ETV Bharat / bharat

ରାଜ୍ୟସଭା ଉପନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

author img

By

Published : Sep 18, 2021, 5:57 PM IST

ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଅଧିକ ପଢନ୍ତୁ...

ରାଜ୍ୟସଭା ଉପନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି
ରାଜ୍ୟସଭା ଉପନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆଗକୁ ଆସୁଛି ରାଜ୍ୟସଭା ଉପନିର୍ବାଚନ । ଏଥିଲାଗି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ଆସାମରୁ ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହାସହିତ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଏଲ ମୁରୁଗାନଙ୍କୁ ମଧ୍ୟପ୍ରଦେଶର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ସୋନୋୱାଲ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ବିଜେପି ବିଧାନସଭା ନିର୍ବାଚନ ପରେ ହିମନ୍ତ ବିଶ୍ବ ଶର୍ମାଙ୍କୁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲା । ସେପଟେ ସୋନୋୱାଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିଥିଲା । ସୂଚନା ଅନୁସାରେ ରାଜ୍ୟସଭାର ୭ଟି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏଥିରେ ବିଜେପିକୁ ୨ଟି ଆସନ ମିଳିବ । ଏହି ୭ଟି ଆସନ ମଧ୍ୟରେ ପୁଡୁଚେରୀ ସହିତ ଉପନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ସାଂସଦଙ୍କ ଇସ୍ତଫା ଲାଗି ୫ଟି ଆସନ ଓ କଂଗ୍ରେସର ରାଜୀବ ସାତବଙ୍କ ଦେହାନ୍ତ ଯୋଗୁଁ ଆଉ ଏକ ଆସନର ଉପନିର୍ବାଚନ ହେବ ।

  • BJP names Union Minister Sarbananada Sonowal and Minister of State (MoS) L Murugan as its candidate for upcoming by-polls to Rajya Sabha from Assam and Madhya Pradesh respectively. pic.twitter.com/xTJ51lU57z

    — ANI (@ANI) September 18, 2021 " class="align-text-top noRightClick twitterSection" data=" ">

ଏହି ସମସ୍ତ ରାଜ୍ୟସଭା ଆସନ ପାଇଁ ଅକ୍ଟୋବର 4 ତାରିଖରୁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଯଦି ଆସନ ଅନୁସାରେ ସମାନ ସଂଖ୍ୟକ ପ୍ରାର୍ଥୀ ରହିବେ, ତେବେ ସେପ୍ଟେମ୍ବର 27 ତାରିଖରେ ନାମାଙ୍କନ ପ୍ରତ୍ୟାହାର ପରେ ନିର୍ବାଚିତ ସଦସ୍ୟମାନଙ୍କୁ ଘୋଷଣା କରାଯିବ । ଉପ-ନିର୍ବାଚନ ହେବାକୁ ଥିବା ୬ଟି ଆସନରେ ତାମିଲନାଡୁରେ ୨ଟି ଏବଂ ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଗୋଟିଏ ଆସନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.