ETV Bharat / bharat

ନିଜ ଘରକୁ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଲେ ଜଣେ ମହିଳା, କହିଲେ ଏମିତି - ଦିଲ୍ଲୀ ମଙ୍ଗୋଲପୁରୀ ବାସିନ୍ଦା ରାଜକୁମାରୀ ଗୁପ୍ତା

ଦିଲ୍ଲୀ ମଙ୍ଗୋଲପୁରୀ ବାସିନ୍ଦା ରାଜକୁମାରୀ ଗୁପ୍ତା ନିଜର ୪ ମହଲାର କୋଠାକୁ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଇଛନ୍ତି । ମୁଁ ରାହୁଲଙ୍କୁ ଭାଇ ବୋଲି ଭାବୁଛି, ତେଣୁ ଭଉଣୀ ହେବାର କର୍ତ୍ତବ୍ୟ ପାଳନ କରିଲି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Delhi woman Congress leader transfers her four-storied house to Rahul Gandhi

author img

By

Published : Apr 2, 2023, 8:44 AM IST

ନୂଆଦିଲ୍ଲୀ: ବିବାଦରୁ ବାହାରି ପାରୁନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସାଂସଦ ପଦ ରଦ୍ଦ ହେବା ପରେ ରାହୁଲଙ୍କୁ ସରକାରୀ କ୍ବାଟର ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାକି କଂଗ୍ରେସ ନେତା ଏବଂ କର୍ମୀଙ୍କୁ ଏକ ଝଟକା ଲାଗିଛି । ଏହାରି ଭିତରେ ଦିଲ୍ଲୀର ଜଣେ ମହିଳା ନିଜ ଘରକୁ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଇଥିବା ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ମଙ୍ଗୋଲପୁରୀ ବାସିନ୍ଦା ରାଜକୁମାରୀ ଗୁପ୍ତା ନିଜର ୪ ମହଲାର କୋଠାକୁ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଇଛନ୍ତି । ଘରର ପଟ୍ଟାକୁ ସେ ରାହୁଲ ନାଁରେ କରି କହିଛନ୍ତି, " ମୁଁ ଯେଉଁ କଲୋନୀରେ ରହୁଛି ପୂର୍ବରୁ ତାହା ଇନ୍ଦିରା ଗାନ୍ଧୀଙ୍କ ସମୟରେ ତିଆରି କରାଯାଇଥିଲା । ତେଣୁ ସେହି ଘରକୁ ମୁଁ ତାଙ୍କ ନାତିକୁ ଦେବାକୁ ଚାହୁଁଛି ।"

କଂଗ୍ରେସ ସହ ୧୫ ବର୍ଷ ହେଲା ଯୋଡି ହୋଇଛନ୍ତି ରାଜକୁମାରୀ: ସୂଚନାଅନୁସାରେ, ମଙ୍ଗୋଲପୁରୀ ବାସିନ୍ଦା ରାଜକୁମାରୀ ଗୁପ୍ତା ଦୀର୍ଘ ୧୫ ବର୍ଷ ହେବା କଂଗ୍ରେସ ସହ ଯୋଡି ହୋଇ ରହିଥିବା ବେଳେ ପାର୍ଟି ପାଇଁ ଅନେକ କାମ ମଧ୍ୟ କରିଛନ୍ତି । ସେ କହିଛନ୍ତି,"ଗତ କିଛିଦିନ ହେବ ରାହୁଲ ଗାନ୍ଧୀଙ୍କ ସହ ଯାହା ଘଟିଯାଇଛି, ତାହା ଅତ୍ୟନ୍ତ ଦୁଃଖ ଦାୟକ । ମୁଁ ଅତ୍ୟନ୍ତ ଦୁଃଖିତ । ମୁଁ ରାହୁଲ ଗାନ୍ଧୀଙ୍କୁ ଭାଇ ବୋଲି ଭାବୁଛି ତେଣୁ ଭଉଣୀର କର୍ତ୍ତବ୍ୟ ପାଳନ କରି ମୁଁ ମୋ ଘରକୁ ତାଙ୍କ ନାମରେ କରିଦେଇଛି । ଏହି କଲୋନୀକୁ ରାହୁଲ ଗାନ୍ଧୀଙ୍କ ଜେଜେ ମାଆ ଇନ୍ଧିରା ଗାନ୍ଧୀ ଏହାକୁ ନିର୍ମାଣ କରିଥିଲେ । ଇନ୍ଦିରା ଗାନ୍ଧୀ ଦେଇଥିବା ଘରକୁ ମୁଁ ଆଜି ତାଙ୍କ ନାତିଙ୍କ ନାମରେ କରିଦେଇଛି ।"

ଏହା ମଧ୍ୟ ପଢନ୍ତୁ: 21st century Kauravas remark on RSS: ରାହୁଲଙ୍କ ନାମରେ ପୁଣି ମାନହାନୀ ମାମଲା

ସେ ଆହୁରି ମଧ୍ୟ କହିଛନ୍ତି, "ଗତ କିଛି ଦିନ ହେବ ରାହୁଲ ଗାନ୍ଧୀଙ୍କ ସହ ବିଜେପି ଯେଉଁ ବ୍ୟବହାର ସହ କାମ କରିଛି, ସେ କଥା ଭାବି ଭାବି ମୁଁ ଅନେକ ରାତି ଶୋଇ ପାରିନି । ବର୍ତ୍ତମାନ ଯେତେବେଳେ ତାଙ୍କୁ ସରକାରୀ କୋର୍ଟର ଖାଲି କରିବାକୁ ନୋଟିସ୍‌ ଦିଆଗଲା ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ । ଭଉଣୀ ହେବାର କର୍ତ୍ତବ୍ୟ ପାଳନ କରି ମୋର ୪ ମହଲା ଘରକୁ ରାହୁଲଙ୍କ ନାମରେ କରିଦେଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.