ETV Bharat / bharat

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପଦକ୍ଷେପ ପ୍ରସ୍ତୁତିର ସମୀକ୍ଷା କଲେ କ୍ୟାବିନେଟ ସଚିବ

ଆଇଏମଡି ପକ୍ଷରୁ ଆହୁରି କୁହାଯାଇଥିଲା ଯେ ମାର୍ଚ୍ଚ ୨୦୨୩ର ଅବଶିଷ୍ଟ ଅବଧିରେ ସେପରି କୌଣସି ବଡ଼ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ନାହିଁ । ତେବେ ମାର୍ଚ୍ଚ ମାସର ଅନ୍ତିମ ସପ୍ତାହ ସମୟରେ ଭାରତର ଗଙ୍ଗା ସମତଳ ଭୂମି କ୍ଷେତ୍ର ଏବଂ ପୂର୍ବ ଭାରତର କେତେକ ଭାଗରେ ତାପମାତ୍ରା ସ୍ୱାଭାବିକ ସ୍ତର ଠାରୁ ୨-୩ ଡିଗ୍ରୀ ସେଲସିୟସ ଅଧିକ ରହିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

author img

By

Published : Mar 15, 2023, 10:54 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରଶମନ ପଦକ୍ଷେପର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା । ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବିଶ୍ଵ ପାଣିପାଗ ଘଟଣା ଓ ଚଳିତ ମାର୍ଚ୍ଚରୁ ଆସନ୍ତା ମେ ୨୦୨୩ ପର୍ଯ୍ୟନ୍ତ ଅବଧିରେ ତାପମାତ୍ରା ସ୍ଥିତି ବିଷୟରେ ଏକ ଉପସ୍ଥାପନା ଦିଆଯାଇଥିଲା।

ବୈଠକରେ ଆଇଏମଡି ପକ୍ଷରୁ କୁହାଯାଇଥିଲା ଯେ, ଭାରତର ଉତ୍ତର-ପୂର୍ବ କ୍ଷେତ୍ର, ପୂର୍ବ ଓ କେନ୍ଦ୍ରୀୟ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଭାରତର ଦକ୍ଷିଣ ଉପଦ୍ୱୀପ କ୍ଷେତ୍ରରେ ତାପମାତ୍ରା ସ୍ୱାଭାବିକ ଏବଂ ସ୍ୱାଭାବିକ ଠାରୁ ସାମାନ୍ୟ କମ ରହିବ । ଏହି କ୍ଷେତ୍ରକୁ ବାଦ ଦେଲେ ଦେଶର ଅଧିକାଂଶ ଭାଗରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି ।

ଏହାବି ପଢନ୍ତୁ- Watch: ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଲେ ଦେଶର ପ୍ରଥମ ମହିଳା ଲୋକୋ ପାଇଲଟ

ଆଇଏମଡି ପକ୍ଷରୁ ଆହୁରି କୁହାଯାଇଥିଲା ଯେ ମାର୍ଚ୍ଚ ୨୦୨୩ର ଅବଶିଷ୍ଟ ଅବଧିରେ ସେପରି କୌଣସି ବଡ଼ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ନାହିଁ । ତେବେ ମାର୍ଚ୍ଚ ମାସର ଅନ୍ତିମ ସପ୍ତାହ ସମୟରେ ଭାରତର ଗଙ୍ଗା ସମତଳ ଭୂମି କ୍ଷେତ୍ର ଏବଂ ପୂର୍ବ ଭାରତର କେତେକ ଭାଗରେ ତାପମାତ୍ରା ସ୍ୱାଭାବିକ ସ୍ତର ଠାରୁ ୨-୩ ଡିଗ୍ରୀ ସେଲସିୟସ ଅଧିକ ରହିବାର ସମ୍ଭାବନା ରହିଛି ।

ବୈଠକରେ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ସୂଚନା ଦେଇଥିଲେ ଯେ ଏବେ ସୁଦ୍ଧା ରବି ଫସଲର ସ୍ଥିତି ସ୍ୱାଭାବିକ ରହିଛି । ଗହମ ଉତ୍ପାଦନ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୧୨.୧୮ ମେଟ୍ରିକ ଟନ ରହିବା ନେଇ ଆଶା କରାଯାଉଛି । ସେ ଆହୁରି ସୂଚନା ଦେଇଥିଲେ ଯେ, ଗହମ ଉପରେ ଚରମ ଗ୍ରୀଷ୍ମପ୍ରବାହର ପ୍ରଭାବକୁ ଅନୁଧ୍ୟାନ ଓ ମୁକାବିଲା କରିବା ଲାଗି ବିଭାଗ ପକ୍ଷରୁ କୃଷି ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏହାଛଡ଼ା, ଏକ ଆନ୍ତଃମନ୍ତ୍ରଣାଳୟ କମିଟି ଭାବେ ଗଠିତ ଫସଲ ପାଣିପାଗ ଅନୁଧ୍ୟାନ ଗୋଷ୍ଠୀ ପ୍ରତି ସପ୍ତାହରେ ଫସଲର ସ୍ଥିତି ସମୀକ୍ଷା କରିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ବୈଠକରେ ସୂଚନା ଦେଇଥିଲେ ଯେ, ପ୍ରାଥମିକ ଠାରୁ ଆରମ୍ଭ କରି ବଡ ଡାକ୍ତରଖାନା ଗୁଡିକରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ଏବଂ ତାପମାତ୍ରା ବୃଦ୍ଧି ଜନିତ ଅସୁସ୍ଥତାର ଚିକିତ୍ସା କରିବା ଲାଗି ଜୁଲାଇ ୨୦୨୧ ରେ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତ ଅସୁସ୍ଥତା ନିମନ୍ତେ ଜାତୀୟ କାର୍ଯ୍ୟ ଯୋଜନା ଜାରି କରାଯାଇଥିଲା। ଜରୁରୀ ଔଷଧ, ଇଣ୍ଟ୍ରାଭେନସ ଫ୍ଲୁଇଡ, ବରଫ ପ୍ୟାକ, ଓଆରଏସ ଏବଂ ପାନୀୟ ଜଳ ଯଥଷ୍ଟ ପରିମାଣରେ ମହଜୁଦ କରି ରଖିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିବା କହିଥିଲେ ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ଜଙ୍ଗଲ ବିଭାଗ ମହାନିର୍ଦ୍ଦେଶକ ଏହି ବୈଠକରେ ଯୋଗ ଦେଇ ଜଙ୍ଗଲ ନିଆଁ ପ୍ରଶମନ ପାଇଁ କାର୍ଯ୍ୟ ଯୋଜନା ଏବଂ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ରାଜ୍ୟ ଜଙ୍ଗଲ ବିଭାଗମାନଙ୍କ ଦ୍ୱାରା ଅଧିକ ଜଙ୍ଗଲ ନିଆଁ ସ୍ଥାନରେ ଫାୟାର ଲାଇନ ଓ ଜଳ ପରିଚାଳନା ଭିତ୍ତିଭୂମି ନିର୍ମାଣ ଲାଗି ପଦକ୍ଷେପ ନିଆଯାଇଛି । ଏଥିସହିତ ଅଗ୍ନିକାଣ୍ଡ ନିୟନ୍ତ୍ରଣ କରିବା ଓ ନିଆଁ ଜଗୁଆଳୀମାନଙ୍କୁ ମୁତୟନ କରିବା ପ୍ରତି ଦୃଷ୍ଟି ଦିଆଯାଇଛି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଏନଡିଏମଏ ଦ୍ୱାରା କରାଯାଇଥିବା ପ୍ରୟାସ ସମ୍ପର୍କରେ ଗୃହ ସଚିବ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଗ୍ରୀଷ୍ମ ପ୍ରବାହ ନିରାକରଣ ଓ ପରିଚାଳନା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି ନିମନ୍ତେ ଜାତୀୟ ମାର୍ଗଦର୍ଶିକା ପ୍ରଥମେ ୨୦୧୬ ମସିହାରେ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ ଏବଂ ୨୦୧୯ରେ ଏଥିରେ ସଂଶୋଧନ କରାଯାଇଥିଲା। ସବୁ ସ୍ତରରେ ଗ୍ରୀଷ୍ମ ପ୍ରବାହ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି, ମାର୍ଚ୍ଚ, ଏପ୍ରିଲ ଓ ମେ ୨୦୨୩ରେ ଦୂରଦର୍ଶନ ଓ ଆକାଶବାଣୀରେ ସଚେତନତା କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ।

ବୈଠକରେ କ୍ୟାବିନେଟ ସଚିବ କହିଥିଲେ ୨୦୨୩ ଗ୍ରୀଷ୍ମ ଋତୁରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ଆଶଙ୍କା କରାଯାଉଛି । ଏହା ସହ ଜଡ଼ିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକ ଯଥେଷ୍ଟ ପ୍ରସ୍ତୁତ ରହିବା ଉଚିତ । ପ୍ରସ୍ତୁତିକୁ ସର୍ବୋତ୍ତମ ସ୍ତରରେ ରଖିବା ଏବଂ ନିର୍ଦ୍ଧାରିତ ସମୟରେ ପ୍ରଶମନ ଉପାୟକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହିତ କେନ୍ଦ୍ର ମନ୍ତ୍ରଣାଳୟ ବିଭାଗ ଗୁଡ଼ିକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗର ସଚିବ ଏବଂ ଗ୍ରୀଷ୍ମ ପ୍ରବାହ ବିପଦ ପ୍ରବଣ ରାଜ୍ୟର ମୁଖ୍ୟ ସଚିବମାନେ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.