ETV Bharat / bharat

Ramban tunnel collapse: ତଦନ୍ତ ପାଇଁ 3 ଜଣିଆ ଟିମ ଗଠନ କଲା କେନ୍ଦ୍ର - ରାମବନ ଟନେଲ ଭୁଶୁଡିବା ଘଟଣା

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାରେ ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ ଟିମ । ଗୁରୁବାର ରାତିରେ ଘଟିଥିଲା ଘଟଣା । ଅଧିକ ପଢନ୍ତୁ

Ramban tunnel collapse: ତଦନ୍ତ ପାଇଁ 3 ଜଣିଆ ଟିମ ଗଠନ କଲା କେନ୍ଦ୍ର

author img

By

Published : May 22, 2022, 8:38 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ରାମବନ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଖୁନି ନାଲା ନିକଟରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା । କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଆଜି ଏହାର ତଦନ୍ତ ପାଇଁ ଏକ 3 ଜଣିଆ ଉଚ୍ଚସ୍ତରୀୟ ବିଶେଶଜ୍ଞ ଟିମ ଗଠନ କରିଛି । ତେବେ କମିଟି ତଦନ୍ତ ସାରି ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନିର୍ମାଣାଧୀନ ଚାରି ଲେନ ବିଶିଷ୍ଟ ଟନେଲର ଏକ ଅଂଶ ଗୁରୁବାର ରାତିରେ ଭୁଶୁଡି ପଡିଥିଲା । ଏଥିରେ ଅତିକମରେ 10 ଜଣ କାର୍ଯ୍ୟରତ ଶ୍ରମିକଙ୍କ ପ୍ରାଣହାନୀ ଘଟିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ମଧ୍ୟ ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।

କେନ୍ଦ୍ର ଗଠନ କରିଥିବା ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବ । ନିର୍ମାଣାଧୀନ ଟନେଲ ପ୍ରାକୃତିକ କାରଣବଶତଃ ନା କୌଣସି ଅବହେଳା ତଥା ମାନବୀୟ ତ୍ରୁଟି କାରଣରୁ ଏପରି ଅଘଟଣ ଘଟିଛି ତାହାର ତଦନ୍ତ କରି ମନ୍ତ୍ରଣାଳୟକୁ ରିପୋର୍ଟ ସବମିଟ କରିବ ଟିମ । ତଦନ୍ତ ରିପୋର୍ଟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ମନ୍ତ୍ରଣାଳୟ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.