ETV Bharat / bharat

ହଜାର ବର୍ଷ ଆୟୁକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଛି ଭବ୍ୟ ରାମ ମନ୍ଦିର - ରାମ ମନ୍ଦିର ନିର୍ମାଣ

Ayodhya Ram Temple: ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ ଏହି ଭବ୍ୟ ମନ୍ଦିରର ବିଶେଷତ୍ୱ ହେଉଛି ଦୀର୍ଘ ଏକ ହଜାର ବର୍ଷ ଆୟୁକୁ ଦୃଷ୍ଟିରେ ରଖି ଏହି ମନ୍ଦିର ନିର୍ମାଣ କରାଯାଇଛି । ଅଧିକ ପଢ଼ନ୍ତୁ

ରାମ ମନ୍ଦିର
ରାମ ମନ୍ଦିର
author img

By ETV Bharat Odisha Team

Published : Jan 1, 2024, 10:13 PM IST

ଅଯୋଧ୍ୟା: ମର୍ଯ୍ୟଦା ପୁରୁଷ ଭଗବାନ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ନିର୍ମାଣ ହେଉଛି ଭବ୍ୟ ରାମ ମନ୍ଦିର । ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ଏହି ଭବ୍ୟ ମନ୍ଦିରର ପ୍ରତିଷ୍ଠା ହେବ । ଯାହାକୁ ଦେଖିବା ପାଇଁ ଅଯୋଧ୍ୟାକୁ ସାରା ବିଶ୍ବରୁ ଲୋକମାନଙ୍କ ଆଗମନ ହେବ । ଏଖିପାଇଁ ସାରା ଅଯୋଧ୍ୟ ନଗରୀ ସଜେଇ ହେଉଛି । ଦେଶ ତଥା ଦେଶ ବାହାରର ଲକ୍ଷ ଲକ୍ଷ ଲୋକ ଏହି ଭବ୍ୟ ମନ୍ଦିରର ପ୍ରତିଷ୍ଠାକୁ ଉତ୍ଲାହର ସହ ଚାହିଁ ରହିଛନ୍ତି । ତେବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ ଏହି ଭବ୍ୟ ମନ୍ଦିରର ବିଶେଷତ୍ୱ ହେଉଛି ଦୀର୍ଘ ଏକ ହଜାର ବର୍ଷ ଆୟୁକୁ ଦୃଷ୍ଟିରେ ରଖି ଏହି ମନ୍ଦିର ନିର୍ମାଣ କରାଯାଇଛି ।

ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଶୈଳୀ ଦକ୍ଷିଣ ଭାରତରେ ଶହ ଶହ ବର୍ଷ ପୂର୍ବେ କରାଯାଇଥିବା ମନ୍ଦିର ଭଳି ନିର୍ମାଣ କରାଯାଇଛି । ଯାହା 1000 ବର୍ଷ ପର୍ଯ୍ୟନ୍ତ ମନ୍ଦିରର କୌଣସି କ୍ଷତି ହେବ ନାହିଁ । ଶ୍ରୀରାମଙ୍କ ଏହି ମନ୍ଦିର ନିର୍ମାଣ କରିବାରେ ପଖାପାଖି 800 କୋଟିରୁ ଏଧିକ ଟଙ୍କା ବ୍ୟୟ କରାଯାଇଛି । ଏହି ପ୍ରୟାସରେ ସାରା ଦେଶର ରାମ ଭକ୍ତମାନଙ୍କର ଏକ ବଡ଼ ଯୋଗଦାନ ରହିଛି । ଶ୍ରୀରାମ ଜନ୍ମଭୂମୀ ତ୍ରୀର୍ଥକ୍ଷେତ୍ର ଟ୍ରଷ୍ଟ ମୁତାବକ, ବିଶ୍ବର ସବୁଠାରୁ ବଡ଼ 44 ଦିନିଆ ଦାନ ଅର୍ଥ ସଂଗ୍ରହ ଅଭିଯାନର ରେକର୍ଡ ବିଶ୍ବ ହିନ୍ଦୁ ପରିଷଦ ନାମରେ ଅଛି । ଏହା ମାଧ୍ୟମରେ ପରିଷଦର କର୍ମକର୍ତ୍ତାମାନେ 5 ଲକ୍ଷ 37 ହଜାର 19 ଗାୀଁକୁ ଯାଇ 12 କୋଟି 73 ଲକ୍ଷ 4 ହଜାର 135 ପରିବାର ଠାରୁ ଦାନରାଶି ସଂଗ୍ରହ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଅପରାହ୍ନ 12.20 ରେ ଆରମ୍ଭ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଶ୍ରୀରାମ ଜନ୍ମଭୂମୀ ତ୍ରୀର୍ଥକ୍ଷେତ୍ର ଟ୍ରଷ୍ଟ ଦ୍ବାରା ପରିଚାଳିତ ଏହି ଅଭିଯାନ ସହ ଜଡ଼ିତ ଥିବା ଜଣେ ଅଧୀକାରୀଙ୍କ ଅନୁଯାୟୀ, ଏହି ଅଭିଯାନ ମକର ସଂଙ୍କ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ( 15 ଜାନୁଆରୀରୁ 27 ଫେବୃୟାରୀ 2021 ) ପର୍ଯ୍ୟନ୍ତ ଚାଲିଥିଲା । ବିଶ୍ବ ହିନ୍ଦୁ ପରିଷଦ ଯୁଗ୍ମ ସାଦାରଣ ସମ୍ପାଦକ କୋଟେଶ୍ବରଙ୍କ ଅନୁସାରେ, ଏହି ଅଭିଯୋନରେ କୌଣସି ସଂପ୍ରଦାୟରେ ବାଛ ବିଚାର କରାନଯାଇ ସମସ୍ତେ ଏଥିରେ ସାମିଲ ଥିଲେ । ପାଣ୍ଠି ସଂଗ୍ରହ କରିବା ଅଭିଯାନରେ 22 ଲକ୍ଷରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହାସହ ରାମ ମନ୍ଦିର କୌଣସି ନିର୍ଦ୍ଦିଷ୍ଟ ସଂସ୍ଥା କିମ୍ବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ନୁହେଁ ବରଂ ସମଗ୍ର ହିନ୍ଦୁ ସମାଜର ସହଯୋଗରେ ନିର୍ମାଣ କରାଯାଇଛି । ପ୍ରାୟ 13 କୋଟି ପରିବାର ଏବି ମହାନ କାର୍ଯ୍ୟକୁ ସମର୍ଥନ କରିଥିଲେ ।

ବ୍ୟୁରୋ ଗିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.