ETV Bharat / bharat

Uttarakhand Polls: ଆଜି ଉତ୍ତରାଖଣ୍ଡରେ ପ୍ରଚାର କରିବେ ରାଜନାଥ

author img

By

Published : Feb 11, 2022, 11:17 AM IST

ବିଧାନସବା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାରକୁ ଜୋରଦାର କରିଛି ବିଜେପି । ଆଜି ଉତ୍ତରାଖଣ୍ଡରେ ପ୍ରଚାର କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଅଧିକ ପଢନ୍ତୁ

Uttarakhand Polls: ଆଜି ଉତ୍ତରାଖଣ୍ଡରେ ପ୍ରଚାର କରିବେ ରାଜନାଥUttarakhand Polls: ଆଜି ଉତ୍ତରାଖଣ୍ଡରେ ପ୍ରଚାର କରିବେ ରାଜନାଥ
Uttarakhand Polls: ଆଜି ଉତ୍ତରାଖଣ୍ଡରେ ପ୍ରଚାର କରିବେ ରାଜନାଥ

ଡେରାଡୁନ: ଆଉ ଦିନ କେଇଟା ପରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ୭୦ଟି ବିଧାନସଭା ଆସନରେ ହେବ ମତଦାନ । ଏହା ପୂର୍ବରୁ ବିପୁଳ ମାତ୍ରାରେ ସିଟ ହାତେଇବାକୁ ପ୍ରଚାରକୁ ଜୋରଦାର କରିଛି ବିଜେପି । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଉତ୍ତରାଖଣ୍ଡରେ ପ୍ରଚାର କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେହିପରି ଘାନସାଲୀ, କର୍ଣ୍ଣପ୍ରୟାଗ ଏବଂ ନରେନ୍ଦ୍ରନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନୀ ବୈଠକକୁ ସମ୍ବୋଧିତ ମଧ୍ୟ କରିବେ । ଏନେଇ ଟ୍ବିଟରେ ସୂଚନା ଦେଇଛନ୍ତି ରାଜନାଥ ।

ତେବେ ଏହା ପୂର୍ବରୁ ମଧ୍ୟ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ପଞ୍ଜାବରେ ମଧ୍ୟ ଅନେକ ନିର୍ବାଚନମଣ୍ଡଳୀରେ ସାଧାରଣସଭାକୁ ସମ୍ବୋଧନ ମଧ୍ୟ କରିଥିଲେ ରାଜନାଥ ସିଂ । ଗତ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ଉତ୍ତରାଖଣ୍ଡର ପିଥୋରଗଡ ଜିଲ୍ଲାର ଗାଙ୍ଗୋଲିହାଟରରେ ଆୟୋଜିତ ଏକ ନିର୍ବାଚନ ରାଲିରେ ଯୋଗ ଦେଇମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ପ୍ରଶଂସା କରିଥିଲେ । ତାହା ପୁଣି 'ପୁଷ୍ପା' ଚଳଚ୍ଚିତ୍ରର ଏକ ସଂଳାପ ମାଧ୍ୟମରେ ।

ରାଜନାଥ କହିଥିଲେ ଆମ ମୁଖ୍ୟମନ୍ତ୍ରୀ ଧାମୀଙ୍କ ନାମକୁ ନେଇ କଂଗ୍ରେସ ଭାବୁଛି ସେ ଫ୍ଲାଓ୍ବାର ବୋଲି । କିନ୍ତୁ ସେ ଫ୍ଲାଓ୍ବାର ଭି ଔର ଫାୟାର ଭି । ପୁଷ୍କା ନା ରୁକେଗା, ନା ଝୁକେଗା । ରାଜନାଥଙ୍କ ଏପରି ସଂଳାପ ଶୁଣି ସେଠାରେ ଉପସ୍ଥିତ ଜନତା ମଧ୍ୟ ବେଶ ଉତ୍ସାହିତ ହୋଇଥିବା ନଜର ଆସିଥିଲା । ରାଜନାଥ କଂଗ୍ରେସକୁ ସମାଲୋଚନା କରି କହିଥିଲେ କି, ଉତ୍ତରାଖଣ୍ଡରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସ୍ଥିତିରେ ମଧ୍ୟ ନାହିଁ । ତେଣୁ ସେମାନେ ଏପର୍ଯ୍ୟନ୍ତ କୌଣସି ନେତା ଘୋଷଣା କରିନାହାଁନ୍ତି ।

ସୂଚନା ଅନୁୟାୟୀ, ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ୭୦ ଆସନ ପାଇଁ ଉତ୍ତରାଖଣ୍ଡରେ ଭୋଟ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ ଫଳାଫଳ ପ୍ରକାଶ ପାଇବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.