ETV Bharat / bharat

ଆଜି DRDOର ଆଣ୍ଟି କୋଭିଡ ଔଷଧ ରିଲିଜ କରିବେ ପ୍ରତିରକ୍ଷା ମନ୍ତ୍ରୀ

ଆଜି(ସୋମବାର) କୋରୋନା ବିରୁଦ୍ଧରେ ଡିଆରଡିଓର ପ୍ରସ୍ତୁତ ଆଣ୍ଟି କୋଭିଡ ଔଷଧ 2-ଡିଜିର ପ୍ରଥମ ପର୍ଯ୍ୟାୟରେ 10ହଜାର ଡୋଜ ରିଲିଜ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
author img

By

Published : May 17, 2021, 7:24 AM IST

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ବିରୋଧରେ ଦେଶରେ ଜାରି ରହିଛି ଯୁଦ୍ଧ । ମହମାରୀକୁ ମାତ ଦେବାକୁ ସଞ୍ଜୀବନି ପ୍ରସ୍ତୁତ କରିବାରେ ଲାଗିପଡିଛି ଦେଶ । ଏ ଯୁଦ୍ଧରେ ଡିଆରଡିଓ ମଧ୍ୟ ସାମିଲ ହୋଇଛି । ଆଜି(ସୋମବାର) କୋରୋନା ବିରୁଦ୍ଧରେ ଡିଆରଡିଓର ପ୍ରସ୍ତୁତ ଆଣ୍ଟି କୋଭିଡ ଔଷଧ 2-ଡିଜିର ପ୍ରଥମ ପର୍ଯ୍ୟାୟରେ 10ହଜାର ଡୋଜ ରିଲିଜ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭିଡିଓ କନଫରେନ୍ସିଂ ଜରିଆରେ ସମୟ 10ଟା 30ରେ ଏହି କାର୍ଯ୍ୟକ୍ରମ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଉପସ୍ଥିତ ରହିବେ ।

ଏହି ଔଷଧ ଡିଆରଡିଓର ହାଇଦ୍ରାବାଦର ଆଇଏନଏମଏଏସର ଡାକ୍ତର ରେଡ୍ଡୀଙ୍କ ଲ୍ୟାବ୍ରୋଟୋରିରେ 10,000 ଡୋଜ ପ୍ରସ୍ତୁତ ହୋଇଛି । କୋରୋନା ବିରୋଧରେ ଡିଆରଡିଓର ଏହି ସଞ୍ଜିବନୀ ଆସନ୍ତା ଗୋଟିଏ କିମ୍ବା ଦୁଇ ସପ୍ତାହ ଭିତରେ ରୋଗୀଙ୍କ ପାଇଁ ଉପଲବ୍ଧ ହେବ । ଭବିଷ୍ୟତରେ ଏହି ଔଷଧର ବ୍ୟବହାର ପାଇଁ ଏହାର ଉତ୍ପାଦନକୁ ବୃଦ୍ଧି କରିବା ଉପରେ ଲକ୍ଷ୍ୟ ରଖାଯାଇଛି । ଏହି ଔଷଧ ଡାକ୍ତର ଅନନ୍ତ ନାରାୟଣ ଓ ଡିଆରଡିଓ ବୈଜ୍ଞାନିକଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ନେଇ ଡିଆରଡିଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ ଏହି ଔଷଧ ଖୁବ ପ୍ରଭାବଶାଳୀ ହେବ ବୋଲି ଏହାର କ୍ଲିନିକାଲ ପରୀକ୍ଷାରୁ ଜଣାପଡିଛି । ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ଏହା ସହାୟକ ହେବା ସହିତ ଅମ୍ଳଜାନ ନିର୍ଭରଶୀଳତାକୁ ହାସ୍ର କରିବ। 2-ଡିଜି ଔଷଧ ଚିକିତ୍ସାରେ ଅଧିକ ଲୋକଙ୍କ ଆରଟିପିସିଆର ପରୀକ୍ଷା ନେଗେଟିଭ ଆସିଥାଏ । ଏହା କୋରୋନାରେ ପୀଡିତ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ହେବ ।

ମହାମାରୀ ବିରୋଧରେ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ଅନୁସରଣ କରି ଡିଆରଡିଓ 2-ଡିଜିର ଆଣ୍ଟି କୋଭିଡ ମେଡିସିନ ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା । ଏପ୍ରିଲ୍ 2020ରେ ମହାମାରୀର ଲହରରେ ଆଇଏନଏମଏଏସ ଓ ଡିଆରଡିଓ ବୈଜ୍ଞାନିକମାନେ ହାଇଦ୍ରାବାଦର ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜିରେ ପରୀକ୍ଷଣ ଆରମ୍ଭ କରିଥିଲେ । ଜଣିବାକୁ ପାଇଥିଲେ ଏହା ଭୂତାଣୁ ବିରୋଧରେ ପ୍ରଭାବଶାଳୀ ହେବ ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପରେ 110ଜଣ ରୋଗୀଙ୍କୁ ନେଇ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ହୋଇଥିଲା । ଦୁଇଟି ପର୍ଯ୍ୟାୟର ସଫଳ ପରୀକ୍ଷା ପରେ 220ଜଣ ରୋଗୀଙ୍କୁ ନେଇ 2020ଡିସେମ୍ବରରୁ 2021 ମାର୍ଚ୍ଚ ଭିତରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ହୋଇଥିଲା । ଏହାର ପରୀକ୍ଷା ଫଳ ଡିସିଜିଆଇଙ୍କୁ ପ୍ରଦାନ କରାଯାଇଥିଲା । କୋରୋନାର ଦ୍ବିତୀୟ ଲହରରେ ଅଧିକ ଲୋକ ଅମ୍ଳଜାନ ଉପରେ ନିର୍ଭର କରୁଛନ୍ତି ଓ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଏହି ମେଡିସିନ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିବବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.