ETV Bharat / bharat

କୃଷି ଆନ୍ଦୋଳନ: ବୁଧବାର ମମତାଙ୍କୁ ଭେଟିବେ ଟିକାୟତ - ମୁଖ୍ୟମନ୍ତ୍ରୀ ମମତା

କୃଷି ଆନ୍ଦୋଳନକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିବେ ଚାଷୀ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

କୃଷି ଆନ୍ଦୋଳନ: ବୁଧବାର ମମତାଙ୍କୁ ଭେଟିବେ ଚାଷୀ ନେତା ରାକେଶ ଟିକାୟତ

author img

By

Published : Jun 7, 2021, 12:58 PM IST

ଚଣ୍ଡିଗଡ଼: ଆସନ୍ତା ବୁଧବାର ଭାରତୀୟ କିଷାନ ୟୁନିଅନ (BKU) ନେତା ରାକେଶ ଟିକାୟତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆଗକୁ ବଢାଇବା ସମ୍ପର୍କରେ ସେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ମମତା ପୁଣି ମୁଖ୍ୟମନ୍ତ୍ରୀ ପଦବୀକୁ ହାତେଇଥିବାରୁ ତାଙ୍କୁ ଟିକାୟତ ଶୁଭେଚ୍ଛା ଜଣାଇବେ । ଏହାସହିତ ସେମାନେ କେନ୍ଦ୍ର ସରକାରଙ୍କ 3 କୃଷି ଆଇନ ବିରୋଧରେ ଗତ 6 ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ଆନ୍ଦୋଳନକୁ ଆଗକୁ ଜାରି ରଖିବା ରଣନୀତି ସମ୍ପର୍କରେ ଆଲୋଚନା କରିବେ ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଟିକାୟତ ପଶ୍ଚିମବଙ୍ଗ ଗସ୍ତ କରିଥିବା ବେଳେ TMC ପାଇଁ ପ୍ରଚାର ମଧ୍ୟ କରିଥିଲେ । ନୂତନ ଆଇନକୁ ମୁଖ୍ୟମନ୍ତ୍ରୀ ମମତା ମଧ୍ୟ ସମର୍ଥନ କରୁନଥିବା ବେଳେ ସେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥାନ୍ତି । ଚାଷୀଙ୍କ ଏହି ଆନ୍ଦୋଳନ ସମୟରେ TMCର ଅନେକ ସାଂସଦ ଦିଲ୍ଲୀ ସୀମାକୁ ଗତ ନଭେମ୍ବର ମାସରେ ଯାଇଥିବା ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଚାଷୀ ନେତା ଟିକାୟତ ଯୋଜନା କରୁଛନ୍ତି । ଏହାରି ମଧ୍ୟରେ ଗିରଫ ହୋଇଥିବା ଚାଷୀଙ୍କୁ ମୁକ୍ତ କରିବା ପାଇଁ ୟୁନାଇଟେଡ କିଷାନ ମୋର୍ଚ୍ଚା ନେତା ଯୋଗେନ୍ଦ୍ର ଫତେହବାଦର ତୋହନା ସଦର ପୋଲିସ ଷ୍ଟେସନ ସମ୍ମୁଖରେ ଗତ ଶନିବାର ଧାରଣାରେ ବସିଥିଲେ । ତେବେ ସୂଚନା ଥାଉ କି କୃଷି ଆଇନକୁ ବିରୋଧ କରି ଗତ 6 ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.