ETV Bharat / bharat

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ରାଜୀବ କୁମାରଙ୍କ ଇସ୍ତଫା - ଇସ୍ତଫା ଦେଲେ ରାଜୀବ କୁମାର

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର( Rajiv Kumar) । ଜାଣନ୍ତୁ କିଏ ହେଲେ ନୂଆ ଉପାଧ୍ୟକ୍ଷ । ଅଧିକ ପଢନ୍ତୁ

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

author img

By

Published : Apr 23, 2022, 8:32 AM IST

ନୂଆଦିଲ୍ଲୀ: ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର( Rajiv Kumar) । ୫ ବର୍ଷ ଧରି ସେ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ରାଜୀବଙ୍କ ଇସ୍ତଫା ପରେ ନୀତି ଆୟୋଗରେ ନୂଆ ଉପାଧ୍ୟକ୍ଷ ଭାବେ ଅର୍ଥନୀତିଜ୍ଞ ସୁମନ କେ ବେରୀ(Suman K Bery)ଙ୍କୁ ନିଯୁକ୍ତ କରାଯାଇଛି । ଏପ୍ରିଲ ୩୦ରେ ରାଜୀବଙ୍କ କାର୍ଯ୍ୟକାଳ ଶେଷ ହେବ । ମେ ୧ରୁ ତାଙ୍କ ସ୍ଥାନରେ ସୁମନ କେ ବେରୀ ଦାୟିତ୍ବ ସମ୍ଭାଳିବେ ।

କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି(Appointments Committee of Cabinet) ରାଜୀବଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଏବଂ ଆସନ୍ତା ୩୦ ସୁଦ୍ଧା ପଦ ଛାଡିବାକୁ କହିଛନ୍ତି । ରାଜୀବ କୁମାର ୨୦୧୭ ମସିହା ଅଗଷ୍ଟରେ ଉପାଧ୍ୟକ୍ଷ ହୋଇଥିଲେ । କହିରଖୁଛୁ କି, ପ୍ରଧାନମନ୍ତ୍ରୀ ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ । ନୂଆ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କେ ବେରୀ ନ୍ୟାସନାଲ କାଉନସିଲ ଫର ଆପ୍ଲାଏଡ ଇକୋନମିକ ରିଚର୍ଚ୍ଚ(National Council of Applied Economic Research) ମହାନିର୍ଦ୍ଦେଶକ ଭାବେ ୨୦୦୧ ରୁ ୨୦୧୧ ଯାଏଁ ୧୦ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ(Economic Advisory Council), ପରିସଂଖ୍ୟାନ ଆୟୋଗ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟି ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.