ETV Bharat / bharat

ଭଗବାନ ରାମଙ୍କୁ ନେଇ ବିବାଦୀୟ ବୟାନ, ଅଡୁଆରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

author img

By

Published : Mar 17, 2023, 10:20 PM IST

'ଭଗବାନ ରାମ କାଳ୍ପନିକ, ରାବଣ ରାମଙ୍କୁ ଅଧିକ ବିଦ୍ବାନ ।' ପ୍ରଭୁ ରାମଚନ୍ଦ୍ରକୁ ନେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ । ଅଧିକ ପଢନ୍ତୁ

Jitan Ram Manjhi Controversial statement
Jitan Ram Manjhi Controversial statement
ଭଗବାନ ରାମଙ୍କୁ ନେଇ ବିବାଦୀୟ ବୟାନ, ଅଡୁଆରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

ପାଟନା: ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଅଡୁଆରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ । "ପ୍ରଭୁ ରାମଙ୍କଠାରୁ ଅଧିକ ମହାନ ଓ ବିଦ୍ବାନ ଥିଲେ ରାବଣ । ରାବଣଙ୍କ ମହିମାକୁ ଖୁବ କମ ମଣ୍ଡନ କରାଯାଇଛି, ଯାହାକି ଭୁଲ । ରାବଣଙ୍କ ସହିତ ଅନ୍ୟାୟ କରାଯାଇଛି ।" ଏଭଳି ବିବାଦୀୟ ମନ୍ତବ୍ୟ ଦେବା ପରେ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଲାଗିଥିବା ବେଳେ ତାଙ୍କୁ ନିନ୍ଦା କରାଯାଇଛି ।

ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଂରକ୍ଷକ ଜିତନ କହିଛନ୍ତି, "ରାମ ଓ ରାବଣ ଉଭୟ କାଳ୍ପନିକ । ରାମାୟଣରେ ଯାହା କୁହାଯାଇଛି ସେଥିରେ ରାବଣକୁ ରାମଙ୍କଠାରୁ କମ୍ ପ୍ରଦର୍ଶିତ କରାଯାଇଛି । ମାତ୍ର ରାବଣ ଅଧିକ ବିଦ୍ବାନ । ତଥାପି ରାମଙ୍କୁ ମର୍ଯ୍ୟାଦା ପୁରୁଷ ଦର୍ଶାଯାଇଛି । ରାମଙ୍କ ପାଇଁ ଅଲୌକିକ ସ୍ଥିତି ଦର୍ଶାଯାଇଛି । ଏହାଦ୍ବାରା ରାବଣଙ୍କ ପ୍ରତି ଅନ୍ୟାୟ ହୋଇଛି । ପ୍ରଭୁ ରାମଙ୍କଠାରୁ ଅଧିକ ମହାନ ଓ ବିଦ୍ବାନ ଥିଲେ ରାବଣ । ରାବଣଙ୍କ ମହିମାକୁ ଖୁବ କମ ମଣ୍ଡନ କରାଯାଇଛି, ଯାହାକି ଭୁଲ ।"

ଏହା ବି ପଢନ୍ତୁ- ଯୁବ କଣ୍ଠଶିଳ୍ପୀ ସ୍ନେହଦୀପଙ୍କୁ ମୋଦିଙ୍କ ପ୍ରଶଂସା, ଅନେକ ଭାଷାରେ ଗାଇଲେ KESARIYA ଗୀତ

ସେ ଆହୁରି କହିଛନ୍ତି, "ତୁଳସୀ ରାମାୟାଣରେ ବହୁତ ଭୁଲ ରହିଛି । ବାଲ୍ମିକୀଙ୍କ ରାମାୟଣରେ ପୂଜା ହେଉନଥିବା ବେଳେ ତୁଳସୀ ରାମାୟଣର ପୂଜା ହୋଇଥାଏ । ପୂର୍ବରୁ ଏହା ପ୍ରଚଳିତ ହୋଇଆସୁଛି । ରାମାୟଣରେ ଅନେକ ଭୁଲ କଥା ରହିଛି । ଏହାକୁ ହଟାଇବା ଆବଶ୍ୟକ । ଆଜିକାଲି ଆସ୍ଥା ଓ ବିଶ୍ବାସକୁ ନେଇ ଲୋକଙ୍କୁ ଭୁଆଁ ବୁଲାଯାଉଛି । ରାହୁଲ ସଂସ୍କୃତାୟନ, ଲୋକମାଣ୍ୟ ତିଲକ ଓ ଡିସ୍କଭରି ଅଫ ଇଣ୍ଡିଆରେ ମଧ୍ୟ କୁହାଯାଇଛି ରାମ କାଳ୍ପନିକ । ସେମାନେ ସମସ୍ତେ ବ୍ରାହ୍ମଣ ଥିଲେ । ଏବେ ଆମେ ଏହି କଥା କହିଲା ବେଳକୁ ଲୋକଙ୍କୁ ଆଘାତ ଲାଗୁଛି ।"

ମାଞ୍ଝୀ ପୂର୍ବରୁ ମଧ୍ୟ ଏପରି ବିବାଦୀୟ ବୟାନ ଦେଇ ଆସୁଥିବା ବେଳେ ବୟାନକୁ ନେଇ ତାଙ୍କୁ ନିନ୍ଦା ମଧ୍ୟ କରାଯାଏ । ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ମହାମେଣ୍ଟ କ୍ରମାଗତ ଭାବରେ ବିଜେପିକୁ ପରାସ୍ତ କରିବାକୁ କହୁଛି । ଅନ୍ୟପଟେ ମହାମେଣ୍ଟର ଜଣେ ନେତା (ମାଞ୍ଝୀ)ଙ୍କ ପ୍ରଭୁ ରାମଙ୍କୁ ନେଇ ଏଭଳି ବିବୃତ୍ତି ଦଳ ପ୍ରତି ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ନୀତୀଶ କୁମାର କହିଛନ୍ତି ଯେ ମାଞ୍ଝୀ ଦଳ ଛାଡ଼ିବେ ନାହିଁ । ସେ ମହାମେଣ୍ଟରେ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.