ୍ଡେସନ । ଗ୍ରାମୀଣ କ୍ଷେତ୍ରରେ ଶିକ୍ଷାର ପ୍ରସାର ପାଇଁ ଶିକ୍ଷାନୁଷ୍ଠାନର ଭୂମିକାକୁ ପ୍ରଶଂସା କଲେ ରାମୋଜୀ ଫାଉଣ୍ଡେସନ ମୁଖ୍ୟ ସି.ରାମୋଜୀ ରାଓ । ଅଧିକ ପଢନ୍ତୁ

ସରସ୍ବତୀ ଶିଶୁ ମନ୍ଦିରରେ ପ୍ରତିଷ୍ଠା ହେବ ସାଇନ୍ସ ଓ କମ୍ପ୍ୟୁଟର ଲ୍ୟାବ, ରାମୋଜୀ ଫାଉଣ୍ଡେସନ ଦେଲେ 10 ଲକ୍ଷ ସହୟତା

ରାମୋଜୀ ଫାଉଣ୍ଡେସନ ଦେଲା 10 ଲକ୍ଷ

ଅମରାବତି: ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ସହାୟତାର ହାତ ବଢାଇଲା ରାମୋଜୀ ଫାଉଣ୍ଡେସନ । ଆନ୍ଧ୍ର ପ୍ରଦେଶର କୋନାସିମା ଜିଲ୍ଲାର ମଲ୍ଲିକପୁରମ୍ ମଣ୍ଡଳର ଲକ୍କାଭାରାମରେ ଥିବା ଶ୍ରୀ ସରସ୍ୱତୀ ଶିଶୁମନ୍ଦିରରେ ବିଜ୍ଞାନ ଏବଂ କମ୍ପ୍ୟୁଟର ଲ୍ୟାବ ସ୍ଥାପନ ପାଇଁ ରୋମୋଜୀ ଫାଉଣ୍ଡେସନ ପକ୍ଷରୁ 10 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଗତକାଲି (ଶୁକ୍ରବାର) ରାଜାମହେନ୍ଦ୍ରଭରମ (ରାଜମହେନ୍ଦ୍ରୀ) ରେ ଥିବା ଇନାଡୁ କାର୍ଯ୍ୟାଳୟରେ ଫାଉଣ୍ଡେସନର ଶାଖା ପ୍ରଭାରୀ (ୟୁନିଟ୍ ଇନ୍-ଚାର୍ଜ) ଟି.ଭି ଚନ୍ଦ୍ରଶେଖର ପ୍ରସାଦ ଶ୍ରୀ ସରସ୍ୱତୀ ଶିଶୁମନ୍ଦିର କର୍ତ୍ତୃପକ୍ଷଙ୍କୁ ଚେକ୍ ମାଧ୍ୟମରେ ଏହି ରାଶି ପ୍ରଦାନ କରିଛନ୍ତି ।

ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଏହି ଚେକ ସହିତ ରାମୋଜି ଗ୍ରୁପ ଏବଂ ଫାଉଣ୍ଡେସନର ଅଧ୍ୟକ୍ଷ ସି.ରାମୋଜି ରାଓଙ୍କ ଦ୍ୱାରା ଲିଖିତ ଏକ ଚିଠି ମଧ୍ୟ ପ୍ରଦାନ କରାଯାଇଛି । ସ୍ଥାନୀୟ ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନର ପ୍ରୟାସକୁ ପ୍ରଶଂସା କରି ଶୁଭେଚ୍ଛା ବାର୍ତ୍ତାରେ ରାମୋଜୀ ରାଓ ଲେଖିଛନ୍ତି, ‘‘ଲଖାଭରମ ଏବଂ ଆଖପାଖର ସାତ କିମ୍ବା ଆଠଟି ଗାଁରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଅଭାବୀ ଛାତ୍ରଛାତ୍ରୀ ପାଇଁ ଶିକ୍ଷା ଉପଲବ୍ଧ କରାଇବା ଦିଗରେ ଶ୍ରୀ ସରସ୍ୱତୀ ଶିଶୁମନ୍ଦିରର ଉଦ୍ୟମ ପ୍ରଶଂସନୀୟ । ମୁଁ ଜାଣି ଖୁସି ଯେ ଏବେ ସେଠାରେ ପ୍ରାୟ 400 ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶ ପାଇଁ ଆପଣଙ୍କର ଉଦ୍ୟମ ଆହୁରି ସୁଦୁରପ୍ରସାରୀ ଓ ପ୍ରସସ୍ତ ହେବା ଉଚିତ । ତେଣୁ ଶିଶୁମନ୍ଦିରରେ ଗ୍ରାମୀଣ ଗରିବ ଛାତ୍ରମାନଙ୍କ ପାଇଁ ବିଜ୍ଞାନ ଏବଂ କମ୍ପ୍ୟୁଟର ଲ୍ୟାବ୍ ସ୍ଥାପନ କରାଯିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ଆପଣଙ୍କ ପ୍ରୟାସ ଅନୁସାରେ, ଏହି ଲ୍ୟାବ ପ୍ରତିଷ୍ଠା ପାଇଁ ରାମୋଜୀ ଫାଉଣ୍ଡେସନ ପକ୍ଷରୁ 10 ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି ।’’

ଏହି ଶିକ୍ଷାନୁଷ୍ଠାନ କମିଟିର ପୂର୍ବ-ଗୋଦାବରୀ ଜିଲ୍ଲା ସଭାପତି ମଙ୍ଗେନା ଭେଙ୍କଟା ନରସିଂହ ରାଓ ଏହି ଅବସରରେ କହିଛନ୍ତି, ଶିଶୁମନ୍ଦିରରେ ଏକ ସାଇନ୍ସ ଓ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା ପାଇଁ ସହଯୋଗ କରିବାକୁ ସେ ରାମୋଜୀ ଫାଉଣ୍ଡେସନର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଚିଠି ଲେଖିଥିଲେ । ଶିକ୍ଷାନୁଷ୍ଠାନରେ ଏହି ଲ୍ୟାବ ପ୍ରତିଷ୍ଠା ପାଇଁ ରାମୋଜି ରାଓ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରି ସହଯୋଗର ହାତ ବଢାଇଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା । ପ୍ରତିଷ୍ଠା ହେବାକୁ ଥିବା ଲ୍ୟାବର ଲାଭ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.