ETV Bharat / bharat

ରାଜସ୍ଥାନ NHରେ ଅବତରଣ କଲା IAF ବିମାନ, ଉଦଘାଟନ କଲେ ରାଜନାଥ-ଗଡକରୀ - ବାରମେର ହାଇୱେ

ଜାତୀୟ ରାଜପଥରେ ବାୟୁସେନା ଏୟାରଷ୍ଟ୍ରିପକୁ ଜରୁରୀକାଳୀନ ଅବତରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ରାଜସ୍ଥାନର ବାରମେରଠାରେ ୨ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ନିତିନ ଗଡ଼କରୀ ଲ୍ୟାଣ୍ଡିଂ ଷ୍ଟ୍ରିପ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ, ଲ୍ୟାଣ୍ଡିଂ ଷ୍ଟ୍ରିପ ଉଦଘାଟନ କଲେ ରାଜନାଥ-ଗଡକରୀ

author img

By

Published : Sep 9, 2021, 12:31 PM IST

Updated : Sep 9, 2021, 1:20 PM IST

ଜୟପୁର: ଭାରତୀୟ ବାୟୁସେନା(IAF)ର ଜରୁରୀକାଳୀନ ଅବତରଣ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଏଥିଲାଗି ଜାତୀୟ ରାଜପଥକୁ ବିମାନର ଜରୁରୀକାଳୀନ ଅବତରଣ ଲାଗି ବ୍ୟବହାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ଆଜି(ଗୁରୁବାର) ରାଜସ୍ଥାନର ବାରମେର ହାଇୱେକୁ ସ୍ପେଶାଲ ଏୟାରଷ୍ଟ୍ରିପ ଭାବେ ଉଦଘାଟନ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି ।

ରାଜସ୍ଥାନ NHରେ ଅବତରଣ କଲା IAF ବିମାନ, ଉଦଘାଟନ କଲେ ରାଜନାଥ-ଗଡକରୀ

ଏହି ଏୟାରଷ୍ଟ୍ରିପଟି ପାକିସ୍ଥାନ ସୀମାଠାରୁ ପ୍ରାୟ 4 କିଲୋମିଟର ଦୂରରେ ଅବସ୍ଥିତ । ଏହି ହାଇୱେରେ ବାୟୁସେନାର ଯୁଦ୍ଧ ବିମାନ ଅବତରଣ କରିପାରିବେ । ଏଠାରେ ସୁଖୋଇ ଯୁଦ୍ଧ ବିମାନ ସହିତ ଜାଗୁଆର ଓ ବାୟୁସେନାର ଅନ୍ୟାନ୍ୟ ବିମାନ ମଧ୍ୟ ଏଠାରେ ଲ୍ୟାଣ୍ଡ କରିବ । ଖାସ କଥା ହେଉଛି ଏହି ଏୟାରଷ୍ଟ୍ରିପଟି ସୀମା ଅଞ୍ଚଳରେ ଥିବାରୁ ଏହାର ଗୁରୁତ୍ବ ଅଧିକ ରହିଛି । ଏଠାରେ ବାୟୁସେନାର ୪ଟି ଏୟାରକ୍ରାଫ୍ଟ ପାର୍କ ମଧ୍ୟ ହୋଇପାରିବ ।

  • Defence Minister Rajnath Singh, Road Transport Minister Nitin Gadkari, Air Chief Marshal RKS Bhadauria, and Chief of Defence Staff General Bipin Rawat attend a programme held on the occasion of inauguration of Emergency Field Landing at the National Highway in Jalore, Rajasthan pic.twitter.com/2lLTe7qZVA

    — ANI (@ANI) September 9, 2021 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ: ରାଜସ୍ଥାନ ରାଜପଥରେ ଅବତରଣ କରିବ IAF ବିମାନ, ଓହ୍ଲାଇବେ ରାଜନାଥ-ଗଡକରୀ

IAFର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଏହି ଜାତୀୟ ରାଜପଥରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଏହି ଜାତୀୟ ରାଜପଥ ଭାରତର ପ୍ରଥମ ଜାତୀୟ ରାଜପଥ ଭାବେ IAF ଏୟାରକ୍ରାଫ୍ଟର ଜରୁରୀକାଳୀନ ଅବତରଣ ପାଇଁ ବ୍ୟବହାର ହେବ । ଗତ ୨୦୧୭ ମସିହା ଅକ୍ଟୋବର ମାସରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ବାୟୁସେନାର ଫାଇଟର ଜେଟ ଓ ପରିବହନ ବିମାନ ଅବତରଣ କରିଥିଲା । ଜରୁରୀ ସମୟରେ ବାୟୁସେନାର ବିମାନ ଅବତରଣ ପାଇଁ ଜାତୀୟ ରାଜପଥ ବ୍ୟବହାର ହୋଇପାରିବ କି ନାହିଁ ଏହାକୁ ଯାଞ୍ଚ କରିବା ପାଇଁ ଏହି ମକ ଅବତରଣ ମଧ୍ୟ ଗତ ସୋମବାର କରାଯାଇଥିଲା ।

ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ଆସୁଛି । ରାଜସ୍ଥାନ ବାରମେର ଜାତୀୟ ରାଜପଥରେ ଏୟାରଷ୍ଟ୍ରିପ ତିଆରି କରିବାକୁ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ସହିତ ବାୟୁସେନା କର୍ତ୍ତୃପକ୍ଷ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ଭାରତରେ ୧୨ଟି ଜାତୀୟ ରାଜପଥକୁ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣର ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ୨ ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 9, 2021, 1:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.