ETV Bharat / bharat

ରାଜ୍ୟସଭା ଓ ଲୋକସଭା ଟିଭି ଏବେ ସଂସଦ ଟିଭି - Sansad TV

ସଂସଦର ଦୁଇଟି ଗୃହର ସମ୍ପୃକ୍ତ ଟିଭି ଚ୍ୟାନେଲ ରାଜ୍ୟସଭା ଟିଭି ଏବଂ ଲୋକସଭା ଟିଭିର ମିଶ୍ରଣ ହୋଇଛି । ଏବେ ଏହାକୁ ସଂସଦ ଟିଭି ନାମରେ ନାମିତ କରାଯାଇଛି। ଅଧିକ ପଢନ୍ତୁ...

ରାଜ୍ୟସଭା ଓ ଲୋକସଭା ଟିଭି ଏବେ ସଂସଦ ଟିଭି
ରାଜ୍ୟସଭା ଓ ଲୋକସଭା ଟିଭି ଏବେ ସଂସଦ ଟିଭି
author img

By

Published : Mar 2, 2021, 12:58 PM IST

ନୂଆଦିଲ୍ଲୀ: ସଂସଦର ଦୁଇଟି ଗୃହର ସମ୍ପୃକ୍ତ ଟିଭି ଚ୍ୟାନେଲ ରାଜ୍ୟସଭା ଟିଭି ଏବଂ ଲୋକସଭା ଟିଭିର ମିଶ୍ରିଣ ହୋଇଛି । ଏବେ ଏହାକୁ ସଂସଦ ଟିଭି ନାମରେ ନାମିତ କରାଯାଇଛି।

ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କାପୁର ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ ହୋଇଛନ୍ତି ବୋଲି ସରକାର କହିଛନ୍ତି। ରବି କପୁର ଏହାପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରଣାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟକରି ଅବସର ନେଇଥିଲେ । ଯାହା ମଧ୍ୟରେ ପେଟ୍ରୋଲିୟମ ଓ ଟେକ୍ସଟାଇଲ ମନ୍ତ୍ରଣାଳୟ ସାମିଲ ଥିଲା ।

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏବେ ଉଭୟ ସଂସଦର କାର୍ଯ୍ୟକ୍ରମ ଲୋକମାନେ ଗୋଟିଏ ଚ୍ୟାନେଲ ମାଧ୍ୟମରେ ଦେଖିପାରିବେ ।

ଭାରତରେ ଲୋକସଭାର କାର୍ଯ୍ୟଦିବସକୁ ଲୋକସଭା ଟିଭି ମାଧ୍ୟମରେ ପ୍ରସାରଣ କରାଯାଉଥିଲା । ୧୯୮୯ ମସିହାରେ ଏହି ଟଭି ଚ୍ୟାନେଲର ଶୁଭାରମ୍ଭ କରାଯାଇଥିଲା । କିଛିବର୍ଷ ପରେ ଏହି ଚ୍ୟାନେଲରେ ରାଷ୍ଟ୍ରପତିଙ୍କ ଅବିଭାଷଣ ସହ ଲୋକସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ଭଳି କାର୍ଯ୍ୟକ୍ରମକୁ ଲାଇଭ୍ ଟିଭି ମାଧ୍ୟମରେ ପ୍ରସାରଣ କରାଯାଉଥିଲା ।

ସେହିଭଳି ରାଜ୍ୟସଭା ଟିଭି ୨୦୧୧ ମସିହାରେ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଲୋକସଭାର ଲାଇଭ୍ ପ୍ରସାରଣ ବ୍ୟତୀତ ରାଜନୈତିକ, ସରକାରୀ ଓ ଅନ୍ୟ କାର୍ଯ୍ୟକ୍ରମମାନ ପ୍ରସାରଣ କରାଯାଉଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.