ETV Bharat / bharat

ଉତ୍ତର ପ୍ରଦେଶରେ BrahMos ଉତ୍ପାଦନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରତିରକ୍ଷା ମନ୍ତ୍ରୀ - ରାଜନାଥ ସିଂଙ୍କ ଉତ୍ତର ପ୍ରଦେଶ ଗସ୍ତ

ଉତ୍ତର ପ୍ରଦେଶରେ ଉତ୍ପାଦନ ହେବ ବ୍ରହ୍ମୋସ ମିସାଇଲ । ଆଜି ଏହି ଉତ୍ପାଦନ ୟୁନିଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ ପ୍ରତିରକ୍ଷାର ହବ ହେବ ଉତ୍ତର ପ୍ରଦେଶ । ଅଧିକ ପଢନ୍ତୁ

BrahMos Missiles production unit in Lucknow: ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Dec 26, 2021, 5:49 PM IST

ଲକ୍ଷ୍ନୌ: ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନର ହବ ହେବାକୁ ଯାଉଛି ଉତ୍ତର ପ୍ରଦେଶ । ବ୍ରହ୍ମୋସ କ୍ଷେପଣାସ୍ତ୍ର ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଉତ୍ପାଦନ ପାଇଁ ଏକ ଉତ୍ପାଦନ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ମନଜାହାନପୁରର ଓଶାମଣ୍ଡିରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଉତ୍ପାଦନ ୟୁନିଟ ସହ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (DRDO) ର ଏକ ଲ୍ୟାବ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏହି ପ୍ରକଳ୍ପ ଫଳରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ । ଆହୁରି ମଧ୍ୟ ଆଦିତ୍ୟନାଥ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ହେବାକୁ ଥିବା ସମସ୍ତ ୬ଟି ପ୍ରତିରକ୍ଷା କରିଡରରେ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ଆଜି ଲକ୍ଷ୍ନୌରେ ଏକ ପ୍ରତିରକ୍ଷା ଏକ୍ସପୋ ଆୟୋଜିତ ହୋଇଛି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ହେଉଛି ଏକ ଦେଶ ଯିଏ ସମଗ୍ର ବିଶ୍ବକୁ ବନ୍ଧୁତ୍ୱପୂର୍ଣ୍ଣ ତଥା କରୁଣାର ବାର୍ତ୍ତା ଦେଇଆସିଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭାରତ ଏହାର ସୁରକ୍ଷା ପ୍ରସଙ୍ଗରେ କୌଣସି ବୁଝାମଣାକୁ ସ୍ଥାନ ଦେବ । ତେଣୁ ଭାରତ ନିଜ ସୁରକ୍ଷା ପ୍ରସଙ୍ଗ ଓ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରତିବଦ୍ଧ ଭାବେ ଆଗକୁ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.