ETV Bharat / bharat

ଟିକାୟତଙ୍କ ଦାବି, ଖୁବଶୀଘ୍ର କୃଷି ଆଇନ ବିରୋଧରେ ଇସ୍ତଫା ଦେବେ ବିଜେପି ସାଂସଦ ! - farmer laws

ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ଚାଷୀ ଆନ୍ଦୋଳନ ସମର୍ଥନରେ ଇସ୍ତଫା ଦେବେ ବୋଲି ଦାବି କରିଛନ୍ତି ରାକେଶ ଟିକାୟତ । ଅଧିକ ପଢନ୍ତୁ...

ଟିକାୟତଙ୍କ ଦାବି, ଖୁବ ଶିଘ୍ର କୃଷି ଆଇନ ବିରୋଧରେ ଇସ୍ତଫା ଦେବେ ବିଜେପି ସାଂସଦ

author img

By

Published : Mar 4, 2021, 4:33 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ ଭାରତୀୟ କିସାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ ଦେଇଛନ୍ତି ବଡ ବୟାନ । ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ଚାଷୀ ଆନ୍ଦୋଳନ ସମର୍ଥନରେ ଇସ୍ତଫା ଦେବେ ବୋଲି ଦାବି କରିଛନ୍ତି ଟିକାୟତ ।

କେଉଁ ବିଜେପି ସାଂସଦ କେବେ ଇସ୍ତଫା ଦେବେ ଏନେଇ କୌଣସି ସୂଚନା ଦେଇ ନାହାନ୍ତି ରାକେଶ ଟିକାୟତ । ସେ କେବଳ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଯେତେ ବିଜେପି ସାଂସଦ ରହିଛନ୍ତି ସେତେ ଦିନ ଆନ୍ଦୋଳନ ଜାରି ରହିବ । ଟିକାୟତଙ୍କ ଏହି ଘୋଷଣା ପରେ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ପଶ୍ଚିମ ଉତ୍ତରପ୍ରଦେଶର କେହି ଜଣେ ସାଂସଦ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିବାକୁଲାଗିଛି । ରିପୋର୍ଟ ଅନୁଯାୟୀ, ସଂସଦରେ ମଣ୍ଡି ତିଆରି କରିବା ନେଇ କହିଛନ୍ତି । ଏଭଳିସ୍ଥିତିରେ ଯେଉଁଠି କୃଷି ଆଇନପାରିତ ହୋଇଛି ସେହି ସଂସଦ ଭାବନ ସାମ୍ନାରେ ହିଁ ଫସଲ ବିକ୍ରି କରିବେ ଚାଷୀ ।

ଟିକାୟତ ଦାବି କରିଛନ୍ତି, ଚାଷୀମାନେ ଫସଲ ନେଇ ଦିଲ୍ଲୀ ଆସିବେ ଓ ଏହାକୁ ସଂସଦ ସାମ୍ନାରେ ବିକ୍ରି କରିବେ । କେବଳ ଏତିକି ନୁହେଁ, ପଶ୍ଚିମବଙ୍ଗ ଯାଇ ମଧ୍ୟ ବିଜେପି ବିରୋଧରେ ଆନ୍ଦୋଳନ କରିବେ ଚାଷୀ । ନିର୍ବାଚନୀ ରାଜ୍ୟରେ କେଉଁ ଦଳ ଚାଷୀଙ୍କ ହୀତରେ କାର୍ଯ୍ୟ କରୁଛି ଏହାର ପ୍ରଚାରପ୍ରସାର କରିବେ ବୋଲି ଟିକାୟତ ନିଜ ବୟାନରେ କହିଛନ୍ତି । ଏହାପୂର୍ବରୁ ପଞ୍ଜାବରେ ବିଜେପିର ସହଯୋଗୀ ଅକାଳୀ ଦଳର ସାଂସଦ ହରସିମରତ କୌର କୃଷି ଅଧ୍ୟାଦେଶକୁ ବିରୋଧ କରି ଇସ୍ତଫା ଦେଇଥିଲେ । ଅକାଳୀ ଦଳ ପକ୍ଷରୁ ମୋଦି କ୍ୟାବିନେଟରେ ମନ୍ତ୍ରୀ ଥିବା ହରସିମରତ କୌର ବାଦଲ ନିଜ ପଦରୁ ଦେଇଥିଲେ ଇସ୍ତଫା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.