ETV Bharat / bharat

Rajiv Gandhi assassination: ଜେଲରୁ ମୁକ୍ତ ହେଲେ ଅନ୍ୟତମ ଦୋଷୀ ନଳୀନି ଶ୍ରୀହରନ

author img

By

Published : Nov 12, 2022, 6:48 PM IST

Updated : Nov 12, 2022, 11:01 PM IST

ଜେଲରୁ ବାହାରିଲେ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଅନ୍ୟତମ ଦୋଷୀ ନଳୀନି ଶ୍ରୀହରନ । ଗତକାଲି ମୁକ୍ତି ନେଇ ରାୟ ଦେଇଥିଲେ ସୁପ୍ରିମକୋର୍ଟ (Rajiv Gandhi assassination convict Nalini Sriharan)। ନଳୀନିଙ୍କ ସମେତ 6 ଦୋଷୀଙ୍କୁ ମୁକ୍ତ କରିବାକୁ କୋର୍ଟଙ୍କ ରାୟ । ଅଧିକ ପଢନ୍ତୁ

Rajiv Gandhi assassination: ଜେଲରୁ ବାହାରିଲେ ଦୋଷୀ ନଳୀନି ଶ୍ରୀହରନ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜ୍ଜା କାଟୁଥିବା 6ଷ୍ଠ ଦୋଷୀ ନଳୀନି ଶ୍ରୀହରନ ଆଜି ଭେଲୋର ଜେଲରୁ ମୁକୁଳିଛନ୍ତି (Rajiv Gandhi assassination convict Nalini Sriharan)। ଗତକାଲି (ଶୁକ୍ରବାର) ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ 6 ଦୋଷୀଙ୍କୁ ମୁକ୍ତ କରିବା ନେଇ ରାୟ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ । ଏହି ତାଲିକାରେ ନଳୀନିଙ୍କ ସହ ଅନ୍ୟ 5ଜଣଙ୍କ ନାମ ମଧ୍ୟ ରହିଥିଲା । ତେବେ ଗତକାଲି ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସଂଧ୍ୟାରେ ନଳୀନିଙ୍କୁ ତାମିଲନାଡୁ ଭେଲୋର ଜେଲରୁ ମୁକ୍ତ କରାଯାଇଛି ।

  • Vellore, Tamil Nadu | Nalini Sriharan, one of the six convicts in the assassination of former PM Rajiv Gandhi released from Vellore Jail. pic.twitter.com/SV6JzO62ft

    — ANI (@ANI) November 12, 2022 " class="align-text-top noRightClick twitterSection" data=" ">

ତେବେ ଏହି ଘଟଣାରେ ମୋଟ 7ଜଣ ଦୋଷୀ ସାବ୍ୟସ୍ତ ହୋଇଥବା ବେଳେ ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହାପୂର୍ବରୁ ମାମଲାର ଅନ୍ୟତମ ଦୋଷୀ ଏ.ଜି ପେରାରିଭଲନଙ୍କୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁକ୍ତ କରାଯାଇ ସାରିଛି । ଗତକାଲି ଏହି ମାମଲାର ଅନ୍ୟ 6 ଦୋଷୀଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ରାୟ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ମାମଲାର 6ଷ୍ଠ ଦୋଷୀ ହେଉଛନ୍ତି ନଳୀନି ଶ୍ରୀହରନ । ଜେଲରୁ ମୁକୁଳିବା ପରେ ନଳୀନି ଶ୍ରୀହରନ ଉଭୟ ତାମିଲନାଡୁ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • I am thankful to the people of Tamil Nadu who supported me for 32 years. I thank both, the State and Union Government. I will speak about the rest in Chennai tomorrow during Press Meet. Supreme Court lawyers will also speak tomorrow: Nalini Sriharan pic.twitter.com/Y7ZppeUNOK

ଏହା ମଧ୍ୟ ପଢନ୍ତୁ:-Rajiv Gandhi Assassination Case: ଆଜି ଜେଲରୁ ମୁକୁଳିବେ 6 ଦୋଷୀ

୧୯୯୧ ମସିହା ମେ ୩୧ ତାରିଖରେ ତାମିଲନାଡୁର ଏକ ରାଜନୈତିକ ସଭାରେ ଧନୁ ନାମ୍ନୀ ଜଣେ ମହିଳାଙ୍କ ଦ୍ବାରା ଆତ୍ମଘାତୀ ବିସ୍ଫୋରଣ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ମୋଟ ୭ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ହତ୍ୟାକାଣ୍ଡ ଶ୍ରୀଲଙ୍କାର ଉଗ୍ରବାଦୀ ସଂଗଠନ LTTE ଦ୍ବାରା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 12, 2022, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.