ETV Bharat / bharat

ରାଜ୍ୟସଭାରେ ବିରୋଧୀଙ୍କ ହୋହଲ୍ଲା, ଆସନ୍ତାକାଲି ଯାଏ ଗୃହ ମୁଲତବୀ

author img

By

Published : Feb 2, 2021, 10:01 AM IST

Updated : Feb 2, 2021, 12:49 PM IST

ରାଜ୍ୟସଭାରେ ବିରୋଧୀଙ୍କ ହୋହଲ୍ଲା । ଗୃହକୁ ପ୍ରଥମେ 10.30 , ପରେ 11.30, 12.30 ଓ ଶେଷରେ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କଲେ ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ...

ରାଜ୍ୟସଭାରେ ବିରୋଧୀଙ୍କ ହୋହଲ୍ଲା
ରାଜ୍ୟସଭାରେ ବିରୋଧୀଙ୍କ ହୋହଲ୍ଲା

ନୂଆଦିଲ୍ଲୀ: ସକାଳ 9ଟାରୁ ଆରମ୍ଭ ରାଜ୍ୟସଭା ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ତେବେ ବିରୋଧୀଙ୍କ ହୋହଲ୍ଲା ପରେ ଗୃହକୁ ପ୍ରଥମେ 10.30, ପରେ 11.30, 12.30 ଓ ଶେଷରେ ଆସନ୍ତାତାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଗୃହକାର୍ଯ୍ୟ ଆରମ୍ଭରୁ କୃଷି ଆନ୍ଦୋଳନ ଉପରେ ବିରୋଧୀ ଆଲୋଚନା କରିବାକୁ ଇଚ୍ଛା କରିଥିଲେ । ତେବେ ଏହା ଉପରେ ଆସନ୍ତାକାଲି ଆଲୋଚନା କରିବାକୁ ଉପରାଷ୍ଟ୍ରପତି କହିବା ସହ ପ୍ରଶ୍ନକାଳ ଆରମ୍ଭ କରିଥିଲେ । ହେଲେ ଏଥିରେ ନାରାଜ ହୋଇ ବିରୋଧୀ ଗୃହ ତ୍ୟାଗ କରିଥିଲେ ।

ପରେ ପ୍ରଶ୍ନକାଳ ଚାଲିଥିବା ସମୟରେ ବିରୋଧୀ ପୁଣି ଥରେ ଆସିବା ସହ ଗୃହରେ ହୋହଲ୍ଲା କରିଥିଲେ । ଫଳରେ ଉପରାଷ୍ଟ୍ରପତି ଗୃହକୁ 10.30 ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

Last Updated : Feb 2, 2021, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.