ETV Bharat / bharat

ସାରା ଦେଶରେ ବ୍ୟାପିଲାଣି କୃଷକ ଆନ୍ଦୋଳନ, ଆୟୋଜନ ହେଉଛି କୃଷକ ମହାପଞ୍ଚାୟତ

author img

By

Published : Feb 14, 2021, 10:48 PM IST

ହରିୟାଣାର ଇନ୍ଦ୍ରୀ କର୍ଣ୍ଣାଲରେ କୃଷକ ମହାପଞ୍ଚାୟତରେ ଭାରତ କିଷାନ ୟୁନିୟନ ନେତା ତଥା ମୁଖପାତ୍ର ରାକେଶ ଟିକାୟତ ଯୋଗ ଦେଇଥିଲେ । ଚାଷୀ ଆନ୍ଦୋଳନ ସାରା ଦେଶରେ ବ୍ୟାପି ସାରିଲାଣି ବୋଲି କହିଛନ୍ତି। ଅଧିକ ପଢନ୍ତୁ...

rakesh tikayat
ସାରା ଦେଶରେ ବ୍ୟାପିଲାଣି କୃଷକ ଆନ୍ଦୋଳନ ଆୟୋଜନ ହେଉଛି କୃଷକ ମହାପଞ୍ଚାୟତ

ଚଣ୍ଡିଗଡ: ଚାଷୀ ଆନ୍ଦୋଳନ ସାରା ଦେଶରେ ବ୍ୟାପି ସାରିଲାଣି ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ମହାପଞ୍ଚାୟତ ଆୟୋଜନ କରାଯାଉଛି ଏବଂ ନୂତନ କୃଷି ଆଇନକୁ ବିରୋଧ କରାଯାଉଛି ।

ରବିବାର ହରିୟାଣାର ଇନ୍ଦ୍ରୀ କର୍ଣ୍ଣାଲରେ କୃଷକ ମହାପଞ୍ଚାୟତରେ ଭାରତ କିଷାନ ୟୁନିୟନ ନେତା ତଥା ମୁଖପାତ୍ର ରାକେଶ ଟିକାୟତ ଯୋଗ ଦେଇଥିଲେ । ଏହି ଅବସରରେ ଇଟିଭି ଭାରତ ସହିତ କଥାବାର୍ତ୍ତାବେଳେ କହିଛନ୍ତି ଯେ ଚାଷୀ ଆନ୍ଦୋଳନ ସାରା ଦେଶରେ ବ୍ୟାପି ସାରିଲାଣି । ଦେଶର ବିଭିନ୍ନ ଅଞ୍ଚଳରେ କୃଷକ ମହାପଞ୍ଚାୟତ ଆୟୋଜନ କରାଯାଉଛି । ଏହି ମହାପଞ୍ଚାୟତରେ ବହୁ ପରିମାଣରେ ଚାଷୀ ତଥା ଲୋକଙ୍କ ସମର୍ଥନ ଦେଖିବାକୁ ମିଳୁଛି । ସରକାର ଯେ ପର୍ଯ୍ୟନ୍ତ ଏହି ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିନାହାଁନ୍ତି ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି କହିଛନ୍ତି ।

ଦୀର୍ଘ 70ରୁ ଅଧିକ ଦିନ ହେବ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ କୃଷକ ଆନ୍ଦୋଳନ ଜାରି ରହିଛି । ଚାଷୀ ମାନେ ସରକାରଙ୍କୁ ନୂତନ ଆଇନ ରଦ୍ଦ କରିବା ପାଇଁ ବାଧ୍ୟ କରୁଛନ୍ତି । ଚାଷୀ ଆନ୍ଦୋଳନକାରୀମାନେ ଜାନୁୟାରୀ 26 ତାରିଖ ଦିନ ଟ୍ରାକ୍ଟର ପେରେଡ ନାମରେ ଦିଲ୍ଲୀରେ ହିଂସା ସୃଷ୍ଟି କରିଥିଲେ । ସେପଟେ ସରକାର ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିନାହାଁନ୍ତି ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି ରାକେଶ ଟିକାୟତ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.