ହାଇଦ୍ରାବାଦ: ପର୍ଯ୍ୟଟନ ପ୍ରୋତ୍ସାହନର ଉତ୍କର୍ଷତା ପାଇଁ ବିଶ୍ବର ସର୍ବବୃହତ ଫିଲ୍ମସିଟି ରାମୋଜି ପୁରସ୍କୃତ । ଫେଡେରେସନ ଅଫ ତେଲେଙ୍ଗାନା ଚାମ୍ବରସ ଅଫ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (FTCCI) ପକ୍ଷରୁ ତେଲେଙ୍ଗାନାର ସର୍ବୋଚ୍ଚ ବାଣିଜ୍ୟ ଏବଂ ଶିଳ୍ପ ସଂସ୍ଥା ଦ୍ବାରା ପ୍ରତିଷ୍ଠିତ ରାମୋଜି ଫିଲ୍ମ ସିଟିକୁ ପୁରସ୍କୃତ କରାଯାଇଛି । ହାଇଦ୍ରାବାଦରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ତେଲେଙ୍ଗାନା ଶିଳ୍ପ ଏବଂ ଆଇଟି ମନ୍ତ୍ରୀ କେଟି ରାମା ରାଓଙ୍କଠାରୁ ରାମୋଜି ଫିଲ୍ମସିଟିର ଏମଡି ବିଜୟେଶ୍ବରୀ ଚେରିକୁରୀ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି ।
ସ୍ଥାୟୀ ପର୍ଯ୍ୟଟନ କ୍ଷେତ୍ରରେ ରାମୋଜି ଫିଲ୍ମ ସିଟି ଗତ ଦିନମାନଙ୍କରେ ଉତ୍କର୍ଷତା ଦେଖାଇ ଆସିଛି । ଏହାର ପରିବର୍ତ୍ତନଶୀଳ ଯାତ୍ରା, ନବସୃଜନ ଏବଂ ଅଭିବୃଦ୍ଧି ସର୍ବଦା ପର୍ଯ୍ୟଟକଙ୍କୁ ଏକ ଭିନ୍ନ ଅନୁଭୂତି ଦେଇଛି । ଫଳରେ ପର୍ଯ୍ୟଟକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି । ବିଶ୍ବର ଏହି ସର୍ବବୃହତ ଫିଲ୍ମସିଟି ଭ୍ରମଣ କରି ଏକ ନୂଆ ଅନୁଭୂତି ସାଥୀରେ ନେଇ ଘରକୁ ଫେରନ୍ତି ଦେଶ ଓ ବିଦେଶରୁ ଆସୁଥିବା ଅନେକ ପର୍ଯ୍ୟଟକ । ଏହି ଫ୍ଲାଗସିପ ଏକ୍ସିଲେନ୍ସ ପୁରସ୍କାର ବିଭିନ୍ନ କର୍ପୋରେଟ, ଅନୁଷ୍ଠାନ ଏବଂ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ସ୍ବୀକୃତି ପ୍ରଦାନ କରିବା ସହିତ ସମ୍ମାନିତ କରିଥାଏ ।
ଏହି ପୁରସ୍କାର ଲାଗି 22ଟି କାଟେଗୋରିରେ 150ଟି ବିଭିନ୍ନ କର୍ପୋରେଟ, ଅନୁଷ୍ଠାନ ଓ ଉଦ୍ୟୋଗୀ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ତେବେ ରାମୋଜି ଫିଲ୍ମସିଟିର ପର୍ଯ୍ୟଟନ ପ୍ରୋତ୍ସାହନରେ ଉତ୍କର୍ଷତା ଲାଗି ଏହି ଆୱାର୍ଡକୁ ନିଜ ନାମରେ କରିଛି । ଏହି ପୁରସ୍କାର ରାମୋଜି ଫିଲ୍ମ ସିଟି ନିକଟ ଅତୀତରେ ଜିତିଥିବା ଅନେକ ପୁରସ୍କାର ମଧ୍ୟରୁ ଅନ୍ୟତମ । ଗତ ଡିସେମ୍ବରରେ ଖାଦ୍ୟ ନିରାପତ୍ତାରେ ସର୍ବୋଚ୍ଚ ସ୍ତରର ମାନ ବଜାୟ ରଖିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI)ପକ୍ଷରୁ RFC ସମ୍ମାନଜନକ 'Eat Right Campus Award' ପୁରସ୍କାର ହାତେଇଥିଲା ।
ଏହା ବି ପଢନ୍ତୁ- ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ସାଇନ୍ସ ଓ କମ୍ପ୍ୟୁଟର ଲ୍ୟାବ, ରାମୋଜୀ ଫାଉଣ୍ଡେସନ ଦେଲା 10 ଲକ୍ଷ
ରାମୋଜି ଫିଲ୍ମସିଟି ସମ୍ପର୍କରେ.... ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ବାରା ବିଶ୍ବର ସର୍ବବୃହତ ଫିଲ୍ମସିଟି ପରିଚିତ ରାମୋଜି । ଏହି ସ୍ଥାନଟି ଚଳଚ୍ଚିତ୍ର ନିର୍ମାତା ଓ ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ ଓ ସ୍ବପ୍ନର ଗନ୍ତବ୍ୟସ୍ଥଳ । 2000 ଏକର ଜମିରେ ପରିବେଷ୍ଟିତ ତେଲେଙ୍ଗାନାର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ । ଏଠାରେ ବିଭିନ୍ନ ପ୍ରକାର ଭାରତୀୟ ଭାଷାଭାଷୀ ଚଳଚ୍ଚିତ୍ର ସୁଟିଂ ହୋଇଥାଏ । ପ୍ରତିବର୍ଷ ପ୍ରାୟ 200 ଚଳଚ୍ଚିତ୍ର ୟୁନିଟ୍ ସେମାନଙ୍କର ଏଠାକୁ ସୁଟିଂ ପାଇ ଆସିଥାନ୍ତି । ପ୍ରାୟ ସମସ୍ତ ଭାରତୀୟ ଭାଷାରେ 2500ରୁ ଅଧିକ ଚଳଚ୍ଚିତ୍ର ରାମୋଜି ଫିଲ୍ମ ସିଟିରେ ସୁଟିଂ ହୋଇସାରିଛି। ପ୍ରକୃତିର କୋଳରେ ଅବସ୍ଥିତ ଏହି ଫିଲ୍ମସିଟିରେ ନିଜ ପର୍ଯ୍ୟଟକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ଫେଷ୍ଟ ଆୟୋଜିତ ହେଉଥିବା ବେଳେ ପ୍ରତିଦିନ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମେ । ସବୁ ବର୍ଗର ପର୍ଯ୍ୟଟକ ଏହି ଉତ୍ସବକୁ ଉପଭୋଗ କରିଥାନ୍ତି ।