ETV Bharat / bharat

Parliament Monsoon Session; ରାଜ୍ୟସଭାରେ ଭାବୁକ ଉପ-ରାଷ୍ଟ୍ରପତି

author img

By

Published : Aug 11, 2021, 2:30 PM IST

ଆଜି ( ବୁଧବାର) ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଗତକାଲି(ମଙ୍ଗଳବାର)ର ଘଟଣାକୁ ନେଇ ମର୍ମାହତ ହୋଇପଡିଥିଲେ । ଅଧିକ ପଢନ୍ତୁ...

Parliament Monsoon Session
Parliament Monsoon Session

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ଆଜି ଶେଷ ଦିନ । ଲୋକସଭା ମୁଲତବୀ ହୋଇସାରିଥିବା ବେଳେ ଆଜି ରାଜ୍ୟସଭା ମଧ୍ୟ ମୁଲତବୀ ହୋଇଯିବ । ତେବେ ସଂସଦର ଉଭୟ ସଦନରେ ଆଶା ଜନକ କାମ ହୋଇପାରିନଥିବା ବେଳେ ଲୋକସଭାରେ ମାତ୍ର ୨୨ ପ୍ରତିଶତ କାମ ହୋଇଛି ।

ତେବେ ବିରୋଧୀ ପେଗାସସ, କୃଷି ଆଇନକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଫଳରେ ରାଜ୍ୟସଭାରେ ସନ୍ତୋଷ ଜନକ କାର୍ଯ୍ୟ ହୋଇ ପାରିନାହିଁ । ତେବେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅପେକ୍ଷା ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ଦେଖି ଖୁବ ମର୍ମାହତ ହୋଇପଡିଛନ୍ତି ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ।

ଆଜି ( ବୁଧବାର) ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଗତକାଲି(ମଙ୍ଗଳବାର)ର ଘଟଣାକୁ ନେଇ ମର୍ମାହତ ହୋଇପଡିଥିଲେ । ଗୃହ ଚଳାଇବା ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ଏହା ସମସ୍ତଙ୍କ ଦାୟିତ୍ବ । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ସଂସଦ ଅଚଳ କରିବା ଘଟଣାକୁ ଗ୍ରହଣ କରି ପାରିନାହାଁନ୍ତି ଅଧ୍ୟକ୍ଷ । ଗତକାଲିର ଅଭାବନୀୟ ଘଟଣାକୁ ଅବତାରଣ ବେଳେ ଭେଙ୍କେୟା ନାଇଡୁଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇପଡିଥିଲା । ଆଖି ଛଳ ଛଳ କରି ବିଶୃଙ୍ଖଳିତ ଆଚରଣ ପାଇଁ କ୍ଷୋଭ ପ୍ରକାଶ କରିଥିଲେ ।

କୃଷି ଆଇନକୁ ବିରୋଧ ଆଳରେ ଗତକାଲି ଯାହା ହେଲା ତାହା ସଂସଦର ଗରିମା ନଷ୍ଟ କରିଥିବା କହିଥିଲେ ଭେଙ୍କେୟା । ଏପରିକି ଘଟଣାକୁ ନେଇ ସେ ରାତି ସାରା ଶୋଇପାରିନଥିବା କହିଥିଲେ । ଘଟଣାକୁ ନେଇ ମୁଁ ଦୁଃଖିତ । ଆମ ବିଚାର ଭିନ୍ନ ହୋଇପାରେ । ଭାବନା ଭିନ୍ନ ହୋଇପାରେ । କିନ୍ତୁ ଉଦ୍ଦେଶ୍ୟ ଏକ ବୋଲି କହିଥିଲେ । ସବୁ ସମସ୍ୟା, ସଂକଟ ଆଲୋଚନା, ବିଚାର ବିମର୍ଶ ଦ୍ବାରା ହୋଇପାରିବ ବୋଲି କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ଅଧ୍ୟକ୍ଷଙ୍କ ଏପରି ଭାବବିହ୍ବଳ ଦେଖି ରାଜ୍ୟସଭା ପୁରା ଶାନ୍ତ ପଡିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.