ETV Bharat / bharat

ସପରିବାର ଅଯୋଧ୍ୟା ଯିବେ ରଜନୀକାନ୍ତ, ଗ୍ରହଣ କଲେ ନିମନ୍ତ୍ରଣ

Rajnikanth accepts invitation for Ayodhya Ram Temple consecration: ଅଯୋଧ୍ୟାରୁ ନିମନ୍ତ୍ରଣ ଗ୍ରହଣ କଲେ 'ଥଲାଇବା' । କହିଲେ ସୌଭାଗ୍ୟର ବିଷୟ, ପରିବାର ସହ ସାମିଲ ହେବି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 2, 2024, 7:47 PM IST

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣ ଗ୍ରହଣ କଲେ ରଜନୀକାନ୍ତ

ଚେନ୍ନାଇ: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଉଛି । ଆଜି ଦକ୍ଷିଣ ଭାରତର କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ସ୍ଥାନୀୟ ପ୍ରଶାସନର ଏକ ଟିମ୍‌ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣପତ୍ରକୁ ଚେନ୍ନାଇ ସ୍ଥିତ ରଜନୀକାନ୍ତଙ୍କ ବାସଭବନରେ ତାଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ରଜନୀକାନ୍ତ କହିଛନ୍ତି, ଏପରି ଏକ ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏକ ଆଶୀର୍ବାଦ ଓ ସମ୍ମାନର କଥା । ସେ ସପରିବାର ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିବେ ।

ଆଜି ଚେନ୍ନାଇ ସ୍ଥିତ ରଜନ୍ତୀକାନ୍ତଙ୍କ ବାସଭବନରେ ତାମିଲନାଡୁ ଲୋକସମ୍ପର୍କ ବିଭାଗର ଯୁଗ୍ମ ସଚିବ ଇରମା ରାଜଶେଖର, ଚେନ୍ନାଇ ମେୟର ରାମକୁମାର ଓ ବିଜେପି ସୋସିଆଲ ମିଡିଆ ପର୍ଯ୍ୟବେକ୍ଷକ ଅର୍ଜୁନ ମୂର୍ତ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଷ୍ଟ୍ରଷ୍ଟ ପକ୍ଷରୁ ଆସିଥିବା ଏହି ନିମନ୍ତ୍ରଣପତ୍ର ହସ୍ତାନ୍ତର କରିଥିଲେ । ଏହି ସମୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ସେନ୍ଥିଲ କୁମାର ମଧ୍ୟ ରଜନୀକାନ୍ତଙ୍କ ଘରକୁ ଯାଇଥିଲେ । ଏହାକୁ ଏକ ସୌଭାଗ୍ୟର ବିଷୟ ବୋଲି ବର୍ଣ୍ଣନା କରିବା ସହ ରଜନୀ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ଟ୍ରଷ୍ଟକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :-୨୪ରେ ସୁପ୍ରିମକୋର୍ଟର ୪ ବିଚାରପତିଙ୍କ ଅବସର, ତାଲିକାରେ CJI ଜଷ୍ଟିସ ଚନ୍ଦ୍ରଚୂଡ଼

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଶେଷଭାଗରେ ରିଲିଜ୍‌ ହୋଇଥିବା ବ୍ଲକବଷ୍ଟର ଚଳଚିତ୍ର ‘ଜେଲର’ର ପ୍ରମୋସନ ପାଇଁ ରଜନୀକାନ୍ତ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ । ସେଠାରେ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ଦର୍ଶନ କରିବା ସହ ହନୁମାନଗଡିରେ ମଧ୍ୟ ପୂଜାର୍ଚ୍ଚାନା କରିଥିଲେ । ଏହା ପରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ରଜନୀ ଯୋଗୀଙ୍କ ପାଦସ୍ପର୍ଷ କରି ପ୍ରଣାମ ମଧ୍ୟ କରିଥିଲେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ସମାଲୋଚନା କରାଯାଇଥିଲା । ସ୍ପଷ୍ଟୀକରଣରେ ରଜନୀ କହିଥିଲେ, ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପୂର୍ବରୁ ଜଣେ ସନ୍ଥ । ସେ ସାଧୁସନ୍ଥଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତି । ତେଣୁ ଯୋଗୀଙ୍କ ପାଦସ୍ପର୍ଷ କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ,22 ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରାଜନେତା, ସାଧୁସନ୍ଥ ଓ ଦେଶବ୍ୟାପୀ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ନିମନ୍ତ୍ରିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.