ETV Bharat / bharat

ଚାଷୀ ଆନ୍ଦୋଳନ କଭର ନକରିବାକୁ ଟ୍ବିଟର ଉପରେ ଚାପ ପକାଉଥିଲେ ସରକାର ! ଡର୍ସିଙ୍କ ବୟାନକୁ ମିଛ କହିଲେ ଅନୁରାଗ

author img

By

Published : Jun 13, 2023, 4:08 PM IST

ଚାଷୀ ଆନ୍ଦୋଳନ ବେଳେ ଆନ୍ଦୋଳନ ସମ୍ପର୍କିତ ପୋଷ୍ଟ କଲେ ହ୍ୟାଣ୍ଡେଲ ଅଚଳ କରିବାକୁ ଟ୍ବିଟରକୁ କହିଥିଲେ ସରକାର । ସଂସ୍ଥାର ପୂର୍ବ ସିଇଓଙ୍କ ଅଭିଯୋଗ ପରେ ବର୍ଷିଲା କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଚାଷୀ ଆନ୍ଦୋଳନ କଭର ନକରିବାକୁ ଟ୍ବିଟର ଉପରେ ଚାପ ପକାଉଥିଲେ ସରକାର ! ଡର୍ସିଙ୍କ ବୟାନକୁ ମିଛ କହିଲେ ଅନୁରାଗ
ଚାଷୀ ଆନ୍ଦୋଳନ କଭର ନକରିବାକୁ ଟ୍ବିଟର ଉପରେ ଚାପ ପକାଉଥିଲେ ସରକାର ! ଡର୍ସିଙ୍କ ବୟାନକୁ ମିଛ କହିଲେ ଅନୁରାଗ

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ହୋଇଥିବା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଲୋକପ୍ରିୟ ମାଇକ୍ରା ବ୍ଲଗିଂ ସାଇଟ ଟ୍ବିଟରର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ ଡର୍ସିଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନ ସମ୍ପର୍କିତ ପୋଷ୍ଟ କରୁଥିବା ଆକାଉଣ୍ଟଗୁଡିକ ଅଚଳ କରିବା ପାଇଁ ଟ୍ବିଟର ଉପରେ ଭାରତ ସରକାର ଚାପ ପକାଇଥିଲେ । ଏପରିକି ଏହି ଆକାଉଣ୍ଟଗୁଡିକ ବ୍ୟାନ ନକଲେ, ଦେଶରେ ଟ୍ବିଟରକୁ ବ୍ୟାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଧମକ ମିଳିଥିବା ସଂସ୍ଥାର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜ୍ୟାକ ଡର୍ସି କହିଥିଲେ । ଏହା ପରେ ଚାଷୀ ନେତା ରାକେଶ ଟିକାୟତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଡର୍ସି ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ଠିକ ବୋଲି କହିଛନ୍ତି ଟିକାୟତ ।

ଟିକାୟତ କହିଛନ୍ତି ସଂସ୍ଥାର ପୂର୍ବ ସିଇଓ ଡର୍ସିଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ସତ । ସେତେବେଳେ ତାଙ୍କ ନିକଟରେ ମଧ୍ୟ ଏନେଇ ସୂଚନା ଥିଲା । କୃଷକ ଆନ୍ଦୋଳନ ସୋସିଆଲ ମିଡିଆରେ ଯେପରି ପ୍ରଭାବ ପକାଇବା ନେଇ ସେମାନେ ଆଶା କରୁଥିଲେ, ସେପରି ହୋଇନଥିଲା । ଏହି ଆନ୍ଦୋଳନ ପ୍ରଭାବୀ ଭାବେ ସୋସିଆଲ ମିଡିଆରେ ନପହଞ୍ଚୁ ସରକାର ସେନେଇ ଅନେକ ଉପାୟ ଆପଣାଇଥିଲେ । ଏହାକୁ ତୃଣମୂଳ ସ୍ତରରେ ରୋକିବା ପାଇଁ ସରକାର ନାନା ପ୍ରୟାସ କରିଥିଲେ । ଏବେ ଜ୍ୟାକ ଡର୍ସି ଯାହା କହୁଛନ୍ତି, ସେଥିରେ ସମ୍ପୂର୍ଣ୍ଣ ସତ୍ୟତା ରହିଥିବା ଟିକାୟତ କହିଛନ୍ତି ।

ବିଶ୍ବରେ ଯେକୌଣସି ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମର ସିଧା ପ୍ରଭାବ ବା ପ୍ରତିଫଳନ ଏହି ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟରେ ଦେଖାଯାଏ । ଗତବର୍ଷ ସରକାର ଆଣିଥିବା କୃଷି ଆଇନକୁ ନେଇ ଉତ୍ତର ଭାରତ ସମେତ ସାରା ଭାରତରେ ପ୍ରଭାବ ଦେଖିବାକୁ ମିଳିଥିଲା । ଦୀର୍ଘ ପ୍ରାୟ ଏକ ଏକ ବର୍ଷ ଧରି ଚାଷୀ ଆନ୍ଦୋଳନ ଜାରି ରହିଥିଲା । ଚାଷୀମାନେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ହେଲେ ଏହି ସମ୍ପର୍କିତ ପୋଷ୍ଟ, ଘଟଣାକୁ କଭର କରୁଥିବା କିମ୍ବା ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନାମୂଳକ ପୋଷ୍ଟ କରୁଥିବା ସାମ୍ବାଦିକଙ୍କ ଆକାଉଣ୍ଟକୁ ଅଚଳ କରିବା ପାଇଁ ଭାରତ ସରକାର ସଂସ୍ଥାକୁ ନିବେଦନ ପଠାଇଥିଲେ । ଯଦି ଟ୍ବିଟର ଏପରି ନକରେ, ତେବେ ଏହାକୁ ଭାରତରେ ବ୍ୟାନ କରାଯିବା ନେଇ ମଧ୍ୟ ଭାରତ ସରକାର ଚେତାବନୀ ଦେଇଥିବା କହିଥିଲେ ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ ଡର୍ସି ।

ତେବେ ଏକ ୟୁଟ୍ଯୁବ ଚାନେଲକୁ ଡର୍ସି ଏହି ସକ୍ଷାତକାର ଦେବା ପରେ ଏବେ ଭାରତରେ ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସ ଡର୍ସିଙ୍କ ଏହି ମନ୍ତବ୍ୟ ସମ୍ପର୍କିତ ଭିଡିଓ କ୍ଲିପକୁ ସେୟାର କରିବା ସହ ବିଜେପି ସରକାର ଉପରେ ବର୍ଷିଛି । ଏହା ଗଣତନ୍ତ୍ରର ହତ୍ୟା ବୋଲି ଦଳ କହିଛି । ତେବେ ରାଜନୀତି ଆରମ୍ଭ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଟ୍ବିଟରର ସହ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଡର୍ସିଙ୍କ ଏହି ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ସେ ଏହାକୁ ଖୋଲା ମିଛ ବୋଲି କହିବା ସହ ପାଲଟା ଅଭିଯୋଗ ମଧ୍ୟ କରିଛନ୍ତି ଅନୁରାଗ । ଭାରତରେ ନିର୍ବାଚନ ଆସିଲେ ବିଦେଶୀ ଶକ୍ତିମାନେ ସକ୍ରିୟ ହୋଇଉଠନ୍ତି । ଡର୍ସି ତାଙ୍କ ଭୁଲକୁ ଲଚାଇବାକୁ ଯାଇ ଏପରି ମିଛ କହୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଠିକ ପୂର୍ବରୁ ଏହି ବୟାନ ସାମ୍ନାକୁ ଆସିଛି ବୋଲି ମଧ୍ୟ ଠାକୁର କହିଛନ୍ତି । ଭାରତରେ ନିର୍ବାଚନ ଆସୁଛି । ଏପରି ସମୟରେ ବିଦେଶୀ ଶକ୍ତିମାନେ ସକ୍ରିୟ ହୋଇଉଠନ୍ତି ବୋଲି ମଧ୍ୟ ଠାକୁର କହିଛନ୍ତି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଡର୍ସିଙ୍କ ବୟାନକୁ ନିନ୍ଦା କରିବା ସହ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.