ETV Bharat / bharat

ରାଜନୀତିରେ ରାମଙ୍କ ଏଣ୍ଟ୍ରି, ବଙ୍ଗ ରଣରେ କିଭଳି ଦେଖାଇବେ ପରାକ୍ରମ ? - ଜୟ ଶ୍ରୀରାମ

ଗୋଟିଏ ପକ୍ଷେ ରାମ ନାମ ଶୁଣିଲା କ୍ଷଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଗ ପଞ୍ଚମକୁ ଉଠିଯାଉଥିବା ବେଳେ ଏପଟେ ଜୟ ଶ୍ରୀରାମ ନାରା ଦେଇ ନିର୍ବାଚନୀ ମୈଦାନରେ ଜୋରଶୋରରେ ପ୍ରଚାର ଚଳାଇଛି ବିଜେପି । ଆଉ ବିଧାନସଭା ନିର୍ବାଚନ ପୂର୍ବରୁ ଟିଭି ପରଦାର ରାମ ତଥା ଅଭିନେତା ଅରୁଣ ଗୋଭିଲଙ୍କ ବିଜେପିରେ ଯୋଗଦାନ ଦୋହଲାଇ ଦେଇଛି ତୃଣମୂଳ କଂଗ୍ରେସର ଗଡ । ଅଧିକ ପଢନ୍ତୁ...

ରାଜନୀତିରେ ରାମଙ୍କ ଏଣ୍ଟ୍ରି, ବଙ୍ଗ ରଣରେ କିଭଳି ଦେଖାଇବେ ପରାକ୍ରମ ?

author img

By

Published : Mar 18, 2021, 11:05 PM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ । ସରଗରମ ହେଉଛି ରାଜ୍ୟ ରାଜନୀତି । ଉଠୁଛି ପଡୁଛି ପ୍ରଚାର ମୈଦାନ । ଏହାରି ମଧ୍ୟରେ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି 'ରାମ' । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଆରମ୍ଭ ହୋଇଥିବା ମହାସଂଗ୍ରାମ ଦିନକୁ ଦିନ ବଢିଚାଲିଛି । ଗୋଟିଏ ପକ୍ଷେ ରାମ ନାମ ଶୁଣିଲା କ୍ଷଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଗ ପଞ୍ଚମକୁ ଉଠିଯାଉଥିବା ବେଳେ ଏପଟେ ଜୟ ଶ୍ରୀରାମ ନାରା ଦେଇ ନିର୍ବାଚନୀ ମୈଦାନରେ ଜୋରଶୋରରେ ପ୍ରଚାର ଚଳାଇଛି ବିଜେପି । ଆଉ ବିଧାନସଭା ନିର୍ବାଚନ ପୂର୍ବରୁ ଟିଭି ପରଦାର ରାମ ତଥା ଅଭିନେତା ଅରୁଣ ଗୋଭିଲଙ୍କ ବିଜେପିରେ ଯୋଗଦାନ ଦୋହଲାଇ ଦେଇଛି ତୃଣମୂଳ କଂଗ୍ରେସର ଗଡ ।

ଲୋକପ୍ରିୟ ଟେଲିଭିଜନ ଧାରାବାହିକ ରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତା ଅରୁଣ ଗୋଭିଲ ଭାରତୀୟ ଜନତା ପାର୍ଟିରେ ହୋଇଛନ୍ତି ସାମିଲ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପଦ୍ମ ଧରିଛନ୍ତି ଅରୁଣ । ଆଉ ଅରୁଣକୁ ଦଳରେ ପଦ୍ମ ଶିବିରରେ ସାମିଲ କରାଇ ବଙ୍ଗ ରଣଭୂମିରେ ବଡ ଗୋଟିଚାଳନା କରିବାକୁ ଯାଉଛି ବିଜେପି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଷ୍ଟାର କ୍ୟାମ୍ପନର ଭାବରେ ଧୁଆଁଧାର ପ୍ରଚାର କରିବେ ଅରୁଣ ଗୋଭିଲ । କୁହାଯାଉଛି କି ଅରୁଣ ରାଜ୍ୟରେ ପାଖାପାଖି 100ରୁ ଉର୍ଦ୍ଧ୍ବ ରାଲିକୁ କରିପାରନ୍ତି ସମ୍ବୋଧିତ । ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋଭିଲଙ୍କ ବିଜେପିରେ ସାମିଲ ହେବା ଘଟଣା ଦଳ ପାଇଁ ବେଶ ମହତ୍ବ ରଖୁଛି । ଖାସକରି ବିଜେପିର ଫୋକସରେ ଥିବା ପଶ୍ଚିମବଙ୍ଗକୁ ଜଦି ବିଚାରକୁ ଅଣାଯାଏ, ତେବେ କିଛି ଦିନରୁ ରାଜ୍ୟରେ ଜୟ ଶ୍ରୀରାମର ନାରାକୁ ନେଇ ମହାଭାରତ ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟରେ ରିଲ ଜଗତର ରାମଙ୍କ ରାଜନୀତିରେ ଏଣ୍ଟ୍ରି ପଶ୍ଚିମବଙ୍ଗ ରଣର ରୋଚକତାକୁ ଆହୁରି ବଢାଇଦେଇଛି ।

ରାମାୟଣରେ ରାମ ଚରିତ୍ରରେ ଆସିଥିଲେ ଅରୁଣ

ଅରୁଣ ଗୋଭିଲ ଏପରି ଜଣେ ଅଭିନେତା ଯିଏ 90 ଦଶକର ଟେଲିଭିଜ ଧାରାବାହିକ ରାମାୟଣରେ ଭଗବାନ ରାମଙ୍କ ଭୂମିକା ଅର୍ଜନ କରି ଘରେ ଘରେ ହୋଇଥିଲେ ପରିଚିତ । ରାମାନନ୍ଦ ସାଗରଙ୍କ 90 ଦଶକରେ ପ୍ରସାରିତ ରାମାୟଣର ଛବି ଆଜି ବି ଲୋକଙ୍କ ମନରେ ସତେଜ ରହିଛି । ଏହି ପୌରାଣିକ କଥାବସ୍ତୁ ଧାରାବାହିକରେ ଅରୁଣ ଗୋଭିଲ ରାମ ଚରିତ୍ରରେ ଅଭିନୟ କରି ବେଶ ଚର୍ଚ୍ଚା ସାଉଁଟିଥିଲେ ।

ଅରୁଣ ଗୋଭିଲ କିଏ?

ଉତ୍ତରପ୍ରଦେଶର ମେରଠରେ ଜନ୍ମିତ ଅରୁଣ ଗୋଭିଲ ଜି.ଏଫ କଲେଜ ସାହାଜାହାନପୁର, ମେରଠ ୟୁନିଭର୍ସିଟିରୁ ଇଞ୍ଜିନିୟରିଂ ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି । ନିଜ ପାଠ୍ୟକ୍ରମ ଶେଷ ପରେ ଅରୁଣ କିଛି ପ୍ଲେରେ ଅଂଶଗ୍ରହଣ କରିଥିଲେ । ରାମ ଚରିତ୍ର ପାଇଁ ଓଡିସନ ଦେବା ବେଳେ ତାଙ୍କୁ ରିଜେକ୍ଟ ମଧ୍ୟ କରିଦିଆଯାଇଥିଲା । ହେଲେ ପରେ ସେ ରାମାନନ୍ଦ ସାଗରଣଙ୍କ ରାମାୟଣ ଧାରାବାହିକର ମୁଖ୍ୟ ଚରିତ୍ର ରାମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରହିଯାଇଥିଲେ ।

ଅରୁଣ ଏକଦା କହିଥିଲେ, ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରିବାରୁ ମୋତେ ବଲିଉଡରେ କାମ ମିଳିନଥିଲା । ଏହାର ମୋତେ ଅବଶୋଷ ରହିବ । ହେଲେ ପରେ ସେ ହୃଦୟଙ୍ଗମ କଲେ ଯେ ବ୍ୟବସାୟୀକ ଚଳଚ୍ଚତ୍ରରୁ ଯେଉଁ ପ୍ରତିଷ୍ଠା ଓ ଲୋକପ୍ରିୟତା ମିଳିନଥାନ୍ତା, ତାହା ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବା ପରେ ମିଳିଛି । ରାମାୟଣ ଯାହା ଦେଇଛି ତାହା 100 ବଲିଉଡ ଫିଲ୍ମ ଦେଇ ପାରିନଥାନ୍ତା ବୋଲି କହିଥିଲେ ଅରୁଣ ଗୋଭିଲ ।

ସେପଟେ ବଙ୍ଗ ରଜନୈତିକ ମୈଦାନରେ ରାମ କାର୍ଡ ଖେଳିଛି ବିଜେପି । ଯାହାପରେ ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲା ତୃଣମୂଳ କଂଗ୍ରେସ । ପଶ୍ଚିମବଙ୍ଗରେ କୌଣସି ରାମ କାର୍ଡ ନୁହେଁ ବରଂ ଏଠାରେ କେବଳ ମମତା କାର୍ଡ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲା ଟିଏମସି । ତେବେ ଗୋଟିଏ ପକ୍ଷେ ରାମ ନାମ ନେଇ ବଙ୍ଗ ମୈଦାନ ଦଖଲ କରିବାକୁ ବିଜେପି ବଙ୍ଗ ମୈଦାନ ଦଖଲ କରିବାକୁ ସଂକଳ୍ପ ନେଇଥିବା ବେଳେ ପଦ୍ମ ଶିବିରରେ ରାମଙ୍କ ଏଣ୍ଟ୍ରି ଦଳକୁ ନିଶ୍ଚୟ ଶକ୍ତି ଯୋଗାଇବ । ସେପଟେ ଜୟ ଶ୍ରୀରାମର ନାରାରେ ଉତ୍ଯକ୍ତ ହୋଇଉଠୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ ରିଲ ଜଗତର ରାମଙ୍କ ରାଜନୈତିକ ମୈଦାନରେ ଅଭିନୟ ପୂର୍ବରୁ କିଛି ମାତ୍ରାରେ ଦୋହଲିଥିବା କୁହାଯାଇପାରେ । ଏଭଳିସ୍ଥିତିରେ ରାମ ଭୂମିକାରେ ଅଭିନୟ କରିସାରିଥିବା ଅରୁଣ ଗୋଭିଲ ବଙ୍ଗ ରଣରେ କିଭଳି ପରାକ୍ରମ ଦେଖାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.