ETV Bharat / bharat

ପରଲୋକରେ ଷ୍ଟକ ମାର୍କେଟ ବିଗ୍‌ ବୁଲ ରାକେଶ ଝୁନଝୁନୱାଲା

ଷ୍ଟକ ମାର୍କେଟର ବିଗ୍‌ବୁଲ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ

author img

By

Published : Aug 14, 2022, 9:37 AM IST

Updated : Aug 14, 2022, 11:18 AM IST

ପରଲୋକରେ ବିଶିଷ୍ଟ ଶିଳ୍ପପତି ରାକେଶ ଝୁନଝୁନୱାଲା

ମୁମ୍ବାଇ: ଆଉ ନାହାନ୍ତି ଷ୍ଟକ ମାର୍କେଟର ବିଗ୍‌ ବୁଲ । ଭାରତର ବିଶିଷ୍ଟ ଶିଳ୍ପପତି, ଷ୍ଟକ ମାର୍କେଟ ନିବେଶକ ତଥା ଆକାଶ ଏୟାରର ପ୍ରତିଷ୍ଠାତା ରାକେଶ ଝୁନଝୁନୱାଲାଙ୍କ (Rakesh Jhunjhunwala passes away) ଦେହାନ୍ତ ହୋଇଯାଇଛି । ଆଜି(ରବିବାର) ସକାଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଝୁନଝୁନୱାଲାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ରାକେଶ ଝୁନଝୁନୱାଲାଙ୍କୁ ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ମୁମ୍ବାଇ ସ୍ଥିତ ବ୍ରିଚ୍‌ କାଣ୍ଡି(Breach Candy Hospital) ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

  • Rakesh Jhunjhunwala was indomitable. Full of life, witty and insightful, he leaves behind an indelible contribution to the financial world. He was also very passionate about India’s progress. His passing away is saddening. My condolences to his family and admirers. Om Shanti. pic.twitter.com/DR2uIiiUb7

    — Narendra Modi (@narendramodi) August 14, 2022 " class="align-text-top noRightClick twitterSection" data=" ">

ରାକେଶ ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ''ସେ ଅନ୍ତର୍ଦୃଷ୍ଟିସମ୍ପନ୍ନ ଥିଲେ । ଭାରତର ପ୍ରଗତି ପାଇଁ ସେ ଖୁବ୍ ବ୍ୟାକୁଳ ଥିଲେ । ତାଙ୍କର ବିୟୋଗ ଅତ୍ୟନ୍ତ ଦୁଃଖଦାୟକ'' ବୋଲି ମୋଦି ଟ୍ବିଟ୍ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଗତ ଦୁଇ ତିନି ସପ୍ତାହ ପୂର୍ବରୁ ଷ୍ଟକ ମାର୍କେଟ ନିବେଶକ ରାକେଶ ଝୁନଝୁନୱାଲା ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ୧୯୬୦ ମସିହା ଜୁଲାଇ ୫ ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଝୁନଝୁନୱାଲା ଜନ୍ମଗ୍ରହଣ କରିଥିଲେ । ୧୯୮୫ ମସିହାରେ ନିଜର କଲେଜ ପାଠପଢା ସମୟରେ ରାକେଶ ଝୁନଝୁନୱାଲା ପ୍ରଥମ କରି ଷ୍ଟକ ମାର୍କେଟରେ ପ୍ରବେଶ କରିଥିଲେ । ସେତେବେଳେ ସେ ମାତ୍ର ୫ ହଜାର ଟଙ୍କା ନିବେଶ କରିଥିଲେ । ହେଲେ ଫୋର୍ବସ ମାଗାଜିନ(Forbes magazine) ଅନୁସାରେ ଏବେ ତାଙ୍କର ସମ୍ପତ୍ତି ମୂଲ୍ୟ ୫.୫ ବିଲିୟନ ଡଲାର ଅଟେ । ତେବେ ବାପାଙ୍କ ଠାରୁ ଷ୍ଟକ ମାର୍କେଟ ସମ୍ପର୍କରେ ଶୁଣି ସେ ଏହାପ୍ରତି ଆଗ୍ରହୀ ହୋଇଥିଲେ ବୋଲି କୁହନ୍ତି ଝୁନଝୁନୱାଲା ।

୧୯୮୬ ମସିହାରେ 'ଟାଟା ଟି' ଶେୟାର କିଣି ଝୁନଝୁନୱାଲା ଷ୍ଟକ ବଜାରରୁ ପ୍ରଥମ ବଡ ଲାଭ କମାଇଥିଲେ । ସେ ମାତ୍ର ୪୩ ଟଙ୍କାରେ 'ଟାଟା ଟି'ର ୫ ହଜାର ସେୟାର କିଣିଥିଲେ । ଯାହାର ମୂଲ୍ୟ ତିନି ମାସ ମଧ୍ୟରେ ୧୪୩ ଟଙ୍କା ହୋଇଯାଇଥିଲା । ଫଳରେ ଝୁନଝୁନୱାଲା ତିନି ଗୁଣାରୁ ଅଧିକ ଲାଭ ପାଇଥିଲେ । ଏହାର ପରବର୍ତ୍ତୀ ତିନି ବର୍ଷରେ ସେ ବଜାରରୁ ୨୦ରୁ ୩୦ ଲକ୍ଷ ଲାଭ କରିଥିଲେ । ଗତ ୭ ତାରିଖରେ ଦେଶର ସବୁଠୁ ବଡ ନିବେଶକ ଝୁନଝୁନୱାଲାଙ୍କ ଆକାଶ ଏୟାର ପ୍ରଥମ ଉଡାଣ ଭରିଥିଲା ।

Last Updated : Aug 14, 2022, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.