ETV Bharat / bharat

26ତମ 'ହୁନର ହାଟ' ମେଳା ଉଦଘାଟିତ, ଏକାଠି ହେଲେ ସ୍ବଦେଶୀ କଳାକାର

ଆଜି 26ତମ 'ହୁନର ହାଟ' ମେଳାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଚଳିତ ବର୍ଷ ଏହି ମେଳାର ବିଷୟବସ୍ତୁ ରହିଛି ଭୋକାଲ ଫର ଲୋକାଲ । ଅଧିକ ପଢନ୍ତୁ...

author img

By

Published : Feb 21, 2021, 1:13 PM IST

ଉଦଘାଟିତ ହେଲା 26ତମ 'ହୁନର ହାଟ' ମେଳା
ଉଦଘାଟିତ ହେଲା 26ତମ 'ହୁନର ହାଟ' ମେଳା

ନୂଆଦିଲ୍ଲୀ: ଆଜି 26ତମ 'ହୁନର ହାଟ' ମେଳାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୋରୋନାର ଘଡ଼ିସନ୍ଧି ସମୟରେ ଆମର କଳାକାର ଓ କାରିଗର ତାଙ୍କ ହାତ ତିଆରି ଜିନିଷ ମଧ୍ୟମରେ ନୂଆ ଆଶା ସଞ୍ଚାର କରିବେ ବୋଲି କହିଛନ୍ତି ରାଜନାଥ ସିଂ ।

ଉଦଘାଟିତ ହେଲା 26ତମ 'ହୁନର ହାଟ' ମେଳା

ଏହି ହୁନର ହାଟ ମେଳା ଜାତୀୟ ରାଜଧାନୀର ଜବାହାରଲାଲ ଷ୍ଟାଡିୟମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୋଇଛି । ଆୟୋଜିତ ଏହି ସୁନ୍ଦର ପ୍ରଦର୍ଶନୀ ଆମ ପାରମ୍ପରିକ କଳା ଓ ହସ୍ତଶିଳ୍ପକୁ ଆହୁରୀ ପ୍ରସିଦ୍ଧ କରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେ ଆହୁରୀ କହିଛନ୍ତି ମୁଁ ଏହି 26ତମ ହୁନର ହାଟ ମେଳାକୁ ଉଦଘାଟନ କରି ବହୁତ ଖୁସି । ସାରା ଦେଶରେ ସ୍ବଦେଶୀ କଳାକାରଙ୍କୁ ଏକଜୁଟ କରି ରଖିବ ଏହି ମେଳା ।

26ତମ 'ହୁନର ହାଟ' କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି' ଭୋକାଲ୍ ଫର୍ ଲୋକାଲ୍' । ଏହା ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ 1 ପର୍ଯ୍ୟନ୍ତ ଜାରି ରହିବ । ଏଥିରେ 600ରୁ ଅଧିକ କାରିଗର ସାମିଲ ହେବେ । ଯେଉଁଥିରେ 31ରୁ ଅଧିକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିଳା କାରିଗର ଅଂଶଗ୍ରହଣ କରିବେ । ମେଳାରେ ପ୍ରଦର୍ଶିତ ହୋଇଥିବା ହସ୍ତଶିଳ୍ପ କାରୀଗରଙ୍କୁ ପ୍ରଶଂସା କରିଛନ୍ତି ରାଜନାଥ ସିଂ ।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ପାଞ୍ଚ ବର୍ଷ ଭିତରେ 'ହୁନର ହାଟ' ପ୍ରାୟ ପାଞ୍ଚ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଲୋକମାନ ହୁନର ହାଥ ୱେବସାଇଟରୁ ଜିନିଷ କିଣୁଛନ୍ତି । ମୂଳତଃ ଏହି ସ୍ବଦେଶୀ ଉତ୍ପାଦଗୁଡିକ ମାଟି,ଧାତୁ କାଠରୁ ନିର୍ମିତ ହୋଇଥାଏ । କାରିଗରଙ୍କ ଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ 'ହୁନର ହାଟ' ଏକ ଉପଯୁକ୍ତ ପ୍ଲାଟଫର୍ମ, ଏପର୍ଯ୍ୟନ୍ତ ପାଞ୍ଚ ଲକ୍ଷରୁ ଅଧିକ କାରିଗରଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛି ବୋଲି କହିଛନ୍ତି ନାକଭି ।

ମନ୍ତ୍ରୀଙ୍କ କହିବାନୁସାରେ, ସ୍ବାଧୀନତାର 75 ବର୍ଷ ପୂରଣ ହେବାପରେ ଆୟୋଜିତ ହେବାକୁ ଥିବା “ହୁନର ହାଟ” ମାଧ୍ୟମରେ 7,50,000 କାରିଗରଙ୍କୁ ରୋଜଗାରର ସୁଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଅନଲାଇନ୍ ପ୍ଲାଟଫର୍ମରେ ତଥା ସରକାରୀ ଇ-ମାର୍କେଟପ୍ଲେସ୍ (ଜିଏମ୍) ପୋର୍ଟାଲରେ ଆୟୋଜିତ ହେବାକୁ ଥିବା 'ହୁନର ହାଟ' ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଲୋକମାନେ ଅନଲାଇନରେ ଉତ୍ପାଦ କିଣି ପାରିବେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.